ସିସିଟିଭିକୁ ଆଧାର କରି ବ୍ଯାଙ୍କ ଚୋରକୁ କାବୁ କଲା ଯଶୀପୁର ପୋଲିସ୍

କରଞ୍ଜିଆ(କେନ୍ଯୁଜ୍): ଚୋର ତ ଚୋର ଇଏ ବ୍ଯାଙ୍କ ଚୋର। ବ୍ୟାଙ୍କ ମାନଙ୍କରେ କଳାକନା ବୁଲାଇବାକୁ ତାର ଭାରି ସଉକ୍ । କିନ୍ତୁ କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ନୁହେଁ । ଚୋର ଯେତେ ଚତୁର ହେଲେ ବି ଦିନେ ନା ଦିନେ ସେ ପୋଲିସ୍ ହାବୁଡରେ ଧରାପଡିଥାଏ। ଏମିତି ଏକ ଚୋରର କାରନାମା ସିସି ଟିଭିରେ କଏଦ ହୋଇଛି।

ଯାହାକୁ ଆଧାର କରି ଚୋରକୁ ଧରିବାରେ ସଫଳ ହୋଇଛି ଯଶୀପୁର ପୋଲିସ । ସୂଚନା ମୁତାବକ, ଗତ ଶନିବାର ବିଳମ୍ବିତ ରାତିରେ ଏସବିଆଇ ଯଶୀପୁର ଶାଖାରୁ ଚୋରି ଉଦ୍ୟମ କରି ଫେଲ ମାରିଥିଲା ଏଇ ଚୋର । କିଛିଦିନ ପୂର୍ବରୁ ମୟୁରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଯଶୀପୁର ଶାଖାରେ ଚୋରି କରି ବିଫଳ ହୋଇଥିବା ବେଳେ ଯଶୀପୁର ଉପଡ଼ାକଘରୁ ୧ ଲକ୍ଷ ୪୬ ହଜାର ଟଙ୍କା ଚୋରି କରି ବି ଧରାପଡିନଥିଲା ।କିନ୍ତୁ ଶେଷରେ ଯଶୀପୁର ପୋଲିସ୍ ତାକୁ କାବୁ କରିଛି । ଅଭିଯୁକ୍ତ ଜଣଙ୍କ ଯଶୀପୁର ପୁରୁଣା ବଜାରର ଏମ.ଡି.ରାଜା । ତେବେ ତାକୁ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରିଛି ପୋଲିସ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.