୧୨୫ ଦିନ ପରେ ଦେଶରେ ୩୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତ ସଂଖ୍ୟା, ୫୦୦ ରୁ କମ ରହିଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଧୀରେ ଧୀରେ ଦେଶରୁ ହଟାଉଛି କରୋନା ।  ଦେଶରେ ଦୈନିକ ଆକ୍ରାନ୍ତ ସଂଖ୍ୟା ଖୁବ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି ।  ଗତ ୨୪ ଘଣ୍ଟା ଭିତରେ ଦେଶର ବିଭିନ୍ନ ପ୍ରାନ୍ତରେ ୨୯ ହଜାର ୧୬୪ ନୂଆ ମାମଲା ଚିହ୍ନଟ ହୋଇଛନ୍ତି ।  କହିରଖିବା ଉଚିତ ହେବକି ଦୀର୍ଘ ୧୨୫ ଦିନର ବ୍ୟବଧାନ ପରେ ସବୁଠୁ କମ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଛନ୍ତି ।  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଏହା ପୂର୍ବରୁ ଜୁଲାଇ ୧୫ ତାରିଖରେ ୩୦ ହଜାରରୁ କମ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଥିଲେ ।  ଆଜିର ଚିହ୍ନଟଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୮୮ ଲକ୍ଷ ୭୯ ହଜାର ୨୯୦
କୁ ବୃଦ୍ଧି ପାଇଛି ।

ଆହୁରି ମଧ୍ୟ ଲଗାତାର ସାତ ଦିନ ପାଇଁ ଦେଶରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫ ଲକ୍ଷରୁ କମ ରହିଛି ।  ମୋଟ ରୂପରେ ଦେଖିଲେ ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରାନ୍ତରେ ୪ ଲକ୍ଷ ୫୩ ହଜାର ୪୦୧ ଜଣ ବିଭିନ୍ନ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି ।  ଯାହାକି ମୋଟ ସଂଖ୍ୟାର ପ୍ରାୟ ୫.୧୧ ପ୍ରତିଶତ ହେବ ।  ଏହାବାଦ ଦେଶରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୮୨ ଲକ୍ଷ ୯୦ ହଜାର ୩୭୦ରେ ପହଂଚିଛି ।  ଏହାକୁ ମିଶାଇ ଦେଶରେ ସୁସ୍ଥତା ହାର ୯୩.୪୨ କୁ ବୃଦ୍ଧି ପାଇଛି ।  ଯେବେକି ଦେଶରେ କରୋନା ମୃତ୍ୟୁହାର ୧.୪୭ ରହିଛି ।  ଗତ ୨୪ଘଣ୍ଟା ଭିତରେ ୪୪୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ଲକ୍ଷ ୩୦ ହଜାର ୫୧୯ ଛୁଇଁଛି ମୃତ୍ୟୁ ସଂଖ୍ୟା ।

ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ବା ଆଇସିଏମଆର ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ନଭେମ୍ବର ୧୬ ସୁଦ୍ଧା ଦେଶରେ ୧୨
କୋଟି ୬୫ ଲକ୍ଷ ୪୨ ହଜାର ୯୦୭ ନମୁନା ପରୀକ୍ଷଣ ହୋଇଥିବା ବେଳେ ୮ ଲକ୍ଷ ୪୪ ହଜାର ୩୮୨ ଟି ନମୁନା କେବଳ ସୋମବାର ହିଁ ଯାଞ୍ଚ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.