Below header

ଗୋଷ୍ଠୀ କନ୍ଦଳରୁ ଯୁବକଙ୍କୁ ହତ୍ୟା, ମୃତଦେହ ପୋଡୁଥିବା ବେଳେ ପୋଲିସ୍‌ ପହଞ୍ଚିଲା

ବେଗୁନିଆ (କେନ୍ୟୁଜ୍‌) : ଗାଁରେ ଗୋଷ୍ଠୀ କନ୍ଦଳକୁ ନେଇ ଜଣେ ଯୁବକକୁ ନିର୍ଯାତନା ସହିତ ହତ୍ୟା । ପୁଣି ହତ୍ୟାକାଣ୍ଡକୁ ଲୁଚାଇବା ପାଇଁ ଅନ୍ୟ ଏକ ଗାଁର ନିଛାଟିଆ ସ୍ଥାନରେ ମୃତଦେହ ପୋଡୁଥିଲେ । ହେଲେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।

ଘଟଣାରୁ ପ୍ରକାଶ, ବେଗୁନିଆ ଥାନା ଅଭିମାନପୁର ଗାଁରେ ଗତ ୧ ତାରିଖ ଦିନ ଏକ ସଭା ବସିଥିଲା । ସଭାରେ କିଛି ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏମିତିକି ହତ୍ୟା ଧମକ ମଧ୍ୟ ମିଳିଥିଲା । ପରେ ସେହି ଗାଁର ସତ୍ୟବ୍ରତ ନାୟକ ନାମକ ଜଣେ ଯୁବକକୁ କିଛି ଲୋକ ଡାକି ନେଇଥିଲେ । ତା ପରେ ତାଙ୍କର ଆଉ ପତ୍ତା ମିଳିଲା ନାହିଁ । ପରିବାର ଲୋକେ ଏକଥା ଜାଣିବା ପରେ ବେଗୁନିଆ ଥାନାରେ ତାଙ୍କ ନିଖୋଜ ନେଇ ଏତଲା ଦେଇଥିଲେ । ତେବେ ଗତକାଲି ରାତିରେ ଏକଥା ଜଣାପଡ଼ିଲା । ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କରଡଗାଡିଆ ଗାଁ ଲୋକେ ନିକଟରେ ଥିବା ଏକ କାଜୁ ଜଙ୍ଗଲ ଭିତରେ କିଛି ଜଳୁଥିବାର ଦେଖିଥିଲେ । ସେମାନେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ଏହାପରେ ଘଟଣା ସ୍ଥଳରେ ଉଭୟ ଖୋର୍ଦ୍ଧା ସଦର ଥାନା ପୋଲିସ ଏବଂ ବେଗୁନିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ୬ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।

ଏଥି ସହିତ ସାଇଣ୍ଟିଫିକ ଟିମ୍ ସହାୟତାରେ ପୋଲିସ ତଦନ୍ତ ଚଳାଇଛି । ସେପଟେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ମୃତ ସତ୍ୟବ୍ରତଙ୍କ ଶଳା ଅଭିଯୋଗ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.