ଭାରତରେ ଲଞ୍ଚ ହେଲା Redmi ର ପ୍ରଥମ ଲାପଟପ୍, ଜାଣନ୍ତୁ ଦାମ୍ ଏବଂ ସ୍ପେସିଫିକେସନ

RedmiBook ସିରିଜ ଲାପଟପ୍ ଆଜି ଭାରତରେ ଲଞ୍ଚ କରିଛି। RedmiBook ସିରିଜ ସାଓମୀର ରେଡମୀ ବ୍ରାଣ୍ଡର ପ୍ରଥମ ଲାପଟପ, ଯାହା ମାର୍କେଟରେ ଲଞ୍ଚ କରିଛି। ଏହା ପୂର୍ବରୁ Redmibook ଲାପଟପ୍ ଚୀନରେ ଲଞ୍ଚ କରିଥିଲା।

ଆଜି RedmiBook 15 ଏବଂ RedmiBook 14 କୁ ଲଞ୍ଚ କରିଛି। ଏଥିରେ 11th Gen Intel Core i3 ଏବଂ Core i5 ପ୍ରୋସେସର ଦିଆଯାଇଛି। ଏହା ୪ଟି କଲର ଅପସନରେ ମିଳିବ। ଆଉ ଏହାର ଦାମ ୫୦ ହଜାର ଟଙ୍କା ରହିଛି।

RedmiBook ସ୍ପେସିଫିକେସନ:

RedmiBook ମଡେଲରେ ୧୫.୬ ଇଞ୍ଚର ଡିସପ୍ଲେ ଏବଂ 11th Gen Intel Core ପ୍ରୋସେଦର ଦିଆଯାଇଛି। ଏଥିରେ ୧୦ ଘଣ୍ଟାର ବ୍ଯାଟେରୀ ଲାଇଫ ମଧ୍ୟ ଦିଆଯାଇଛି। ଏହା ସହିତ ଫୁଲ୍ ଏଚଡି ଡିସପ୍ଲେ ମଧ୍ୟ ଦିଆଯାଇଛି। ଏଥିରେ ଅତିକମରେ ୮ ଜିବି ରାମ୍ ଦିଆଯାଇଛି। ଏହାସହିତ ୨୫୬ ଜିବି କିମ୍ବା ୫୧୨ ଜିବି PCIe SSD ଷ୍ଟୋରେଜ ଅପସନ ଦିଆଯାଇଛି। କନେକ୍ଟିଭିଟ ପାଇଁ ଡୁଆଲ ବ୍ଯାଣ୍ଡ wi-fiଏବଂ ବ୍ଲୁଟୁଥ v5.0 ସହିତ USB 3.1, Type c, USB Type-A, USB 2.0, HDMI ଏବହ ଅଡିଓ ଜ୍ଯାକ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.