ଫିଲ୍ମି ଷ୍ଟାଇଲରେ ବୁଲେଟ ପ୍ରେମ ପଡିଲା ଭାରୀ, ଶେଷରେ ଥାନା ଗଲେ ପ୍ରେମୀ ଯୁଗଳ

ବିହାରର ଗୟାରେ ପ୍ରେମୀ ଯୁଗଳଙ୍କ ଫିଲ୍ମି ଷ୍ଟାଇଲ ରୋମାନ୍ସ ହେଲା ଭାଇରାଲ। ଚଳନ୍ତା ବୁଲେଟ ଗାଡ଼ି ଉପରେ ବସି ବିନା ଦ୍ୱିଧାରେ କରୁଛନ୍ତି ପ୍ରେମ। ରାସ୍ତାରେ ଏଭଳି ଅଜବ ଦୃଶ୍ୟ ଦେଖି ସମସ୍ତଙ୍କ ହୋସ ମଧ୍ୟ ଉଡିଯାଉଛି । ନିଶ୍ଚିତ ଭାବେ ଏଭଳି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସ୍ୱଭାବିକ। ଜାଣନ୍ତୁ ଏହା ପରର ଘଟଣା।

ରାସ୍ତାରେ ଅନେକ ଗାଡ଼ି ମଟର ମଧ୍ୟ ଯାଉଥିଲା। କିନ୍ତୁ ଏଭଳି ଦୃଶ୍ୟ ଦେଖି ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଏହି ପ୍ରେମୀ ଯୁଗଳଙ୍କୁ ଦେଖି ଗ୍ରାମର କିଛି ଲୋକ ତାଙ୍କ ପିଛା କଲେ। କିଛି ଦୂର ଗଲା ପରେ ତାଙ୍କୁ ରୋକି ଥାନା ନେଲେ। ଲୋକମାନେ ତାଙ୍କୁ ଘେରିବା ପରେ ଉଭୟେ ଡରି ଯାଇଥିଲେ। ଶେଷରେ କ୍ଷମା ମଧ୍ୟ ମାଗିଲେ ।

ପୁଣି ଥରେ ଏଭଳି କାମ ନକରିବା ପାଇଁ ପ୍ରେମୀଯୁଗଳ ଗାଁ ଲୋକଙ୍କ ଆଗରେ ଶପଥ କରିଥିଲେ । ତେବେ ଏସବୁ ଘଟଣାର କେହି ଜଣେ ଭିଡିଓ କରି ପରେ ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହା ପରେ ଖୁବ ଭାଇରାଲ ହୋଇଛି ଏହି ଭିଡିଓ। ଗୟା ସମେତ ସାରା ଦେଶରେ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ। ଏଭଳି ଦୃଶ୍ୟ ଦେଖି ଅଞ୍ଚଳର ସମସ୍ତ ଲୋକ ପିଲା ଦୁହିଁଙ୍କୁ ଅନେକ କଥା ଶୁଣାଇଥିବାର ଜଣାପଡିଛି। ସବୁ ଶୁଣିବା ପରେ ଦୁହେଁ ସମସ୍ତଙ୍କ ୁ କ୍ଷମା ମାଗିଥିବାର ଶୁଣିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.