ଲାଇଭ ମ୍ୟାଚରେ ପଶିଲା ସାପ, ଟ୍ଵିଟ୍‌ କରି ମଜାଳିଆ କମେଣ୍ଟ ଦେଲେ ଦିନେଶ କାର୍ତ୍ତିକ : ଭିଡିଓ ଭାଇରଲ

ଲଙ୍କା ପ୍ରିମିୟର ଲିଗ୍‌ ୨୦୨୩ ମ୍ୟାଚ ଚାଲିଥିବା ବେଳେ ପଡିଆରେ ପଶିଲା ସାପ । ସାପକୁ ଦେଖି କିଛି ସମୟ ଖେଳ ବନ୍ଦ ରହିଥିଲା । ଯାହାର ଭିଡିଓ ଦେଖିବାକୁ ମିଳିଛି । ଏହାକୁ ଟ୍ଵିଟ୍‌ କରି ପ୍ରତିକ୍ରିୟା ଦେଇଛନ୍ତି ଦିନେଶ କାର୍ତ୍ତିକ ।

ଲାଇଭ ମ୍ୟାଚରେ ପଶିଲା ସାପ । ଲଙ୍କା ପ୍ରିମିୟର ଲିଗ(LPL) ୨୦୨୩ରେ ଚାଲିଥିବା ମ୍ୟାଚରେ ହୋଇଛି । କଲମ୍ବୋର ଆର ପ୍ରେମଦାସ ଷ୍ଟାଡିୟମରେ ଚାଲିଥିବା ମ୍ୟାଚରେ ଦେଖିବାକୁ ମିଳିଥିଲା । ମ୍ୟାଚ୍‌ ସମୟରେ ସାପ ପଶିଯିବାରୁ ଖେଳାଳି ଏବଂ ଦର୍ଶକଙ୍କ ମଧ୍ୟରେ ଭୟ ପଶିଯାଇଥିଲା । ସାପ ପଶିବା ଯୋଗୁଁ ମ୍ୟାଚ୍‌କୁ କିଛି ସମୟ ରୋକିବାକୁ ପଡିଥିଲା ।

ପଡିଆରେ ସାପ ଦେଖି ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲହସନ କିଛି ସମୟ ପାଇଁ ଚକିତ ହୋଇଯାଇଥିଲେ । ଟିମ୍‌ ଇଣ୍ଡିଆର ଓ୍ଵିକେଟ କିପର ଦିନେଶ କାର୍ତ୍ତିକ ଏହାକୁ ଟ୍ଵିଟ୍‌ କରିଛନ୍ତି ।

ଶ୍ରୀଲଙ୍କା ଘରୋଇ କ୍ରିକେଟ ଲିଗରେ ଦ୍ୱିତୀୟ ମ୍ୟାଚରେ ଦାମ୍ବୁଲା ଓରା ଟିମ ଦେଇଥିବା ୧୮୧ ରନ୍‌ ଲକ୍ଷ୍ୟକୁ ପିଛା କରୁଥିଲା ଗେଲ୍‌ ଟାଇଟନ୍ସ । ଏହି ମ୍ୟାଚର ୪ର୍ଥ ଓଭରରେ ଖେଳ ପଡିଆକୁ ସାପ ପଶି ଆସିଥିଲା । ଗେଲ ଟାଇଟନ୍ସର ଶାକିବ ଅଲ ହସନ ପ୍ରଥମ ଓଭର ବୋଲିଂ କରିବାକୁ ଯାଉଥିବା ବେଳେ ବାଉଣ୍ଡ୍ରୀ ଲାଇନ ପାଖରେ ସାପକୁ ଦେଖିଥିଲେ । ପରେ ସେ ଅମ୍ପାୟରକୁ ସୂଚନା ଦେଇଥିଲେ । ଏହା ପରେ କିଛି ସମୟ ଖେଳକୁ ରୋକାଯାଇ ସାପକୁ ପଡିଆରୁ ବାହାର କରାଯାଇଥିଲା ।

ଦିନେଶ କାର୍ତ୍ତିକ ଏହାକୁ ନେଇ ମଜାଦାର ଟ୍ଵିଟ୍‌ କରିଛନ୍ତି । କାର୍ତ୍ତିକ ହସୁଥିବା ଇମୋଜି ସହିତ ଟ୍ଵିଟ୍‌ କରିଛନ୍ତି, ନାଗିନ୍‌ ଆସିଗଲା । ମୋତେ ଲାଗୁଛି ଏହା ବାଂଲାଦେଶରେ ରହିଛି ।


ବାଂଲାଦେଶ କ୍ରିକେଟର ନାଗିନ ଡ୍ୟାନ୍ସକୁ ନେଇ ଅନେକ ଥର ଚର୍ଚ୍ଚା ହେଉଛି । ବାଂଲାଦେଶ ଖେଳାଳି ନିଦହାସ ଟ୍ରଫିକୁ ନେଇ ନାଗିନ ଡ୍ୟାନ୍ସ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.