ମାର୍କେଟକୁ ଆସୁଛି ଏମିତି ଟାୟାର, ଯାହା ନା ହେବ ପମ୍ପଚର ନା ଦେବାକୁ ପଡିବ ପ୍ରେସର

ମେସିଲିନ୍ ଏବଂ ଜର୍ନାଲ ମୋଟର୍ସ ମିଳିତ ଭାବେ ନୂଆ ଜେନେରେସନର ଏକ ଟାୟାର ଲଞ୍ଚ କରିବାକୁ ଯାଉଛନ୍ତି। ଯେଉଁଥିରେ ନା ପ୍ରେସର ଆବଶ୍ୟକତା ପଡିବ ନା ତାହା ପମ୍ପଚର ହେବ। ଏହି ଟାୟାରର ନାମ ଅପଟିସ ରଖାଯାଇଛି। ଏହାକୁ ଲଗାତାର ବିନା କୌଣସି ବାଧାରେ ଯାତ୍ରା କରିବା ପାଇଁ ପ୍ରସ୍ତୁତ କରାଯାଇଛି। ସବୁଠାରୁ ଖୁସି ଖବର କମ୍ପାନୀ ଖୁବ ଶୀଘ୍ର ଏହାକୁ ସାଧାରଣ ଗାଡି ମାନଙ୍କରେ ଉପଲବ୍ଧ କରିବା ନେଇ ଘୋଷଣା କରିଛି।

car wheel

ଏହି ଅଭିନବ ଟାୟାର ଅପଟିସକୁ ଜାଇଣ୍ଟ ରିସର୍ଚ୍ଚ ଏଗ୍ରିମେଣ୍ଟ ଅନ୍ତର୍ଗତ ପ୍ରସ୍ତୁତ କରାଯାଇଛି ଯାହାକୁ ପ୍ରୋଟୋଟାଇପକୁ ମୁଭିନଆନ୍ ସମିତିରେ ଦେଖାଯାଇଥିଲା। ଏହା କରିବା ପଛରେ କମ୍ପାନୀର ଲକ୍ଷ୍ୟ ରହିଛି କି, ଗ୍ରାହକଙ୍କୁ ଯାତ୍ରା ସମୟରେ କୌଣସି ପ୍ରକାରର ଅସୁବିଧା ଅନୁଭବ ନହେଉ। କମ୍ପାନୀ ଏହି ଟାୟାରକୁ ଦୁନିଆଯାକରେ ୨୦୨୪ ସୁଧା ଉପଲବ୍ଧ କରାଇବ ବୋଲି ସୂଚନା ଦେଇଛି। ମେସିଲିନ୍ ଏବଂ ଜିଏମ୍ ଏହି ଟାୟାରର ପ୍ରୋଟୋଟାଇପ ଟେଷ୍ଟ କରୁଛନ୍ତି। ତେବେ ଏହି ବର୍ଷ ଶେଷ ଆଡକୁ ଏହାକୁ ରାସ୍ତାରେ ପରୀକ୍ଷା କରାଯିବ ବୋଲି ସୂଚନା ରହିଛି।

ପମ୍ପଚର ନ ହେବା ଭଳି ଏୟାରଲେସ ଟାୟାର ଉପରେ ମିସୋଲିନ୍ ଗତ ୫ବର୍ଷ ହେଲା କାମ କରୁଛି। କମ୍ପାନୀ ପ୍ରଥମ ଥର ପାଇଁ ଟାୟାରକୁ ୨୦୧୪ ମସିହାରେ ସୋକେସରେ ଦେଖାଇଥିଲା ଏବଂ ଏହାକୁ କମର୍ଶିଆଲ ବ୍ୟବହାର ପାଇଁ ପ୍ରସ୍ତୁତ କରିବାକୁ ୫୦ ମିଲିୟନ ନିବେଶ କରିଥିଲା। ବଦଳୁଥିବା ଗାଡି ଫିଚର ହିସାବରେ ଏହି ଟାୟାର ଲୋକଙ୍କ ପାଇଁ ଖୁବ ଲାଭକାରୀ ବୋଲି କମ୍ପାନୀ କହିଛି ।

tyre 1

ଏହି ଅପଟିସ ଟାୟାରର ମେଟେରିଆଲ ଭିନ୍ନ ପ୍ରକାରର ରହିଛି। ଏହି କାରର ଭାର ସମ୍ଭାଳିବା ସହ ସଡକର ସହ ଭଲ ଭାବେ ଜାବୁଡି ଧରିରହିବାରେ ସଫଳ ରହିଥାଏ। ଏହା ସହଜରେ ଖରାପ ହୋଇନଥାଏ। ସାଧାରଣତଃ ପ୍ରତିବର୍ଷ ୨୦୦ ମିଲିୟନ୍ ଟାୟାର୍ସ ଖରାପ ହୋଇଯାଇଥାଏ ଯାହା ଫଳରେ ତାହା ପମ୍ପଚର ହୋଇ ଯାଇଥାଏ। କମ୍ପାନୀ ଦ୍ବାରା କୁହାଯାଇଥିବା ବୟାନରେ ଏହି ଟାୟାର ଦ୍ବାରା ସଡକ ଦୁର୍ଘଟଣାର ଅନେକ ସମସ୍ୟା ଦୂର କରାଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.