ଏୟାରଟେଲ ୟୁଜର୍ସଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ମିଳୁଛି ଫ୍ରି youtube premium ସବସ୍କ୍ରିପସନ

ଏୟାରଟେଲ ୟୁଜର୍ସଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ଟେଲିକମ କମ୍ପାନୀ ଏୟାରଟେଲ ନିଜର ୟୁଜରଙ୍କୁ ମାଗଣାରେ youtube premium ସବସ୍କ୍ରିପସନ ଦେଉଛି। ଏହି ୟୁଟ୍ଯୁବ ପ୍ରିମିୟମର ଫିଚର୍ସ ବହୁତ ଖାସ୍ ରହିଛି। ଏଥିରେ ବ୍ଯାକଗ୍ରାଉଣ୍ଡ ପ୍ଲେ ଫିଚର ଏବଂ ବିନା ବିଜ୍ଞାପନରେ ୟୁଜର୍ସଙ୍କ ସର୍ଭିସ ମିଳିବ।

ପ୍ରିମିୟମ ସର୍ଭିସରେ ଆପଣଙ୍କୁ ଆଡ ମିଳେନାହିଁ ଆଉ ଆପଣ ଏହାକୁ ବ୍ଯାକଗ୍ରାଉଣ୍ଡରେ ମଧ୍ୟ ଚଲାଇପାରିବେ। ଏହି ଏୟାରଟେଲ youtube premium ସବସ୍କ୍ରିପସନ ପାଇଁ airtel Thanks ଆପ୍ ୟୁଜ କରିବାକୁ ହେବ। ଏହି ଅଫର ସେମାନଙ୍କ ପାଇଁ ଯେଉଁମାନେ ପୂର୍ବରୁ ନିଜ ଆକାଉଣ୍ଟରେ youtube premium ୟୁଜ କରିନାହାନ୍ତି।

airtel

ଏୟାରଟେଲର ଏହି ଅଫର ୨୨ ଏପ୍ରିଲ ୨୦୨୧ ପର୍ଯ୍ଯନ୍ତ ରହିବ। ଯଦି ଆପଣ ପୂର୍ବରୁ ନିଜ ଆକାଉଣ୍ଟରୁ youtube music premium କିମ୍ବା ଗୁଗଲ ପ୍ଲେ ମ୍ଯୁଜିକ ଟ୍ରାଏଲ ଅଫର ନେଇଛନ୍ତି, ତେବେ ଆପଣଙ୍କୁ ଏହି ଅଫରର ଫାଇଦା ମିଳିବ ନାହିଁ। ଏୟାରଟେଲର ଏହି ଅଫରର ଅବଧି ଶେଷ ହେବା ପରେ ୟୁଜର୍ସଙ୍କୁ youtube premium ପ୍ଲାନକୁ ସିଫ୍ଟ କରିଦିଆଯିବ। ୟୁଜର୍ସ ଇଚ୍ଛା ଅନୁଯାୟୀ, ଏହାକୁ କେବେ ବି କ୍ଯାନସଲ କରିପାରିବେ। ଏୟାରଟେଲ ୟୁଜର୍ସ Airtel thanks ଆପକୁ ଯାଇ youtube premium ଅଫର ନେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.