ଆପଲ୍ ଲଞ୍ଚ କରିପାରେ ନୂଆ iPad ସିରିଜ୍! ଜାଣନ୍ତୁ କ’ଣ ରହିଛି ଫିଚର୍ସ

ଆପଲ୍ ଖୁବ ଶୀଘ୍ର ଏହାର ନୂଆ iPad Air ଏବଂ iPad Pro ଲଞ୍ଚ କରିପାରେ । ମାର୍ଚ୍ଚ ୨୬ ରେ ଆପଲ୍ ଏହାର ନେକ୍ସଟ୍ ଜେନେରେସନ ସିରିଜ୍ ଆଇପ୍ୟାଡ୍ ଏବଂ ଆଇପ୍ୟାଡ୍ ପ୍ରୋ ମଡେଲ୍ ଲଞ୍ଚ କରିପାରେ ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି ।

ଆପଲ୍ ର ନୂଆ ପ୍ରଡକ୍ଟ ଲଞ୍ଚ ହେବା ବିଷୟରେ କ୍ରମାଗତ ଭାବରେ ଖବର ସାମ୍ନାକୁ ଆସିବାରେ ଲାଗିଛି । ଏହା ମଧ୍ୟରେ ବର୍ତ୍ତମାନ ଏକ ରିପୋର୍ଟରେ କୁହାଯାଇଛି ଯେ କମ୍ପାନୀ ମାର୍ଚ୍ଚ ୨୬ ରେ ଏହାର ନୂଆ ସିରିଜ୍ ଆଇପ୍ୟାଡ୍ ଲଞ୍ଚ କରିବାକୁ ଯାଉଛି । ଆପଲ୍ ଖୁବ ଶୀଘ୍ର ଏହାର ନୂଆ iPad Air ଏବଂ iPad Pro ଲଞ୍ଚ କରିପାରେ । ମାର୍ଚ୍ଚ ୨୬ ରେ ଆପଲ୍ ଏହାର ନେକ୍ସଟ୍ ଜେନେରେସନ ସିରିଜ୍ ଆଇପ୍ୟାଡ୍ ଏବଂ ଆଇପ୍ୟାଡ୍ ପ୍ରୋ ମଡେଲ୍ ଲଞ୍ଚ କରିପାରେ ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି ।

ଟେକ୍ ଏକ୍ସପର୍ଟମାନେ କହିଛନ୍ତି ଯେ ଆମେ ବର୍ତ୍ତମାନ ଏହି ଆଇପ୍ୟାଡ୍ କିଣିବାରେ ସକ୍ଷମ ହେବା ନାହିଁ, କିନ୍ତୁ ଏହା ଖୁବ ଶୀଘ୍ର ମାର୍କେଟକୁ ଆସିବାକୁ ଯାଉଛି, ଯଦିଓ ଆପଲ୍ ଦ୍ୱାରା ଲଞ୍ଚ ଡେଟ୍ ବିଷୟରେ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ । ଚାଇନିଜ ପବ୍ଲିକେସନ IT Homeର ରିପୋର୍ଟରେ ଦର୍ଶାଯାଇଛି ଯେ ମାର୍ଚ୍ଚ ୨୬ ରେ ଭାରତରେ iPad Air ଏବଂ iPad Pro ଲଞ୍ଚ ହେବାକୁ ଯାଉଛି । ଏହାପୂର୍ବରୁ ମାର୍କ ଗୁରୁମାନ ମଧ୍ୟ ତାଙ୍କ ରିପୋର୍ଟରେ ଦାବି କରି କହିଛନ୍ତି ଯେ ଆପଲ୍ ମାର୍ଚ୍ଚ ଶେଷରେ କିମ୍ବା ଏପ୍ରିଲ୍ ଆରମ୍ଭରେ ଏହାର ଆଇପ୍ୟାଡ୍ ସିରିଜ୍ ଲଞ୍ଚ କରିପାରେ ।

ଯଦି ରିପୋର୍ଟଗୁଡିକ ବିଶ୍ୱାସ କରାଯାଏ ତେବେ, ଆପଲ୍ ଆଇପ୍ୟାଡ୍ ଏୟାର ଏବଂ ଆଇପ୍ୟାଡ୍ ପ୍ରୋ M3 ଚିପସେଟ ସହିତ ଅଣାଯିବ । ଏହି ଚିପସେଟ ମ୍ୟାକବୁକ୍ ପ୍ରୋ ଏବଂ ଏୟାରରେ ମିଳିଥାଏ । ଏହି ଆଇପ୍ୟାଡ୍ ସିରିଜ୍ ୧୨.୯ ଇଞ୍ଚ ଡିସପ୍ଲେ ସହିତ ଅଣାଯାଇପାରେ ଏବଂ ଏଥିରେ ଏକ ରିଡିଜାଇନ ଜରାଜିଥିବା କ୍ୟାମେରା ବମ୍ପ ମଧ୍ୟ ବ୍ୟବହାର କରାଯାଇପାରେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.