୯୦ ହଜାର ଟଙ୍କାର ଏହି ସ୍ମାର୍ଟଓ୍ଵାଚକୁ କିଣନ୍ତୁ ମାତ୍ର ୨୫୦୦ ଟଙ୍କାରେ, ଜାଣନ୍ତୁ କ’ଣ ରହିଛି ପ୍ରକୃତ କଥା

Apple Watch Ultra ଏକ ପ୍ରିମିୟମ ସ୍ମାର୍ଟଓ୍ଵାଚ ଯାହାକୁ କିଣିବା ପାଇଁ ଏବେ ଗ୍ରାହକଙ୍କ ମଧ୍ୟରେ କ୍ରେଜ ଚାଲିଛି। ଏହାର ଦାମ ଆଇଫୋନ ଭଳି ରହିଛି। ସବୁଠୁ ବଡ଼ କଥା ହେଉଛି ଏହି ସ୍ମାର୍ଟଓ୍ଵାଚର ଦାମ ଏବେ ପୁରା କମ ରହିଛି। ଆପଣ ଏହ ମହଙ୍ଗା ସ୍ମାର୍ଟଓ୍ଵାଚକୁ ଖୁବ କମ ଦାମରେ କିଣିପାରିବେ।

ଆପଲ ଓ୍ଵାଚର ଡିମାଣ୍ଡ ଏବେ ମାର୍କେଟରେ ଖୁବ ଅଧିକ। ଏହାର ଦାମ ପାଖାପାଖି ୧ ଲକ୍ଷ ଟଙ୍କା। ଯାହାକୁ କିଣିବା ପାଇଁ ଅନେକ ଗ୍ରାହକ ପଛ ଘୁଞ୍ଚା ଦେଉଛନ୍ତି। ସେମିତିରେ ଦାମ ଶୁଣିଲେ ହିଁ ଲାଗୁଛି ଏହା କୁ କିଣିବା ସମସ୍ତଙ୍କ ପାଇଁ ସକ୍ଷମ ନୁହେଁ। ଏହି କାରଣରୁ ଲୋକେ ଏହାଠୁ କମ ବ୍ରାଣ୍ଡ ଓ କମ ଦାମ ଓ୍ଵାଲା ଓ୍ଵାଚ କିଣିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଆମେ ଆଜି ଯେଉଁ ଖବର ନେଇ ଆସିଛୁ ସେଥିରେ ଆପଣ ଏହି ଓ୍ଵାଚକୁ ଖୁବ ଶସ୍ତାରେ କିଣିପାରିବେ।

ଆମେ ଆଜି ଏମିତି ଏକ ସାଇଡ ସମ୍ପର୍କରେ କହିବୁ ଯେଉଁଠୁ ଆପଣ ଏହି ଓ୍ଵାଚକୁ ମାତ୍ର ୩ ହଜାର ଟଙ୍କା ଭିତରେ କିଣିପାରିବେ। ଏହାକୁ ଶୁଣିବା ପରେ ଆପଣ ଭାବୁଥିବେ Apple Watch Ultra ଏତେ ମହଙ୍ଗା କାହିଁକି? ଆଉ ଏବେ ଏତେ ଶସ୍ତାରେ କାହିଁକି ମିଳୁଛି? ପ୍ରକୃତରେ ଏହାର ଦାମ ୮୯,୯୦୦ ଟଙ୍କା। ଯାହାକୁ ଅଢ଼େଇ ହଜାର ଟଙ୍କାରେ ଆପଣ କିିଣିପାରିବେ। ତେବେ ଜାଣି ରଖନ୍ତୁ ଯେ ଏହା ଦେଖିବାକୁ ଏକଦମ ଅଲଟ୍ରା ଓ୍ଵାଚ ଭଳି ହୋଇଥିଲେ ମଧ୍ୟ। ଏହାର ଫିଚର୍ସ ରହିଛି ପୁରା ଅଲଗା। ତେବେ ଡିଜାଇନ ରେ ଆପଣ ଟିକେ ବି ପାର୍ଥକ୍ୟ ପାଇବେ ନାହିଁ।

ସୂଚନା ଅନୁସାରେ ଫେସବୁକରେ ଏକ ମାର୍କେଟପ୍ଲେସ ରହିଛି । ଯେଉଁଠି ଲୋକମାନେ ନିଜ ପ୍ରଡକ୍ଟକୁ ବିକି ଥାନ୍ତି। ଏମିତିକି ଏବେ ମାର୍କେଟପ୍ଲେସରେ ଫେକ ଓ୍ଵାଚ ଅଲଟ୍ରା କୁ ବି ବିକାଯାଉଛି। ସ୍ମାର୍ଟ ଅଲଟ୍ରାର ଦାମ ମାତ୍ର ୨୫୦୦ ଟଙ୍କା ରହିଛି। ଏହାର ଦାମ ଶୁଣି ଲୋକମାନେ ଖୁବ ଶୀଘ୍ର କିଣୁଛନ୍ତି। ତେବେ ଏହା ପୁରା ନକଲି ମଡେଲ। ତେଣୁ ଆପଣ ଏହି ସନ୍ଦେହରେ ରୁହନ୍ତୁ ନାହିଁ ଯେ ଏତେ ଟଙ୍କା ଦେଇ ଆପଣ ଅସଲି ସ୍ମାର୍ଟ ଓ୍ଵାଚ କିଣୁଛନ୍ତି। ଏଥିରେ ଫିଚର୍ସ ମଧ୍ୟ ଅଲଗା ରହିଛି। କିନ୍ତୁ ମନେ ରଖନ୍ତୁ ଆମେ ଆଗୁଆୂ ସତର୍କ କରାଇଦଉଛୁ ଯେ ଏହା ହେଉଛି ଫେକ ମଡେଲ। ପ୍ରକୃତ ମଡେଲ ନୁହେଁ। ତେଣୁ କିଣିବା ପୂର୍ବରୁ ଥରେ ଭାବନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.