Below header

ବଡ଼ ଖୁଲାସା ! ସପ୍ତାହରେ ଏହି ଦିନ ସବୁଠାରୁ ଅଧିକ ରୋମାଣ୍ଟିକ ମୁଡରେ ରହିଥାନ୍ତି ଲୋକେ, ଦିନ ୨ରୁ ରାତି ୮ ଭିତରେ କରିଥାନ୍ତି ଫ୍ଲର୍ଟ

ସାଧାରଣତଃ ପୁଅ, ଝିଅ ପରସ୍ପରକୁ ଫ୍ଲର୍ଟ କରୁଥିବାର ଆପଣମାନେ ଜାଣିଥିବେ ଅବା ଦେଖିଥିବେ। କିନ୍ତୁ କେବେ ଭାବିଛନ୍ତି, ଲୋକଙ୍କୁ ରୋମାଣ୍ଟିକ ମୁଡରେ ରହିବା ପାଇଁ ବି ଗୋଟିଏ ଖାସ ଦିନ ରହିଥାଏ ? ଏବେ ଆପଣ ଭାବୁଥିବେ ଭାଲେଣ୍ଟାଇନ ଡେ’ ବିଷୟରେ। ହେଲେ ଏଠି ଆମେ କିଛି ଅଲଗା ଦିନ ବିଷୟରେ କହିବାକୁ ଯାଉଛୁ।

ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରେମିକ, ପ୍ରେମିକା ପରସ୍ପର ସହ ଗଭୀର ପ୍ରେମରେ ଡୁବିବା ପାଇଁ ସପ୍ତାହରେ ଗୋଟିଏ ଦିନ ବହୁତ ଖାସ ହୋଇଥାଏ। ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଖୁଲାସା ହୋଇଛି କି, ଲୋକଙ୍କ ସହିତ ଫ୍ଲର୍ଟ କରିବା ପାଇଁ ସ୍ୱତନ୍ତ୍ର ଦିନ ରହିଛି।

gy

ଏକ ଡେଟିଂ ୱେବସାଇଟ ୩୨ଟି ଦେଶର ୫.୮ ମିଲିୟନ ଲୋକଙ୍କଠାରୁ ତଥ୍ୟ ପାଇଛି ଯେ ଗୁରୁବାର ଦିନ ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର ଅଧିକ କରାଯାଇଥାଏ। କାରଣ, ଏହି ଦିନ ଉଇକେଣ୍ଡ ଆରମ୍ଭର ଦିନକ ପୂର୍ବରୁ ଆସିଥାଏ ଏବଂ ଲୋକେ ନିଜ ମୁଡକୁ ଉଇକେଣ୍ଡ ପାଇଁ ପ୍ରସ୍ତୁତ କରିବାରେ ଲାଗିଥାନ୍ତି।

ff

ଏହାଛଡ଼ା ରିସର୍ଚ୍ଚରୁ ଏହା ବି ଜଣାପଡ଼ିଛି ଯେ ଦ୍ୱିପ୍ରହର ୨ଟାରୁ ରାତି ୮ଟା ପର୍ଯ୍ୟନ୍ତ ଲୋକେ ଅଧିକ ଫ୍ଲର୍ଟ କରିଥାନ୍ତି। କିଛି ଦେଶର ଲୋକେ ଗୁରୁବାର ଦିନ ଅନଲାଇନ ସେକ୍ସ ଫ୍ଲର୍ଟିଂ କରୁଥିବାର ରିସର୍ଚ୍ଚରୁ ଜଣାପଡ଼ିଛି।

rr

କିଛି ଲୋକ ପ୍ରେମ କରିବା ପାଇଁ ସୋମବାରକୁ ହିଁ ଉପଯୁକ୍ତ ଦିନ ଭାବେ ମାନିଥାନ୍ତି। ବିଶେଷ କରି ସ୍ପେନ, ଜର୍ମାନୀ ଏବଂ ଗ୍ରୀସ ଦେଶର ଲୋକେ ଏହି ଦିନ ଅଧିକ ଫ୍ଲର୍ଟ କରିଥାନ୍ତି। ସେହିପରି ଗୁରୁବାର ଦିନ କାନାଡ଼ା, ଜାପାନ ଏବଂ ଦକ୍ଷିଣ ଆଫ୍ରିକାର ଲୋକେ ଫ୍ଲର୍ଟ କରିବାକୁ ପସନ୍ଦ କରନ୍ତି ବୋଲି ରିସର୍ଚ୍ଚରେ ଜାଣିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.