ତୁରନ୍ତ ଡାଉନଲୋଡ କରନ୍ତୁ ଏହି ୫ଟି ଆପ, ଯାହା ଜରୁରୀ ପରିସ୍ଥିତିରେ ଆପଣଙ୍କୁ କରିବ ସାହାଯ୍ୟ

ବିଗତ କିଛି ବର୍ଷ ହେବ ଭାରତ ସରକାର ‘ଡିଜିଟାଲ ଇଣ୍ଡିଆ’ ପରି ଯୋଜନାକୁ କାର‌୍ୟ୍ୟକାରୀ କରି ଆସୁଛନ୍ତି । ଖୁବ କମ ସମୟରେ, କମ ଖର୍ଚ୍ଚରେ, ଆଉ ସହଜରେ କେମିତି କାର‌୍ୟ୍ୟ ହୋଇପାରିବ ଏହି ଯୋଜନାର ମୂଳ ଲକ୍ଷ । ସରକାରଙ୍କ ଏହି ପ୍ରୟାସରୁ ହିଁ ଗୁଗୁଲ ପ୍ଲେ ଷ୍ଟୋର ଓ ଆପ ଷ୍ଟୋର ମାନଙ୍କରେ ଅନେକ ସରକାରୀ ଆପ୍ସ ମହଜୂତ ହୋଇ ପାରିଛି । ଆଜି ଆମେ ଆପଣଙ୍କୁ ଏମିତି କିଛି ଆପ୍ସ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କର ଖୁବ କାମରେ ଆସି ପାରିବ ।

DigiLocker:

ଡ଼ିଜିଲୋକର ଆପ ଗୁଗୁଲ ପ୍ଲେ ଷ୍ଟୋର ଓ ଆପ ଷ୍ଟୋରରେ ମହଜୂତ ଅଛି । ଏହି ଆପର ସାଇଜ ୭.୨ ଏମବି । ଲୋକ ଏହି ଆପରେ କେତେକ ଜରୁରୀ ଦସ୍ତାବିଜ ଯେମିତିକି ଡ୍ରାଇଭିଙ୍ଗ ଲାଇସେନ୍ସ ଓ ପ୍ୟାନ କାର୍ଡ ଆଦିକୁ ଡିଜିଟାଲ ଫର୍ମାଟରେ ରଖିପାରିବେ । ଏହି ଆପରେ ଆପଣ ନିଜ ସାର୍ଟିଫିକେଟ ଗୁଡିକୁ ମଧ୍ୟ ସହଜରେ ସେଭ କରିପାରିବେ । ତେଣୁ ଲୋକଙ୍କୁ ଆଉ ସାର୍ଟିଫିକେଟ ଗୁଡିକର ହାର୍ଡ କପି ନିଜ ପାଖରେ ରଖିବାର ଆବଶ୍ୟକତା ନାହିଁ ।

apps

Himaat Plus:

ସରକାର ଏହି ଆପ ଟିକୁ ଖାସ କରି ମହିଳାଙ୍କ ସୁରକ୍ଷା ପାଇଁ ହିଁ କରିଛନ୍ତି । ଏହି ଆପ ଟିକୁ ବ୍ୟବହାର କରିବା ପାଇଁ ପ୍ରଥମେ ୟୁଜର୍ସ ମାନଙ୍କୁ ଦିଲ୍ଲୀ ପୋଲିସର ଅଫିସିଆଲ ୱେବସାଇଟକୁ ଯାଇ ଏହି ଆପକୁ ରେଜିଷ୍ଟାର କରିବାକୁ ପଡିବ । ଯଦି କୌଣସି ଜରୁରୀ ପରିସ୍ଥିତିରେ ଆଲର୍ଟ ପଠାଯାଏ ତେବେ ମେସେଜ ସିଧାସଳଖ ଯାଇ ଦିଲ୍ଲୀ ପୋଲିସଙ୍କ କଣ୍ଟ୍ରୋଲ ରୁମରେ ପହଂଚିଥାଏ । ଏହି ଆପର ସାଇଜ ଆଣ୍ଡ୍ରଏଡ଼ ଫୋନରେ ୧୨ ଏମବି ଓ ଅଫିସିଆଲ ପ୍ଲାଟ୍ଫର୍ମରେ ୩୭.୨ ଏମବି ଅଛି ।

apps

M Aadhaar:

ସାଧାରଣ ଲୋକଙ୍କ ପାଇଁ ୟୁଆଇଡିଏଆଇର ଏମ ଆଧାର ଆପ ଖୁବ ଲାଭଦାୟକ ହୋଇପାରିବ । ସାଧାରଣ ଲୋକଙ୍କୁ ଏହା ମାଧ୍ୟମରେ ଅନେକ ସୁବିଧା ମିଳିପାରିବ । ଏହା ସହ ଲୋକେ ନିଜ ବାୟୋମେଟ୍ରିକ ତଥ୍ୟ ଗୁଡିକୁ ମଧ୍ୟ ସୁରକ୍ଷିତ ରଖିପାରିବେ । ଏହି ଆପର ସାଇଜ ୪୫ ଏମବି ରହିଛି ।

apps

My Govt:

ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏହି ଆପ ଖୁବ ଦରକାରୀ । ଏହି ପ୍ଲାଟଫର୍ମ ଜରିଆରେ ଲୋକେ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗ ଗୁଡିକୁ ନିଜ ରାୟ ଦେଇପାରିବେ । ଏହି ଆପଟି ମଧ୍ୟ ଗୁଗୁଲ ପ୍ଲେ ଷ୍ଟୋର ଓ ଆପ ଷ୍ଟୋରରେ ମଧ୍ୟ ଉପଲବ୍ଧ ଅଛି । ଯଦି ଆପଣଙ୍କ ନିକଟରେ ସରକାରଙ୍କ କୌଣସି ଯୋଜନା ନେଇ କିଛି ବି ଆଇଡ଼ିଆ ଅଛି ତେବେ ଆପଣ ଏହି ଆପ ଜରିଆରେ ନିଜ ମତ ଦେଇ ପାରିବେ ।

apps

Voter Helpline:

ଏହି ଆପ ଜରିଆରେ ଲୋକଙ୍କୁ ନିର୍ବାଚନ ସହ ଜଡିତ ସୂଚନା ମାନ ମିଳିପାରିବ । କ୍ୟାଣ୍ଡିଡେଟ ମାନଙ୍କ ଠାରୁ ଆରମ୍ଭ କରି ନାମାଙ୍କନ ତାଲିକା ପର‌୍ୟ୍ୟନ୍ତର ଜରୁରୀ ସୂଚନା ଏହି ଆପ ଜରିଆରେ ମିଳିପାରିବ ।

apps

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.