ଏହି ୧୧ଟି ଲକ୍ଷଣରୁ ଜାଣନ୍ତୁ ଆପଣଙ୍କ ଶରୀରରେ ରହିଛି ପ୍ରୋଟିନ୍‌ର ଅଭାବ

ବ୍ୟସ୍ତବହୁଳ ଜୀବନରେ ଆମେ ଆମ ଖାଦ୍ୟପେୟ ଉପରେ ପୂରା ଧ୍ୟାନ ରଖିପାରି ନ ଥାଉ। ଫଳରେ ଶରୀରରେ ଅନେକ ପୋଷକ ତତ୍ତ୍ୱର ଅଭାବ ରହିଯାଇଥାଏ, ଯାହାର ପରିଣାମ ଆମକୁ ଲମ୍ବା ସମୟ ଧରି ଭୋଗିବାକୁ ପଡ଼ିଥାଏ। ଏମିତି ହିଁ ଏକ ପୋଷକ ତତ୍ତ୍ୱ ହେଉଛି ପ୍ରୋଟିନ। ପ୍ରୋଟିନ ଅଭାବ ହେଲେ ଶରୀରକୁ କ’ଣ କ୍ଷତି ପହଞ୍ଚିଥାଏ ଅର୍ଥାତ୍‌ ଏହି ଅଭାବ ରହିଛି ବୋଲି ଆମେ କେଉଁ ଲକ୍ଷଣରୁ ଜାଣିପାରିବା, ସେ ବିଷୟରେ ଆଜି ଆମେ କହିବୁ।

ପ୍ରୋଟିନ ଆମ ଶରୀର ପାଇଁ ବହୁତ ଜରୁରୀ। ଏହା କୋଶିକାଗୁଡ଼ିକର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଶରୀରର ନିର୍ମାଣରେ ବି ଏହାର ଆବଶ୍ୟକତା ପଡ଼ିଥାଏ। ହିମୋଗ୍ଲୋଭିନ୍‌ ନିର୍ମାଣରେ ପ୍ରୋଟିନ୍‌ ସହାୟକ ହୋଇଥାଏ। ଏତଦ୍‌ ବ୍ୟତୀତ ରୋଗ ପ୍ରତିରୋଧକ କ୍ଷମତା ଅର୍ଥାତ୍‌ ଇମ୍ୟୁନିଟି ପାଓ୍ଵର ପାଇଁ ଏହା ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।

ଆସନ୍ତୁ ଜାଣିବା ପ୍ରୋଟିନ ଅଭାବର ଲକ୍ଷଣ

୧. ଶରୀରରେ ଶକ୍ତିର ଅଭାବ ଅନୁଭୂତ ହୋଇଥାଏ। ସବୁବେଳେ ଥକ୍କାପଣ ଲାଗିରହିଥାଏ।

୨. ନଖ ଦୁର୍ବଳ ହୋଇଯାଏ ଏବଂ ତାହା ଭାଙ୍ଗି ଯାଇଥାଏ।

୩. ଶରୀରର କୌଣସି ଜାଗାରେ ଘା’ କିମ୍ବା ଖଣ୍ଡିଆ ଖାବରା ହେଲେ ଜଲ୍‌ଦି ଶୁଖି ନ ଥାଏ।

୪. କେଶ ଉପରେ ପ୍ରଭାବ ପଡ଼ିଥାଏ। କେଶ ରୁକ୍ଷ ଏବଂ ଦୁର୍ବଳ ହୋଇଯାଏ।

୫. ଦାନ୍ତମାଡ଼ି ଫୁଲି ଯାଇଥାଏ ଏବଂ ଦରଜ ହୋଇଥାଏ।

୬. ରୋଗ ପ୍ରତିରୋଧକ କ୍ଷମତା କମିଯାଇଥାଏ। ସଂକ୍ରମଣ ଏବଂ ଆଲର୍ଜି ତୁରନ୍ତ ଶରୀରକୁ ଗ୍ରାସ କରିଥାଏ।

୭. ଶରୀରର ଓଜନ କମି ଯାଇଥାଏ।

୮. ହାଡ଼ଗୁଡ଼ିକ ଦୁର୍ବଳ ହୋଇଯାଏ।

୯. ତ୍ୱଚା ଇନ୍‌ଫେକ୍ସନ ହୋଇଥାଏ।

୧୦. ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହୁଏ।

୧୧. ରକ୍ତରେ ହ୍ଵାଇଟ୍‌ ବ୍ଲଡ ସେଲ୍ସ ଅର୍ଥାତ୍‌ ଡବ୍ଲ୍ୟୁ ବି ସି କମି ଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.