ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲ, ED ଦ୍ୱାରା ଗିରଫଦାରୀରୁ ମାଗିଲେ ସୁରକ୍ଷା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଦ ଦୁର୍ନୀତି ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବର୍ତ୍ତମାନ ସେ ଇଡିର ନଜରରେ ଅଛନ୍ତି । ଇଡି କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ପଚରାଉଚରା ପାଇଁ ସମନ ଜାରି କରିଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଦ ଦୁର୍ନୀତି ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବର୍ତ୍ତମାନ ସେ ଇଡିର ନଜରରେ ଅଛନ୍ତି । ଇଡି କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ପଚରାଉଚରା ପାଇଁ ସମନ ଜାରି କରିଛି । ବର୍ତ୍ତମାନ ସୁଦ୍ଧା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୯ ଥର ସମନ ପଠାଇଥିବା ବେଳେ କେଜ୍ରିୱାଲ କିନ୍ତୁ ଥରେ ବି ହାଜର ହୋଇନାହାନ୍ତି ।

ତେବେ ଏହି ମାମଲାରେ ସିଏମ୍‌ ପୁଣିଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ତାଙ୍କ ପିଟିସନରେ କହିଛନ୍ତି ଯେ ମୁଁ ତଦନ୍ତରେ ସହଯୋଗ କରିବାକୁ ପ୍ରସ୍ତୁତ ଅଛି, କିନ୍ତୁ ମୋର ଦାବି ଯେ ଇଡି ମୋତେ ଗିରଫ ନ କରୁ ।

କେଜ୍ରିଓ୍ଵାଲ ଇଡିର ସମସ୍ତ ସମନର ସାମ୍ବିଧାନିକ ବୈଧତାକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ହାଇକୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ମାଗି ସେ କହିଛନ୍ତି ଯେ ସେ ଏହି ମାମଲାର ତଦନ୍ତରେ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି । ତେବେ ଇଡି ତାଙ୍କୁ ଗିରଫ ନ କରିବାକୁ କେଜ୍ରିଓ୍ଵାଲ ହାଇକୋର୍ଟରେ ଅପିଲ୍‌ କରିଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀ ହାଇକୋର୍ଟ ଗତ ବୁଧବାର କେଜ୍ରିୱାଲଙ୍କୁ ପଚାରିଥିଲା ଯେ ସେ ପଚରାଉଚରା ପାଇଁ ଇଡିରେ କାହିଁକି ହାଜର ହେଉନାହାନ୍ତି ? ତେବେ କେଜ୍ରିୱାଲଙ୍କ ଓକିଲ କହିଥିଲେ, ଏହି ମାମଲାରେ ଗିରଫଦାରୀରୁ ସୁରକ୍ଷା ଆବଶ୍ୟକତା ରହିଛି । ନିର୍ବାଚନ ପାଖେଇ ଆସୁଥିବା ବେଳେ କେଜ୍ରିୱାଲଙ୍କୁ ଗିରଫ କରିବା ପାଇଁ ଏଜେନ୍ସିର ଉଦ୍ଦେଶ୍ୟ ସ୍ପଷ୍ଟ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.