Below header

ସୋନୁ ସୁଦଙ୍କୁ ପଞ୍ଜାବ ରାଜ୍ଯର ଆଇକନ ଭାବେ ନିଯୁକ୍ତ କଲେ ନିର୍ବାଚନ କମିଶନ, ଲକଡାଉନରେ ଲୋକଙ୍କୁ କରିଥିଲେ ସାହାଯ୍ଯ

ଅଭିନେତା ସୋନୁ ସୁଦଙ୍କୁ ନିର୍ବାଚନ ଆୟୋଗ ପଞ୍ଜାବ ରାଜ୍ୟର ଆଇକନ୍ ନିଯୁକ୍ତ କରିଛନ୍ତି। ଏହି ସୂଚନା ସୋମବାର ଏଠାରେ ଜାରି ଏକ ବୟାନରେ ଦିଆଯାଇଛି। ବୟାନରେ ପଞ୍ଜାବର ମୁଖ୍ଯ ନିବାଚନ ଅଧିକାରୀ ଏସ୍ କରୁଣା ରାଜୁ କହିଛନ୍ତି ଯେ, ତାଙ୍କ କାର୍ଯ୍ୟାଳୟ ଭାରତ ନିର୍ବାଚନ ଆୟୋଗକୁ ଏହି ସମ୍ବନ୍ଧରେ ଏକ ପ୍ରସ୍ତାବ ପଠାଇଥିଲେ ଯାହାକୁ ମଞ୍ଜୁରୀ ମିଳିଯାଇଛି।

ପଞ୍ଜାବର ମୋଗା ଜିଲ୍ଲାର ବାସିନ୍ଦା ସୋନୁ ସୁଦଙ୍କୁ ପୂରା ଦେଶ ସେତେବେଳେ ଜାଣି ଯାଇଥିଲା ଯେତେବେଳେ ସେ କୋଭିଡ-୧୯ ଲକଡାଉନରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ଘରକୁ ପହଞ୍ଚାଇବାରେ ଆଗକୁ ଆସି ସାହାଯ୍ୟ କରିଥିଲେ। ସୋନୁ ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ଘରକୁ ପହଞ୍ଚାଇବାରେ ପରିବହନ ସେବା ଉପଲବ୍ଧ କରାଇଥିଲେ ଯେଉଁଥି ପାଇଁ ତାଙ୍କୁ ଭୂରୟସୀ ପ୍ରଶଂସା ମିଳିଥିଲା।

SONU SOOD

କରୋନା କାଳରେ ସୋନୁ କାହାକୁ ଚାକିରି ଦେଇଥିବା ବେଳେ  କାହାର ପାଠ ପଢିବାର ସମସ୍ତ ଖର୍ଚ୍ଚ ବହନ କରିଛନ୍ତି। ତା’ ସହିତ କାହାକୁ ଚାଷ କରିବା ପାଇଁ ଟ୍ରାକ୍ଟର ଦେଇଛନ୍ତି। ଏମିତି ଅନେକ ପ୍ରଶଂସନୀୟ କାମ କରି ସମସ୍ତଙ୍କ ମନ ଜିଣିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.