Below header

ଯାଜପୁର: ଘରୋଇ ଫାଇନାନ୍ସ କମ୍ପାନୀର ଗୁଣ୍ଡାଗର୍ଦି, ଲୋନ ସୁଝି ନପାରିବାରୁ ଯୁବକଙ୍କୁ ଅପହରଣ କରି ନେଇ ବନ୍ଧକ ରଖିଲେ

ଯାଜପୁର ଟାଉନ(କେନ୍ୟୁଜ୍):  ଘରୋଇ ଫାଇନାନ୍ସ କମ୍ପାନୀରୁ ଲୋନ ଆଣି ସୁଝି ନପାରିବାରୁ ଯୁବକଙ୍କୁ ଅପହରଣ କରି ନେଇ ବନ୍ଧକ ରଖିଲେ ଘରୋଇ କମ୍ପାନୀ କର୍ତ୍ତୃପକ୍ଷ। ପୋଲିସ ଅପହୃତ ଯୁବକଙ୍କୁ ଉଦ୍ଧାର କରିବା ସହିତ ଅପହରଣ କରିବା ଅଭିଯୋଗରେ ଜଣକୁ ଅଟକ ରଖି ପଚରା ଉଚୁରା କରୁଛି । ଯାଜପୁର ଥାନା କୁସୁମା ପାର୍କ ଅଞ୍ଚଳର ଏକ ଘର ଭିତରୁ ଖଣ୍ଡରା ଅଂଚଳର ଯୁବକ ମାନସ ଗେଡିଙ୍କୁ ଉଦ୍ଧାର କରିଛି ପୋଲିସ।

ସୂଚନା ମୁତାବକ ମାନସ  କୁସୁମା ଅଂଚଳର କୋରେସା ବିବିଙ୍କ ଠାରୁ କିଛି ଟଙ୍କା ନେଇଥିଲେ। ଧୀରେ ଧୀରେ ସୁଧ ଦେଉଥିଲେ ହେଁ ଗତ କିଛି ଦିନ ହେଲା ଅସୁବିଧା ପାଇଁ ଦେଇ ପାରି ନଥିଲେ। ଗତକାଲି ରାତିରେ  କୋରେସା ବିବି ଓ ଅନ୍ୟ ଦୁଇ ଜଣ ଯୁବକ ମାନସଙ୍କୁ ଅପହରଣ କରି ନେଇ କୁସୁମା ପାର୍କ ନିକଟରେ ଏକ ଘରେ ଅଟକ ରଖିଥିଲେ। ମାନସ ଙ୍କ ପତ୍ନୀ ଯାଜପୁର ଥାନା ରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ସଦଳ ବେଳେ ଯାଇ ଯୁବକଙ୍କୁ ଉଦ୍ଧାର କରିଥିଲା। ଏହି ଟଙ୍କା କାରବାର ପଛରେ ଇଣ୍ଡସ ଇଣ୍ଡ ଫାଇନାନ୍ସ କମ୍ପାନୀର ହାତ ରହିଥିବା ଜଣାପଡ଼ିଛି। ପୋଲିସ କମ୍ପାନୀର ଜଣେ କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ବୋଲି ଯାଜପୁର ଏସ ଡି ପି ଓ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.