Below header

ଭୁବନେଶ୍ୱର: ଗାଈ ବିକିବା ଆଡ୍ ଦେଇ ସର୍ବସ୍ବାନ୍ତ ହେଲେ ଯୁବକ, ୫ ଟଙ୍କା ଦେଇ ଆକାଉଣ୍ଟରୁ ପୋଛି ନେଲେ ୧ ଲକ୍ଷ ଟଙ୍କା

କେନ୍ୟୁଜ୍(ବ୍ୟୁରୋ):  ଅନ୍‌ଲାଇନ୍‌ରେ ଗାଈ ବିକିବାକୁ ଯାଇ ଯୁବକ ହରାଇଲେ ୧ ଲକ୍ଷ ଟଙ୍କା । ଅନ୍‌ଲାଇନ୍ ସାଇଟ୍ କ୍ରିଷିଫାଇରେ ଗାଈ ବିକିବା ପାଇଁ ଆଡ୍ ଦେଇଥିଲେ ଭୁବନେଶ୍ୱର ଆଚାର୍ଯ୍ୟବିହାରର ଦେବାଶିଷ ସାହୁ । ଗତ ୧୧ ତାରିଖରେ ଗ୍ରାହକଙ୍କ ସହ ୨୦ ହଜାର ଟଙ୍କାରେ ଗାଈ ବିକିବା ପାଇଁ ହୋଇଥିଲା ମୁଲଚାଲ । ଏହାପରେ ଗ୍ରାହକ ଜଣକ ଦେବାଶିଷକୁ ଏକ କ୍ୟୁଆର୍ କୋଡ୍ ପଠାଇଥିଲେ ।

ପ୍ରଥମେ ୫ ଟଙ୍କା ପଠାଇ କନ୍‌ଫରମେସନ କରିବାକୁ କହିଥିଲା ଗ୍ରହାକ । ପରେ ଗ୍ରାହକ ଜଣକ ୮ ଥରରେ ୧ ଲକ୍ଷ ଟଙ୍କା ଦେବାଶିଷଙ୍କ ଆକାଉଣ୍ଟରୁ ପୋଛି ନେଇଥିଲା । ଏନେଇ ଠକାମିର ଶିକାର ହୋଇଥିବା ଯୁବକ ଜଣକ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.