Below header

ମାର୍କେଟକୁ ଆସିଲା ପାଠ ପଢିବାର ନୂଆ ‘ଚଷମା’ ଡିଭାଇସ୍‌, ଜାଣନ୍ତୁ କଣ ରହିଛି ଫିଚର୍ସ

SoI ନାମକ ଏକ ରିଡିଙ୍ଗ ଟେକ୍ନୋଲୋଜି କମ୍ପାନୀ SoI ରିଡର ଡିଭାଇସ ମାର୍କେଟକୁ ଆଣିଛି । ଯାହା ଦେଖିବାକୁ ଠିକ ଚଷମା ଭଳି । ଡିଭାଇସରେ ସାଇଡ-ଲିଟ ଇ-ଇଙ୍କ ଡିସପ୍ଲେ ଫିଚର ଦିଆଯାଇଛି ।

ପୂର୍ବରୁ ଲୋକମାନେ ପାଠ ପଢିବା ପାଇଁ ମୋଟା ମୋଟା ବହି କିଣୁଥିଲେ । କିନ୍ତୁ ବର୍ତ୍ତମାନର ଆଧୁନିକ ସମୟରେ ଲୋକମାନେ କିଣ୍ଡଲ, ଇ-ବୁକ ଏବଂ ସ୍ମାର୍ଟଫୋନ ଭଳି ଡିଭାଇସରେ ପାଠ ପଢୁଛନ୍ତି । ଟେକନିକ ଏତେ ଅଧିକ ବିକଶିତ ହୋଇଛି ଯେ, ଲୋକମାନେ ଏକ ଡିଭାଇସ ଦ୍ୱାରା ଦୁନିଆରେ ଥିବା ସମସ୍ତ ବହିର ଜ୍ଞାନ ଆହରଣ କରିପାରିବେ । SoI ନାମକ ଏକ ରିଡିଙ୍ଗ ଟେକ୍ନୋଲୋଜି କମ୍ପାନୀ SoI ରିଡର ଡିଭାଇସ ମାର୍କେଟକୁ ଆଣିଛି । ଯାହା ଦେଖିବାକୁ ଠିକ ଚଷମା ଭଳି । ଡିଭାଇସରେ ସାଇଡ-ଲିଟ ଇ-ଇଙ୍କ ଡିସପ୍ଲେ ଫିଚର ଦିଆଯାଇଛି । ଏହି ଫିଚର କିଣ୍ଡଲ ବା ଇ-ରିଡର୍ସ ଭଳି ରହିଛି । ପ୍ରତ୍ୟେକ କିଣ୍ଡଲର ସାଇଜ 1.3 ଇଞ୍ଚ ଏବଂ ପ୍ରତ୍ୟେକ ଆଖି ପାଇଁ 256 × 256 ର ରିଜୋଲ୍ୟୁସନ ରହିଛି ।

ଏହି ଡିଭାଇସରେ 64 ଜିବିର ଇଣ୍ଟରନାଲ ଷ୍ଟୋରେଜ ଦିଆଯାଇଛି, ଯେଉଁଥିରେ ଅନେକ ରିଡିଙ୍ଗ ମେଟେରିଆଲକୁ ଆଡ୍‌ କରାଯାଇଛି । ପାଓ୍ଵାର ପାଇଁ ଏଥିରେ ଭଲ ବ୍ୟାଟେରୀ ରହିଛି । ଏହା ଥରେ ଚାର୍ଜ ହେଲେ ପାଖାପାଖି ୨୫ ଘଣ୍ଟା ପଢ଼ିବା ପାଇଁ ସମୟ ଦେଇଥାଏ ।

ତେବେ ଜାଣି ରଖନ୍ତୁ ଏହି ଡିଭାଇସରେ ଓ୍ଵାର୍ଡ ପ୍ରୋସେସିଙ୍ଗ ଏବଂ ଅନ୍ୟ କଣ୍ଟେଟ ପାଇଁ କୌଣସି ହାର୍ଡେଓ୍ଵର ମିଳିନଥାଏ । ଏହା ବ୍ଲୁଟୁଥ ଜରିଆରେ ଆଣ୍ଡ୍ରଏଡ କିମ୍ବା iOS ସ୍ମାର୍ଟଫୋନରେ କନେକ୍ଟ ହୋଇପାରିବ ଏବଂ ଏହା ଏକ୍ସଟର୍ନାଲ ଡିସପ୍ଲେ ଭଳି କାମ କରିପାରିବ ।

Sol ରିଡର ଓଜନ ମାତ୍ର ୧୦୪ ଗ୍ରାମ । ଏଥିପାଇଁ ଏହି ଚଷମାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପିନ୍ଧିବା ଆରାମଦାୟକ ହେବ । କିନ୍ତୁ ୟୁଜର୍ସମାନେ କେତେ ସମୟ ଧରି ପଢ଼ିପାରିବେ ତାହା କହିବା ମୁସ୍କିଲ । ଏହି ଡିଭାଇସକୁ VR ଗ୍ଲାସେସ ପରି ପ୍ରସ୍ତୁତ କରାଯାଇଛି ଏବଂ ଏହା ଆପଲ ଭିଜନ ପ୍ରୋ’ କୁ କଡ଼ା ଟକ୍କର ଦେବ ବୋଲି କୁହାଯାଉଛି । Sol ରିଡର କମ୍ପାନୀର ଅଫିସିଆଲ େଓ୍ଵବସାଇଟରୁ ଏହି ଡିଭାଇସକୁ ବ୍ଲାକ, ସିଲଭର, ଗୋଲ୍ଡ କିମ୍ବା ବ୍ଲୁ କଲରରେ କଣିପାରିବେ । ଏହା ୩୫୦ ଡଲାର ଅର୍ଥାତ ୨୮,୮୫୨ ଟଙ୍କାରେ ପ୍ରି-ଅର୍ଡର ପାଇଁ ଉପଲବ୍ଧ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.