Below header

ରୋଗୀଙ୍କ ସୁନ୍ଦରତାରେ ଫିଦା ହେଲେ ଡାକ୍ତର, ମେଡିକାଲ ରେକର୍ଡରୁ ନମ୍ବର ବାହାର କରି ପଠାଇଲେ ଅଶ୍ଳୀଳ ମେସେଜ, ଏବେ ମିଳିଲା ଦଣ୍ଡ

ବ୍ରିଟେନର ଜଣେ ଡାକ୍ତର ନିଜ ରୋଗୀଙ୍କ ସୁନ୍ଦରତାରେ ଏମିତି ଫିଦା ହୋଇଥିଲେ ଯେ ସବୁକିଛି ଭୁଲି ତାଙ୍କ ପଛରେ ପଡ଼ି ଯାଇଥିଲେ। ଡାକ୍ତର ଯୁବତୀଙ୍କୁ କେତେକ ମେସେଜ ମଧ୍ୟ ପଠାଇଥିଲେ, ଯାହାକି ବହୁତ ଆପତ୍ତିଜନକ ରହିଥିଲା। ପରେ ପୀଡ଼ିତା ଏ ନେଇ ମେଡିକାଲ ପ୍ରାକ୍ଟିଶନର୍ସ ଟ୍ରିବ୍ୟୁନାଲଙ୍କ ପାଖରେ ଅଭିଯୋଗ କରିଥିଲେ। ଏବେ ଟ୍ରିବ୍ୟୁନାଲ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ତାଙ୍କ ପ୍ରାକ୍ଟିସ୍‌ ଉପରେ ରୋକ୍‌ ଲଗାଇ ଦେଇଛନ୍ତି।

ରିପୋର୍ଟ ମୁତାବକ, ଅଭିଯୁକ୍ତ ଡାକ୍ତରଙ୍କ ନାଁ ନେନାଡ ଡୋରଡେଭିକ୍‌, ଯିଏ କ୍ୱୀନ୍‌ ମଦର ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ସେ ଆହତ ଅବସ୍ଥାରେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ପ୍ରଥମେ ଡାକ୍ତର ତାଙ୍କୁ ବହୁତ ଭଲ ମଣିଷ ଲାଗିଥିଲେ। କିନ୍ତୁ ପରେ ତାଙ୍କର ଅସଲ ଚେହେରା ସାମ୍ନାକୁ ଆସିଥିଲା। ଡାକ୍ତର ପୀଡ଼ିତାଙ୍କୁ କହିଥିଲେ କି, ସେ ଏବେ ଯୁବା ଅଛନ୍ତି ଏବଂ ତାଙ୍କୁ ନୂଆ ନୂଆ ଜିନିଷ ଆପଣାଇବା ଉଚିତ।

ପୀଡ଼ିତାଙ୍କ ଘା’କୁ ଡ୍ରେସିଂ କରିବା ପରେ ଡାକ୍ତର ତାଙ୍କୁ ଡ୍ରିଙ୍କ୍‌ରେ ଯିବାକୁ ପଚାରିଥିଲେ, କିନ୍ତୁ ଏ ନେଇ କୌଣସି ଉତ୍ତର ଦେଇ ନ ଥିଲେ ପୀଡ଼ିତା। ଡାକ୍ତରଙ୍କ ଏଭଳି ବ୍ୟବହାର ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ତୁରନ୍ତ ସେଠାରୁ ଚାଲି ଆସିଥିଲେ। ଏହାପରେ ବି ଡାକ୍ତର ତାଙ୍କ ପିଛା ଛାଡ଼ି ନ ଥିଲେ। ଅଭିଯୋଗ ମୁତାବକ, ଡାକ୍ତର ମେଡିକାଲ ରେକର୍ଡରୁ ରୋଗୀଙ୍କ ଫୋନ ନମ୍ବର ବାହାର କରିଥିଲେ ଏବଂ ତାଙ୍କୁ ଅଶ୍ଳୀଳ ମେସେଜ ପଠାଇବାକୁ ଲାଗିଥିଲେ। ତେବେ ଡାକ୍ତର ଜଣକ ପୂର୍ବରୁ ମଧ୍ୟ ଅନ୍ୟ ମହିଳାମାନଙ୍କ ସହିତ ଏମିତି ବ୍ୟବହାର କରିଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.