ଭବିଷ୍ୟତରେ ଇ-ପାସ ରୂପେ ହୋଇପାରେ ‘ଆରୋଗ୍ୟ ସେତୁ’ ଆପର ବ୍ୟବହାର, ଜାଣନ୍ତୁ କଣ କହୁଛନ୍ତି ମୋଦୀ

ଭାରତ ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ କିଛିଦିନ ତଳେ ‘ଆରୋଗ୍ୟ ସେତୁ’ ଆପ ଲଞ୍ଚ କରିଥିଲେ । ତେବେ ମାତ୍ର ଏକ ସପ୍ତାହ ମଧ୍ୟରେ ଏହି ଆପକୁ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ୱ ଲୋକ ଡାଉନଲୋଡ କରିସାରିଲେଣି । ଏହି ଆପ ଏକ କରୋନା ଟ୍ରାକର ଆପ ଅଟେ ଯାହାକି ସନ୍ଦିଗ୍ଧ ଅଞ୍ଚଳକୁ ଯିବା ପୂର୍ବରୁ ୟୁଜରଙ୍କୁ ରୋକିଥାଏ । ଆରୋଗ୍ୟ ସେତୁ ଏକ ଲୋକେସନ ଆଧାରିତ କରୋନା ଭାଇରସ୍ ଟ୍ରାକର ଆପ ଅଟେ ।

ତେବେ ନିକଟରେ ଆରୋଗ୍ୟ ସେତୁ ଆପକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ବିରୋଧରେ ଏକ ଜରୁରୀ ହତିଆର ବୋଲି କହିଛନ୍ତି । ଏହାସହିତ ସେ କହିଛନ୍ତି ଯେ କେଉଁଠିକୁ ଯିବା ଆସିବା ପାଇଁ ଏହି ଆପ୍ ଏକ ଇ-ପାସ ଭଳି ରହିବ । ତେବେ ଏହି ଆପକୁ ଅଧିକରୁ ଅଧିକ ଡାଉନଲୋଡ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

भविष्य में ई-पास के रूप में हो सकता ...

ଆରୋଗ୍ୟ ସେତୁ ଆପକୁ ଆପଣ ଗୁଗଲ ପ୍ଲେ ଷ୍ଟୋରରୁ ମାଗଣାରେ ଡାଉନଲୋଡ କରିପାରିବେ । ଏହି ଆପ ଦ୍ଵାରା କୁହାଯାଉଥିବା ଲକ୍ଷଣ ଆଧାରରେ ଆପଣ ଟେଷ୍ଟ କିମ୍ବା ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ତାସହିତ ଏହି ଆପରେ କରୋନାକୁ ନେଇ ଜାରି କରାଯାଇଥିବା ସମସ୍ତ ପ୍ରଦେଶ ଏବଂ କେନ୍ଦ୍ରୀୟ ହେଲ୍ପଲାଇନ ନମ୍ବର ମଧ୍ଯ ଦିଆଯାଇଛି ।

 

 

Leave A Reply

Your email address will not be published.