ତୁଳସୀ ପତ୍ରରୁ ତିଆରି କରନ୍ତୁ ପ୍ରାକୃତିକ ଟୋନର, ଚେହେରାରୁ ବାହାରି ଯିବେ ସବୁ ଜୀବାଣୁ

ଆମ ଚେହେରାରେ ହେଉଥିବା ବ୍ରଣ, ଦାଗ, ଚିହ୍ନ ଆଦି ସମସ୍ୟା ପଛରେ ଜୀବାଣୁ କାରକ ହୋଇଥାଆନ୍ତି, ଯାହାଙ୍କୁ ଖାଲି ଆଖିରେ ଦେଖିବା ସମ୍ଭବ ହୋଇ ନ ଥାଏ। ଏହି ଜୀବାଣୁଗୁଡ଼ିକ ସାଧାରଣ ଭାବେ ମୁହଁ ଧୋଇଲେ ମଧ୍ୟ ବାହାରିଯାଇ ପାରି ନ ଥାଆନ୍ତି। କିନ୍ତୁ ଯଦି ଆପଣ ତୁଳସୀ ପତ୍ରରେ ତିଆରି ନ୍ୟାଚୁରାଲ ଟୋନର ବ୍ୟବହାର କରିବେ, ତ ଚେହେରାର ତ୍ୱଚା ଏକଦମ୍‌ ସଫା ହୋଇଯିବ। ଆଜି ଆମେ ଆପଣଙ୍କୁ ଏହି ପ୍ରାକୃତିକ ଟୋନର ବନାଇବାର ତରିକା ଏବଂ ଫାଇଦା ବିଷୟରେ କହିବୁ।

ସାମଗ୍ରୀ

୧୦ରୁ ୧୫ଟି ତୁଳସୀ ପତ୍ର

୧ କପ୍‌ ପାଣି

ବିଧି

ପ୍ରଥମେ ୧ କପ୍‌ ପାଣିକୁ ଗୋଟିଏ ପାତ୍ରରେ ଭରି ଆଞ୍ଚ ଉପରେ ରଖି ଦିଅନ୍ତୁ। ଏହାପରେ ସେହି ପାଣିରେ ତୁଳସୀ ପତ୍ର ପକାଇ ଫୁଟାନ୍ତୁ। ୫ ମିନିଟ୍‌ ପରେ ଆଞ୍ଚକୁ ବନ୍ଦ କରି ଦିଅନ୍ତୁ ଏବଂ ପାଣିକୁ ଛାଣି ଆଣନ୍ତୁ। ଏବେ ଏହି ପାଣିକୁ ଆପଣ ଥଣ୍ଡା କରି ନିଜ ଚେହେରାରେ ଲଗାଇ ପାରିବେ।

ସ୍କିନ୍‌ ଟୋନରର ଫାଇଦା

-ଚେହେରାର ଲୋମଛିଦ୍ର ବଢ଼ିବାକୁ ଦେଇ ନ ଥାଏ।

-ବ୍ୟାକ୍ଟେରିଆ ଏବଂ ଅନ୍ୟ ହାନିକାରକ ଜୀବାଣୁଙ୍କଠାରୁ ମୁକ୍ତି ମିଳିଥାଏ।

-ତ୍ୱଚା ଟାଇଟ୍‌ ହୋଇଥାଏ।

-ଚେହେରାକୁ ରିଫ୍ରେଶ୍‌ କରିଥାଏ।

-ଚେହେରାରେ ଲୁଚିଥିବା ତୈଳ, ମେକଅପ୍‌ ଏବଂ ମଇଳା ସଫା କରିଥାଏ।

-ଚେହେରାର ନମନୀୟତାକୁ ବଜାୟ ରଖିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.