କାନପୁର: ୨୮ ବର୍ଷ ପରେ ପାକିସ୍ତାନରୁ ନିଜ ଘରକୁ ଫେରିଲେ ଶାମସୁଦ୍ଦିନ, ଉଭୟ ଦେଶକୁ କରିଥିଲେ ଆବେଦନ

କାନପୁର ବାସିନ୍ଦା ଶାମସୁଦ୍ଦିନ ଦୀର୍ଘ ୨୮ ବର୍ଷ ପରେ ପାକିସ୍ତାନରୁ ନିଜ ଘରକୁ ଫେରିଛନ୍ତି। ଏତେ ବର୍ଷ ପରେ ନିଜ ପ୍ରିୟଜନ ଏବଂ ନିଜ ଲୋକଙ୍କୁ ପାଖରେ ପାଇ ଶାମସୁଦ୍ଦିନ ଭାବବିହଳ ହୋଇଯାଇଥିଲେ। ଏହା ସହିତ ତାଙ୍କ ଅଞ୍ଚଳବାସୀ ଶାମସୁଦ୍ଦିନଙ୍କୁ ଫୁଲମାଳ ଦେଇ ସ୍ୱାଗତ ଜଣାଇଛନ୍ତି।

ତେବେ ସୂଚନା ମୁତାବକ, ଶାମସୁଦ୍ଦିନ ୧୯୯୨ ମସିହାରେ ପାକିସ୍ତାନ ଯାଇଥିଲେ। ସେଠାରେ ସେ ଜୋତା ତିଆରି କାମ କରୁଥିଲେ, ସେହି ସମୟରେ ପାକିସ୍ତାନର ପୋଲିସ ତାଙ୍କୁ ଭାରତୀୟ ଏଜେଣ୍ଟ ଭାବି ବନ୍ଦୀ କରି ଜେଲ୍‌କୁ ପଠାଇ ଦେଇଥିଲେ। ତେବେ ନିର୍ଦ୍ଦୋଷ ଲୋକଙ୍କୁ ହଇରାଣ ନକରିବା ପାଇଁ ଶାମସୁଦ୍ଦିନ ସେହି ସମୟରେ ଦୁଇ ଦେଶର ସରକାରଙ୍କୁ ଅନୁରୋଧ କରିଥିଲେ।

shamuddin2

ପାରିବାରିକ କଳହ ଯୋଗୁଁ ଘର ଛାଡି ପାକିସ୍ତାନ ନିଜ ପରିଚିତ ଲୋକଙ୍କ ପାଖକୁ ଯାଇଥିବା ଶାମସୁଦ୍ଦିନଙ୍କୁ ପରିସ୍ଥିତି ସେଠାରେ ରହିବାକୁ ବାଧ୍ୟ କରଥିଲା। ତାଙ୍କ ଭିସାର ଅବଧି ଶେଷ ହୋଇଯାଇଥିବାରୁ ଠିକ୍‌ ସମୟରେ ସେ ସେଠାରୁ ବାହାରି ଆସି ପାରିନଥିଲେ। ଏହାପରେ ସେ ବାଧ୍ୟ ହୋଇ ପାକିସ୍ତାନର ନକଲି ନାଗରିକତା ନେଇ ଯାଇଥିଲେ। ୨୦୧୨ ମସିହାରେ ନିଜ ପାର୍ସପୋଟ ରିନ୍ୟୁ କରାଇବା ପାଇଁ ଯାଇଥିବା ବେଳେ ଶାମସୁଦ୍ଦିନଙ୍କୁ ପାକିସ୍ତାନୀ ପୋଲିସ ଗିରଫ କରି ଅନେକ ପ୍ରତାଡନା ଦେଇଥିଲା। ପରେ ଭୁଲ ବାଟ ଦେଇ ଦେଶରେ ଦାଖଲ ହୋଇଥିବା ଅଭିଯୋଗରେ ତାଙ୍କୁ ଜେଲ୍‌ରେ ଭର୍ତ୍ତି କରି ଦେଇଥିଲେ।

shamuddin

ସମୟାନୁକ୍ରମେ ଚଳିତ ବର୍ଷ ଅକ୍ଟୋବର ୨୬ରେ ଶାମସୁଦ୍ଦିନଙ୍କୁ ଭାରତୀୟ ସେନାକୁ ହସ୍ତାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କୁ ଅମୃତସରର କ୍ୟାବିନେଟ ସେଣ୍ଟରରେ ରଖାଯାଇଥିଲା। କ୍ୟାବିନେଟର ଅବଧି ପୂରା ହେବା ପରେ ଅମୃତସରରୁ କାନପୁର ପାଇଁ ତାଙ୍କୁ ପଠାଯାଇଥିଲା। ଦୀର୍ଘ ୨୮ ବର୍ଷ ପରେ ନିଜ ଘରକୁ ଫେରିଥିବା ଶାମସୁଦ୍ଦିନଙ୍କୁ ସମସ୍ତେ ସମ୍ମାନର ସହିତ ସ୍ୱାଗତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.