Below header

ରାଜମହଲ ଛକରେ ବ୍ଯକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ କଲେ ଲହୁ ଲୁହାଣ, ବସ୍‌ ଭିତରେ ଯୁବତୀଙ୍କୁ କରିଥିଲେ ଅସଦାଚରଣ

ଭୁବନେଶ୍ବର: ରାଜମହଲ ଛକରେ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ। ବ୍ଯକ୍ତିଙ୍କୁ ଗୋଡେଇ ଗୋଡେଇ ପଥର ମାଡ଼। ଯୁବତୀଙ୍କ ମାଡରେ ଲହୁଲୁହାଣ ହେଲେ ବ୍ଯକ୍ତି । ଗୁରୁତର ଅବସ୍ଥାରେ ରାସ୍ତାରେ ଦୌଡୁଥିବାର ବ୍ଯକ୍ତି ଜଣଙ୍କୁ ଦେଖିବାକୁ ମିଳିଛି।

ସବୁ ପୋଲିସ ସାମ୍ନାରେ ଘଟିଥିଲେ ସୁଦ୍ଧା ଏସବୁ ଘଟଣାକୁ ଅଟକାଇବାରେ ବିଫଳ ହୋଇଛି । ତେବେ ପିସିଆର ଦେଖି  ଯୁବତୀ ଜଣଙ୍କ ଉକ୍ତ ସ୍ଥାନ ଛାଡି ଦୌଡିବାକୁ ଲାଗିଥିଲେ । ଏହାପରେ ଯୁବତୀଙ୍କୁ କାବୁ କରି ପଚରା ଉଚରା ଜାରି ରଖିଛି ପୋଲିସ୍ । ସୂଚନା ଅନୁସାରେ ବସ୍‌ ଭିତରେ ଯୁବକ ଜଣକ ଯୁବତୀଙ୍କୁ ଅସଦାଚରଣ କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବତୀ ଜଣକ ତାଙ୍କୁ ଆକ୍ରମଣ କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.