ପୁରୀ: ପୁରୀ ଆଗମନ ଓ ଶ୍ରୀମନ୍ଦିର ଦର୍ଶନ ସମ୍ପର୍କରେ ଭୁଲ୍ ଫଳକ ଲଗାଇଛି ଇଷ୍ଟକୋଷ୍ଟ ରେଲୱେ, କୁମ୍ଭାରପଡା ଥାନାରେ ମାମଲା

ପୁରୀ(କେନ୍ୟୁଜ୍): ପୁରୀ ରେଳ ଷ୍ଟେସନରେ ଲାଗିଥିବା ଗାନ୍ଧିଜୀଙ୍କ ଫଳକକୁ ନେଇ ଉଠିଛି ବିବାଦ । ଫଳକରେ ଗାନ୍ଧୀଙ୍କ ପୁରୀ ଆଗମନ ଓ ଶ୍ରୀମନ୍ଦିର ଦର୍ଶନ ସମ୍ପର୍କରେ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଭୁଲ୍‌ ତଥ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି । ସାମାଜିକ କର୍ମୀ ଏନେଇ କୁମ୍ଭାରପଡା ଥାନାରେ ମାମଲା ରୁଜୁ କରିବା ସହ ଇଷ୍ଟକୋଷ୍ଟ ରେଲୱେ ନିକଟରେ ଅଭିଯୋଗ କରିଛନ୍ତି । ଗାନ୍ଧିଜୀଙ୍କ ପୁରୀ ଆଗମନ ନେଇ ଶତବାର୍ଷିକୀ ପାଳନ ହେଉଥିବା ବେଳେ ଏଭଳି ଭୁଲ୍‌ ତଥ୍ୟ ଥିବା ଫଳକ ସ୍ତମ୍ବକୁ ଉଠାଇ ଦେବାକୁ ଦାବି ହୋଇଛି ।

puri

 

ଗାନ୍ଧୀଜୀ ପୁରୀକୁ ୧୯୨୧ ମସିହାରେ ପ୍ରଥମ କରି ଆସିଥିବା ବେଳେ ସମୁଦାୟ ୭ ଥର ପୁରୀ ଗସ୍ତରେ ଆସିଥିଲେ । ମାର୍ଚ୍ଚ ୨୭ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଖୁସି ହୋଇ ଫେରିଥିଲେ । ହେଲେ ପୁରୀ ରେଳ ଷ୍ଟେସନରେ ଲାଗିଥିବା ଫଳକରେ ୧୯୩୮ ମସିହାରେ ଗାନ୍ଧୀ ପୁରୀ ଆସିଥିବା ଦର୍ଶାଯାଇଛି । ଏମିତିକି ଶ୍ରୀମନ୍ଦିରରେ ହରିଜନଙ୍କ ପ୍ରବେଶ ନିଷେଦ୍ଧ ଥିବାରୁ ସେ ଶ୍ରୀମନ୍ଦିର ଦର୍ଶନ କରିନଥିବା ଫଳକରେ ଉଲ୍ଲେଖ ରହିଛି । ଏନେଇ ଇଷ୍ଟକୋଷ୍ଟ ରେଲୱେ ଓ ପୁରୀ କୁମ୍ଭାରପଡା ଥାନାରେ ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.