ଖୁସି ଖବର : ସବ୍‌ସିଡି ପାଉନଥିବା ଗ୍ୟାସ୍‌ ଗ୍ରାହକ ସିଲିଣ୍ଡର ଉପରେ ପାଇ ପାରିବେ ଡିସ୍‌କାଉଣ୍ଟ, ଜାଣନ୍ତୁ କେମିତି

ରୋଷେଇ ଗ୍ୟାସ ସିଲିଣ୍ଡରରେ ସରକାର ଆପଣଙ୍କୁ ସବିସିଡି ଦେଉଛନ୍ତି। ଏହି ସବସିଡି ଟଙ୍କା ସେତେବେଳେ ଆପଣଙ୍କ ବ୍ୟାଙ୍କ ଖାତାକୁ ଆସେ ଯେତେବେଳେ ଆପଣ ଏଲପିଜି ଗ୍ୟାସ ବୁକ କରି ତାହାର ପେମେଣ୍ଟ କରିଥାନ୍ତି। କିନ୍ତୁ ଯଦି ଆପଣଙ୍କ ପାଖରେ ବିନା ସବସିଡିଯୁକ୍ତ ସିଲିଣ୍ଡର ଥାଏ ତାହେଲେ ଆପଣଙ୍କୁ ସରକାରଙ୍କ ପକ୍ଷରୁ କୌଣସି ସବସିଡି ମିଳିନଥାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସରକାର ବର୍ଷରେ ୧୨ ଏଲପିଜି ସିଲିଣ୍ଡର ଉପରେ ସବସିଡି ଦେଉଛନ୍ତି। ଏହି ସବସିଡି ଟଙ୍କା ପ୍ରତି ମାସରେ ପରିବର୍ତ୍ତନ ହୋଇଥାଏ। ଏହାପରେ ଯଦି ଆପଣ ଏକ୍ସଟ୍ରା ସିଲିଣ୍ଡର ନେଉଛନ୍ତି ତାହେଲେ ଆପଣଙ୍କୁ ମାର୍କେଟ ପ୍ରାଇସରେ ଏହାକୁ କିଣିବାକୁ ହେବ।

ବିନା ସବସିଡି ଏଲପିଜିରେ ମିଳିଥାଏ ଡିସକାଉଣ୍ଟ

ଆମେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ବିନା ସବସିଡିଯୁକ୍ତ ସିଲିଣ୍ଡରରେ ମଧ୍ୟ ଆପଣ ଡିସକାଉଣ୍ଟ ପାଇପାରିବେ। ଆପଣଙ୍କୁ ସରକାର ସବସିଡି ନଦେଲେ ବି ହିନ୍ଦୁସ୍ତାନ ପେଟ୍ରୋଲିୟମ, ଇଣ୍ଡିଆନ ଅଏଲ ଏବଂ ଭାରତ ପେଟ୍ରୋଲିୟମ ଭଳି ତୈଳ କମ୍ପାନୀ ନନସବସିଡି ଗ୍ରାହକଙ୍କୁ ଅନଲାଇନ ପେମେଣ୍ଟରେ ଡିସକାଉଣ୍ଟ ଦେଉଛନ୍ତି। ଏହି ଡିସକାଉଣ୍ଟ ସରକାରଙ୍କ ପକ୍ଷରୁ ଡିଜିଟାଲ ପେମେଣ୍ଟକୁ ବୃଦ୍ଧି କରିବା ପାଇଁ କରାଯାଉଛି। ତୈଳ କମ୍ପାନୀ ଗ୍ରାହକଙ୍କର ଏହି ଡିସକାଉଣ୍ଟକୁ କ୍ୟାସବ୍ୟାକ, ଇନଷ୍ଟାଣ୍ଟ ଡିସକାଉଣ୍ଟ, କୁପନ ଭଳି ତରିକାରେ ଦେଉଛନ୍ତି।

ଡିସକାଉଣ୍ଟ କେମିତି ପାଇବେ ଜାଣନ୍ତୁ

ଯେତେବେଳେ ବି ଏଲପିଜି ସିଲିଣ୍ଡର ବୁକ୍‌ କରୁଛନ୍ତି ତାହାର ପେମେଣ୍ଟ କ୍ୟାସ ଦ୍ୱାରା ନକରି ଡିଜିଟାଲୀ କରନ୍ତୁ। ଅଧିକାଂଶ ଲୋକ ସିଲିଣ୍ଡର ବୁକ୍‌ କରିବା ପରେ ଡେଲିଭରୀ ବୟକୁ କ୍ୟାସ ପେମେଣ୍ଟ କରନ୍ତି, କିନ୍ତୁ ଏମିତିରେ ଆପଣଙ୍କୁ ଡିସକାଉଣ୍ଟ ମିଳିନଥାଏ। ଏଥିପାଇଁ ଆପଣ କେବେବି କ୍ୟାସ ଜରିଆରେ ପେମେଣ୍ଟ କରନ୍ତୁନାହିଁ। ସବୁବେଳେ ଡିଜିଟାଲ ପେମେଣ୍ଟ କରିବା ଦ୍ୱାରା ଡିସକାଉଣ୍ଟ ମିଳିଥାଏ।

lpg1ଏମିତି କରନ୍ତୁ ଡିଜିଟାଲ ପେମେଣ୍ଟ

ଗ୍ୟାସ ବୁକିଙ୍ଗ୍‌ କରିବା ପରେ ଯେତେବେଳେ ପେମେଣ୍ଟ ପ୍ରକ୍ରୀୟା ଆସେ ସେତେବେଳେ ଆପଣ ଭଳି ଡିଜିଟାଲ ପ୍ଲାଟଫର୍ମରେ ପେମେଣ୍ଟ କରିପାରିବେ। ଏମିତି କରିବା ଦ୍ୱାରା ଆପଣଙ୍କୁ ତେଲ କମ୍ପାନୀଙ୍କ ଠାରୁ ନିଶ୍ଚୟ ଡିସକାଉଣ୍ଟ ମିଳିବ। ଏହାଛଡା ଅନଲାଇନ ଡେବିଟ କାଡ, କ୍ରେଡିଟ କାର୍ଡ, ଇଣ୍ଟରନେଟ ବ୍ୟାକିଙ୍ଗ, ମୋବାଇଲ ବ୍ୟାକିଙ୍ଗ ଜରିଆରେ ମଧ୍ୟ ଏହି ଡିସକାଉଣ୍ଟ ପାଇପାରିବେ।

ତେବେ ଆଶା କରୁଛୁ ଆମର ପାଠ୍ୟକ୍ରମଟି ଆପଣଙ୍କୁ ନିହାତି ସାହାଯ୍ୟ କରିବ। ଆପଣଙ୍କୁ ଆମର ଆଟିର୍କିଲ ଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ। ଆଉ ଯଦି ଆପଣଙ୍କୁ ଏହା ଭଲ ଲାଗିଥାଏ ତାହେଲେ ଏହାକୁ ଲାଇକ, ସେୟାର ନିଶ୍ଚୟ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.