ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣେର ଦଗ୍‌ଡୁଶେଠ ଗଣେଶ ମନ୍ଦିରରେ କଲେ ପୂଜାର୍ଚ୍ଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୁଣେର ଦଗ୍‌ଡୁଶେଠ ହଲୱାଇ ଗଣେଶ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଦିଲ୍ଲୀରୁ ପୁଣେରେ ପହଞ୍ଚିବାର କିଛି ସମୟ ପରେ ମୋଦି ଶିବାଜୀ ରୋଡ୍‌ସ୍ଥିତ ଏହି ପ୍ରସିଦ୍ଧ ଗଣେଶ ମନ୍ଦିରରେ ପହଞ୍ଚିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୁଣେର ଦଗ୍‌ଡୁଶେଠ ହଲୱାଇ ଗଣେଶ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଦିଲ୍ଲୀରୁ ପୁଣେରେ ପହଞ୍ଚିବାର କିଛି ସମୟ ପରେ ମୋଦି ଶିବାଜୀ ରୋଡ୍‌ସ୍ଥିତ ଏହି ପ୍ରସିଦ୍ଧ ଗଣେଶ ମନ୍ଦିର ଯାଇଥିଲେ।

ମନ୍ଦିରର ଟ୍ରଷ୍ଟିମାନେ କହିଛନ୍ତି ଯେ ମୋଦି ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ, ଯିଏ ଏହି ପଦବୀରେ ଥିବାବେଳେ ମନ୍ଦିର ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି। ଆଗରୁ କିଛି ପୂର୍ବତନ ରାଷ୍ଟ୍ରପତି ପଦବୀରେ ଥିବାବେଳେ ଏବଂ ପରେ ମନ୍ଦିର ଆସି ଭଗବାନଙ୍କୁ ଦର୍ଶନ କରିଛନ୍ତି। ସେହିପରି ୧୦ ଦିନିଆ ଗଣେଶ ମହୋତ୍ସବ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ରାଜନୈତିକ ଦଳର ନେତା ମନ୍ଦିର ପରିଦର୍ଶନ କରିଛନ୍ତି।

ଦଗ୍‌ଡୁଶେଠ ଗଣେଶ ମନ୍ଦିର ରାଜ୍ୟର ସବୁଠାରୁ ଧନୀ ମନ୍ଦିର ମଧ୍ୟରୁ ଅନ୍ୟତମ। ଶ୍ରଦ୍ଧାଳୁମାନଙ୍କର ବିଶ୍ୱାସ ରହିଛି ଯେ ଏଠାରେ ବିରାଜମାନ ଥିବା ଗଣେଶ ଭଗବାନ ସମସ୍ତ ମନୋକାମନା ପୂରଣ କରନ୍ତି।

ଫଖରୁଦ୍ଦୀନ ଅଲୀ ଅହମଦ ରାଷ୍ଟ୍ରପତି ପଦବୀରେ ଥିବାବେଳେ ମନ୍ଦିର ଆସିଥିଲେ। ପଦବୀରେ ନ ଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଚନ୍ଦ୍ରଶେଖର ଏବଂ ଆଇ.କେ ଗୁଜରାଲ ମଧ୍ୟ ମନ୍ଦିର ଆସି ପୂଜାର୍ଚ୍ଚନା କରିଥିଲେ। ଟ୍ରଷ୍ଟର ୱେବସାଇଟରେ ଉପଲବ୍ଧ ସୂଚନା ଅନୁସାରେ, ପଣ୍ଡିତ ଭୀମସେନ ଯୋଶୀ, ବିସ୍ମିଲ୍ଲାହ ଖାନ ଓ ଲତା ମଙ୍ଗେଶକର ବି ଏହି ମନ୍ଦିର ପରିଦର୍ଶନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.