ଗ୍ରାହକଙ୍କ ପାଇଁ ଏୟାରଟେଲ ଆଣିଛି ଦମଦାର ଅଫର, ଦୈନିକ ମିଳିବ ୪୦୦ଜିବି ଡାଟା

ନୂଆଦିଲ୍ଲୀ : କିଛି ଦିନ ପୂର୍ବରୁ ଏୟାରଟେଲ ନିଜ ମୋବାଇଲ ଆପର ନୂଆ ଭର୍ସନ ବାହାର କରିଥିଲା ଯାହାର ନାମ କମ୍ପାନୀ Thanks App ରଖିଥିଲା। ଏହି ଆପ ଜରିଆରେ କମ୍ପାନୀ କିଛି ଖାସ ଗ୍ରାହକଙ୍କୁ ୪୦୦ଜିବି ମାଗଣା ଡାଟା ଦେବାର ଘୋଷଣା କରିଥିଲା। ଆସନ୍ତୁ ଜାଣିବା କିପରି ଉଠାଇ ପାରିବେ ଏହି ଅଫରର ଫାଇଦା।
ଏୟାରଟେଲ ଆପର ଏହି ଅଫର କମ୍ପାନୀ ପ୍ରମୋସନାଲ ଅଫର ଭାବେ ଲଞ୍ଚ କରିଛି । ଏହା ଦ୍ବାରା ଏୟାରଟେଲର Thanks App ଅଧିକରୁ ଅଧିକ ଡାଉନଲୋଡ ହେବ ବୋଲି ଆଶା କରାଯାଉଛି। ତେବେ ଏହି ଅଫରର ଫାଇଦା ଉଠାଇବା ପାଇଁ ସର୍ବପ୍ରଥମେ ଆପଣଙ୍କୁ ଏୟାରଟେଲ ଆପକୁ ଡାଉନଲୋଡ କରିବାକୁ ପଡିବ। ଏହାପରେ ଆପ ଜରିଆରେ ୩୯୯, ୪୪୮ ଏବଂ ୪୯୯ ଟଙ୍କାର ରିଚାର୍ଜ କରିବାକୁ ପଡିବ। ଏହାପରେ ଗ୍ରାହକଙ୍କୁ ଏହି ପ୍ଳାନରେ ୪୦୦ ଏମବି ଅତିରିକ୍ତ ଡାଟା ମାଗଣା ମିଳିବ।
ଉଦାହରଣ ସ୍ବରୁପ, ୩୯୯ଟଙ୍କା ରିଚାର୍ଜରେ ୮୪ ଦିନ ବୈଧତାରେ ଦୈନିକ ୧ ଜିବି ଡାଟା ମିଳିଥାଏ କିନ୍ତୁ ଯଦି ଆପଣ ଏହି ପ୍ଳାନର ରିଚାର୍ଜ Thanks App ଦ୍ବାରା କରୁଛନ୍ତି ତେବେ ୮୪ ଦିନ ପର୍ୟ୍ୟନ୍ତ ଦୈନିକ ୧.୪ଜିବି ଡାଟା ମଳିବ। ଅର୍ଥାତ୍ ଗ୍ରାହକ ଅତିରିକ୍ତ ୪୦୦ଜିବି ଡାଟା ମିଳିବ। ସେହିପରି ୪୯୯ ଟଙ୍କାବ ପ୍ଳାନରେ ଦୈନିକ ୨.୪ଜିବି ଡାଟା ମିଳିବ।