ଭାରତରେ ରହିଛି ବିଶ୍ୱର ସବୁଠାରୁ ପୁରାତନ ମନ୍ଦିର, ଯେଉଁଠାକୁ ପୂଜା ଦେଖିବାକୁ ଆଜି ବି ଛୁଟି ଆସନ୍ତି ଶ୍ରୀଲଙ୍କାରୁ ଭକ୍ତ

ବିହାରରେ ଏଭଳି ଏକ ମନ୍ଦିର ଅବସ୍ଥିତ, ଯାହା ବିଶ୍ୱର ସବୁଠାରୁ ପ୍ରାଚୀନ ମନ୍ଦିର ଭାବେ ପୂଜା ପାଉଛି। ଏହି ପୁରାତନ ମନ୍ଦିରରେ ଆଜି ବି ପୂଜା କରାଯାଉଛି। ଏହା ବିହାରର ସବୁଠାରୁ ପୁରୁଣା ମନ୍ଦିର ମଧ୍ୟରେ ପରିଗଣିତ। ଶ୍ରୀଲଙ୍କାରୁ ଭକ୍ତମାନେ ମଧ୍ୟ ଏହି ମନ୍ଦିରକୁ ଦର୍ଶନ ପାଇଁ ଆସିଥାନ୍ତି। ୬୩୫ ରୁ ୬୩୬ ଖ୍ରୀଷ୍ଟାଦ୍ଧରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା। ଅଧ୍ୟୟନ ଅନୁଯାୟୀ ଲୋକମାନେ ଏହାକୁ ଆହୁରି ପୁରୁଣା ମନ୍ଦିର ବୋଲି ମାନିଥାନ୍ତି।

ଏହି ମନ୍ଦିରର ଗର୍ଭ ଗୃହରେ ଭଗବାନ ଶିବ ଏବଂ ଶକ୍ତି ଅର୍ଥାତ ଦେବୀଙ୍କ ମୂର୍ତ୍ତି ପୂଜା ପାଉଛି। ବର୍ତ୍ତମାନ କିନ୍ତୁ ଏହି ମନ୍ଦିର ଭାଙ୍ଗିଯିବା ସହ ମୂର୍ତ୍ତି ମଧ୍ୟ ଖଣ୍ଡ-ବିଖଣ୍ଡିତ ହୋଇଯାଇଛି। ଏହି ମନ୍ଦିର କୈମୁର ଜିଲ୍ଲାର କୈମୁର ପାହାଡ ଉପରେ ୬୫୦ ଫୁଟ୍‌ ଉଚ୍ଚରେ ଅବସ୍ଥିତ। ଏହି ମନ୍ଦିରର ପୁରୁଣା ଶିଖର ନଷ୍ଟ ହୋଇଯାଇଥିବା ବେଳେ ଏହି ସ୍ଥାନରେ ନୂତନ ଛାତ ନିର୍ମାଣ କରାଯାଇଛି।ଏହି ମନ୍ଦିର ସମ୍ପର୍କରେ ବ୍ରିଟିଶ ଐତିହାସିକ କନିଂଘନ ଉଲ୍ଲେଖ କରିଛନ୍ତି।

ma-mundeshwariଚଣ୍ଡ-ମୁଣ୍ଡ ବଧ ସହ ଜଡିତ ଏହି ମନ୍ଦିରର କାହାଣୀ

ଏହାକୁ ବିହାର ଧାର୍ମିକ ନ୍ୟାସ ବୋର୍ଡ ଦ୍ୱାରା ପୂନର୍ବାର ବ୍ୟବସ୍ଥିତ କରାଯାଇଛି। ଲୋକଙ୍କ ମାନ୍ୟତା ଅନୁଯାୟୀ ଚଣ୍ଡ-ମୁଣ୍ଡ ଦୁଇ ଅସୁରଙ୍କୁ ବିନାଶ କରିବା ପାଇଁ ଯେତେବେଳେ ଦେବୀ ପ୍ରକଟ ହୋଇଥିଲେ ସେତେବେଳେ ଚଣ୍ଡଙ୍କ ବିନାଶ ହେବା ପରେ ମୁଣ୍ଡ ଏହି ପାହାଡକୁ ଆସି ଲୁଚି ଯାଇଥିଲେ। ଏଠାରେ ହିଁ ଦେବୀ ମୁଣ୍ଡଙ୍କୁ ବଧ କରିଥିଲେ। ଏହି କାରଣରୁ ଏହାକୁ ମୁଣ୍ଡେଶ୍ୱରୀ ମାତା ମନ୍ଦିର କୁହାଯାଇଥାଏ। ଏହି ମନ୍ଦିରର ଗୋଟିଏ କୋଣରେ ଦେବୀ ମୁଣ୍ଡେଶ୍ୱରୀଙ୍କ ପ୍ରତିମା ଥିବା ବେଳେ ମଝିରେ ମଝିରେ ଶିବଲିଙ୍ଗ ରହିଛି।

Mundeshwari-templeଶ୍ରୀଲଙ୍କାରୁ ଦର୍ଶନ ପାଇଁ ଆସୁଛନ୍ତି ଶ୍ରଦ୍ଧାଳୁ

ଏଠାରେ ଦର୍ଶନ କରିବା ପାଇଁ ଶ୍ରୀଲଙ୍କାରୁ ଶ୍ରଦ୍ଧାଳୁ ଆସୁଛନ୍ତି। ମନ୍ଦିର ରାସ୍ତାରେ ମିଳୁଥିବା କଏନରୁ ହିଁ ଏହାର ପ୍ରମାଣ ମିଳିଛି। ଏହି ପାହାଡ ନିକଟରେ ଏକ ଗୁମ୍ଫା ମଧ୍ୟ ରହିଛି, ଯାହାକୁ ସୁରକ୍ଷା କାରଣରୁ ବନ୍ଦ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.