୨୭,୩୯୯ ଟଙ୍କାରେ ମିଳୁଛି Apple iPhone 14, ଜାଣନ୍ତୁ କଣ ରହିଛି ଡିଟେଲ୍ସ

Apple iPhone ସିରିଜ୍ ଲଞ୍ଚ ହେବା ପୂର୍ବରୁ Apple iPhone 14 ଫ୍ଲିପକାର୍ଟରେ ବଡ଼ ଡିସକାଉଣ୍ଟରେ ଉପଲବ୍ଧ ହେବ । ୪୨,୬୦୦ ଟଙ୍କା ଅଫରେ ଫ୍ଲିପକାର୍ଟରେ Apple iPhone 14 ବର୍ତ୍ତମାନ ୨୭,୩୯୯ ଟଙ୍କାରେ ଉପଲବ୍ଧ ହେଉଛି ।

Apple iPhone14 ଖୁବ୍ ଶୀଘ୍ର Apple iPhone 15 ରେ ରିପ୍ଲେସ ହେବ ଏବଂ ଆଗାମୀ Apple iPhone ସିରିଜ୍ ଲଞ୍ଚ ହେବା ପୂର୍ବରୁ Apple iPhone 14 ଫ୍ଲିପକାର୍ଟରେ ବଡ଼ ଡିସକାଉଣ୍ଟରେ ଉପଲବ୍ଧ ହେବ । ୪୨,୬୦୦ ଟଙ୍କା ଅଫରେ ଫ୍ଲିପକାର୍ଟରେ Apple iPhone 14 ବର୍ତ୍ତମାନ ୨୭,୩୯୯ ଟଙ୍କାରେ ଉପଲବ୍ଧ ହେଉଛି । Apple iPhone 14 ବର୍ତ୍ତମାନ ଅଫିସିଆଲ୍ ଷ୍ଟୋର ପ୍ରାଇସ ଠାରୁ ୯,୯୦୧ ଅଫ୍‌ ସହିତ ୬୯,୯୯୯ ଟଙ୍କାରେ ଲିଷ୍ଟ ହୋଇଛି । ଏହା ବ୍ୟତୀତ, ମୋବାଇଲ ଗ୍ରାହକମାନେ HDFC ବ୍ୟାଙ୍କ କ୍ରେଡିଟ କାର୍ଡ ଏବଂ ଡେବିଟ୍ କାର୍ଡ EMI ଟ୍ରାନଜେକ୍ସନରେ ୪୦୦୦ ଟଙ୍କାର ଅଫ୍‌ ପାଇପାରିବେ । ଏହା ଦ୍ୱାରା ଆପଣ ଫୋନକୁ ୬୫,୯୯୯ ଟଙ୍କାରେ କିଣି ପାରିବେ । ଏହା ବ୍ୟତୀତ ଫ୍ଲିପକାର୍ଟ ଆପଣଙ୍କ ପୁରୁଣା ସ୍ମାର୍ଟଫୋନ ବଦଳରେ ୩୮,୬୦୦ ଟଙ୍କା ପର୍ଯ୍ୟନ୍ତ ଅଫର ଦେଉଛି । ତେବେ ସମସ୍ତ ବ୍ୟାଙ୍କ ଅଫର ଏବଂ ଅଫ୍‌ ପରେ Apple iPhone 14 ଫ୍ଲିପକାର୍ଟରେ ୪୨,୬୦୦ ଟଙ୍କାର ଡିସକାଉଣ୍ଟ ପରେ ୨୭,୩୯୯ ଟଙ୍କାରେ ଉପଲବ୍ଧ ହେଉଛି ।

Apple iPhone 14 ହେଉଛି କମ୍ପାନୀର କରେଣ୍ଟ ଫ୍ଲାଗସିପ୍ ଲାଇନ୍ଅପ୍ ରେ ଭାନେଲା ଫୋନ୍ ଯେଉଁଥିରେ Apple iPhone 14 ପ୍ଲସ୍, Apple iPhone 14 ପ୍ରୋ ଏବଂ Apple iPhone 14 ପ୍ରୋ ମ୍ୟାକ୍ସ ଭଳି ସୁବିଧା ରହିଛି । Apple iPhone 13 ପରି Apple iPhone 14 ସମାନ ଚିପସେଟ ଦ୍ୱାରା ଚାଲିଥାଏ କିନ୍ତୁ ଏହା ଅଧିକ କୋର ଦେଇଥାଏ । ଏଥିରେ iPhone 13 ପରି ନଚ୍ ସହିତ ଏକ ୬.୧ ଇଞ୍ଚର ସୁପର ରେଟିନା XDR ଡିସପ୍ଲେ ରହିଛି ଯେଉଁଥିରେ ଭିଡିଓ କଲ୍ ଏବଂ ସେଲଫି ପାଇଁ 12MP କ୍ୟାମେରା ରହିଛି । ଫୋନର ଫିଚରରେ 12MP ସେନ୍ସର ସହିତ ଏକ ଡୁଆଲ କ୍ୟାମେରା ସେଟଅପ ରହିଛି ।

Apple iPhone 15 ଚଳିତ ବର୍ଷ ସେପ୍ଟେମ୍ବର ଆରମ୍ଭରେ ଲଞ୍ଚ ହେବ ବୋଲି ଆଶା କରାଯାଉଥିଲା। ପୂର୍ବ ବର୍ଷ ପରି, ଫ୍ଲାଗସିପ୍ Apple iPhone ମଡେଲ ସେପ୍ଟେମ୍ବରର ଦ୍ୱିତୀୟ ମଙ୍ଗଳବାରରେ ଅନ୍ୟ ୩ ଟି ମଡେଲ ସହିତ ଡେବ୍ୟୁ କରିବ ବୋଲି ଗୁଜବ ଉଠିଥିଲା । ତେବେ ଲାଟେଷ୍ଟ ରିପୋର୍ଟରୁ ଜଣାପଡିଛି ଯେ ପ୍ରୋ ମଡେଲ ଯୋଗୁଁ କମ୍ପାନୀକୁ Apple iPhone 15 ସିରିଜ ଲଞ୍ଚରେ ବିଳମ୍ବ ହୋଇପାରେ । iPhone 15 ପ୍ରୋ ମଡେଲଗୁଡିକର ବେଜେଲ୍ ସାଇଜ କମ ହେବାରୁ Apple ସମସ୍ୟାର ସମ୍ମୁଖୀନ ହେଉଛି । Apple iPhone ଡିସପ୍ଲେର ନିର୍ମାତା LG Display, ଏକ ପ୍ରୋସେସ ସମୟରେ ରିଲିଆବିଲିଟି େଷ୍ଟେରେ ବିଫଳ ହୋଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
1 Comment
  1. Rahul mohanta says

    Hiii my name is Rahul mohanta

Leave A Reply

Your email address will not be published.