ଚାଇନାରେ କଏଦୀଙ୍କ ପାଇଁ ଆରମ୍ଭ ହେଲା ଅନଲାଇନ ସପିଂ ପ୍ଲାଟଫର୍ମ, ଏହି ଉପାୟରେ କିଣିପାରିବେ ଅତ୍ୟାବଶ୍ୟକ ସାମାଗ୍ରୀ

ମଣିଷ ଜନ୍ମରୁ ଅପରାଧୀ ନଥାଏ ପରିସ୍ଥିତି ଓ ସମୟ ତାକୁ ଅପରାଧି ସଜାଇ ଦେଇ ଜେଲର ଆବଦ୍ଧ କୋଠରୀକୁ ପଠାଇଦିଏ । କିନ୍ତୁ ସେମାନେ କଏଦୀ ହେଲେବି ତାଙ୍କର ସାଧାରଣ ମଣିଷ ଭଳି ମନଟିଏ ଅଛି । ସେମାନଙ୍କର ମଧ୍ୟ ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ସାମଗ୍ରୀ ମଧ୍ୟ ଲୋଡା ହୋଇଥାଏ,କିନ୍ତୁ ଫରକ ଏତିକି ସେମାନଙ୍କୁ ସମାଜରୁ ବାସନ୍ଦ ହୋଇ ଏକ ଆବଦ୍ଧ କୋଠରୀରେ ରହିବାକୁ ପଡିଥାଏ। ହେଲେ ଚୀନ କିନ୍ତୁ ଏସବୁରୁ ଟିକେ ଉର୍ଦ୍ଧକୁ ଯାଇ କଏଦୀ ମାନଙ୍କ ପାଇଁ କିଛି ଅଲଗା ସୁବିଧା କରିଛି।
ଚିନର ଗୁଆଙ୍ଗଡଙ୍ଗ ଜେଲରେ କଏଦୀଙ୍କ ପାଇଁ ଆରମ୍ଭ ହୋଇଛି ଅନଲାଇନ ସପିଙ୍ଗ ସେବା। ଏହା ସାହାଯ୍ୟରେ କଏଦୀ ମାନେ ମାସିକ ୩ ହଜାର ଟଙ୍କାର ଦରକାରୀ ସାମଗ୍ରୀ କିଣି ପାରିବେ। ସେମାନେ ପାସୱାର୍ଡ କିମ୍ବା ଫିଙ୍ଗର ପ୍ରୀଣ୍ଟ ମାଧ୍ୟମରେ ଲଗ୍ ଅନ କରି ଅନଲାଇନରେ କିଣା କିଣି କରିପାରିବେ।
ଏଥିପାଇଁ ପ୍ରସାଶନ ତରଫରୁ କଙ୍ଗହୁଆ ଜେଲରେ ଜନୁଆରୀରୁ ଅପ୍ରେଲ ମାସ ମଧ୍ୟରେ ଏହାକୁ ପାଇଲଟ ପ୍ରୋଜେକ୍ଟ ହିସାବରେ ନିଆଯାଇଥିଲା । ଯାହା ଏବେ ସଫଳ ହେଇଛି। ଏହା ମାଧ୍ୟମରେ କଏଦୀମାନେ ୧୩୦୦ ହଜାରରୁ ଅଧିକ ଅର୍ଡର କରିଥିଲେ। ଏବେ ଏହା ଚିନର ପ୍ରତ୍ୟେକ ଜେଲର କଏଦୀଙ୍କ ପାଇଁ ଲାଗୁ ହେବ ।