ଜାଣନ୍ତିକି ଆଜି ସାରା ବିଶ୍ୱ ଖୋଜୁଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନର ଜଣେ ଉଦ୍ଭାବକ ହେଉଛନ୍ତି ଭାରତୀୟ, ଓଡିଶା ସହ ଥିଲା ତାଙ୍କର ନିବିଡ଼ ସମ୍ପର୍କ

ହାଇଡ୍ରୋକ୍ସିକ୍ଲୋରୋକୁନ୍‌ର ଜନକ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା । ଆପଣ ଜାଣି ଖୁସି ହେବେ ଯେଉଁ ହାଇଡ୍ରୋକ୍ସି କ୍ଲୋରୋକୁଇନକୁ ଆଜି ସାରା ବିଶ୍ୱ ଝୁରୁଛି, ତାର ଜନକ ଜଣେ ଭାରତୀୟ । ଖାଲି ସେତିକି ନୁହେଁ ଏହି ମହାନ ବ୍ୟକ୍ତି ଜଣଙ୍କର ଓଡିଶା ସହ ମଧ୍ୟ ଏକ ନିବିଡ ସମ୍ପର୍କ ଥିଲା । ହାଇଡ୍ରୋକ୍ସିକ୍ଳୋରୋକ୍ୱିନ୍‌ର ଜନକ ହେଉଛନ୍ତି ମହାନ ରାସାୟନ ତତ୍ତ୍ୱବିତ, ବୈଜ୍ଞାନିକ, ଜନସେବକ ତଥା ଶିଳ୍ପପତି ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ।

prafulla

ତାଙ୍କର ଉତ୍କଳ ମଣି ଗୋପବନ୍ଧୁଙ୍କ ସହ ବି ଏକ ନିବିଡ ସମ୍ପର୍କ ଥିଲା | ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ହାଇଡ୍ରୋକ୍ସି-କ୍ଳୋରୋକ୍ୱିନ୍‌ ଔଷଧ ଯୋଗାଣ ଲାଗି କହିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କାରଣ ଭାରତ ଏହି ଔଷଧର ଏବେ ସବୁଠୁ ବଡ ଉତ୍ପାଦକ । ଏହି ହାଇଡ୍ରୋକ୍ସି-କ୍ଳୋରୋକ୍ୱିନ୍‌ ଉତ୍ପାଦନ ପଛରେ ଆଚାର୍ଯ୍ୟ ରାୟଙ୍କର ପ୍ରମୁଖ ଭୂମିକା ରହିଛି । ସେ ଭାରତୀୟ ରସାୟନ ବିଜ୍ଞାନର ଜନକ ଭାବେ ପରିଚିତ । ଜଣେ ବୈଜ୍ଞାନିକ ହେବା ସହ ସେ ଜଣେ ଶିକ୍ଷକ ଏବଂ ପ୍ରଥମ ଆଧୁନିକ ଭାରତୀୟ ରସାୟନ ଗବେଷକ ଥିଲେ । ଆଚାର୍ଯ୍ୟ ରାୟ ହିଁ ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ପ୍ରଥମେ ଉତ୍କଳମଣି ସମ୍ବୋଧନ କରିଥିଲେ ।

ଗୋପବନ୍ଧୁଙ୍କ ସେବା ମନବୃତ୍ତି ଓ ତ୍ୟାଗକୁ ଦେଖି ପ୍ରଭାବିତ ହୋଇଥିଲେ ଶ୍ରୀ ରାୟ | ଗୋଟେ ପଟେ ଆଜି ସାରା ବିଶ୍ୱ କରୋନା ନେଇ ଆତଙ୍କିତ ଥିବା ବେଳେ ବିଜ୍ଞାନ ଓ ଜନସେବା ସହିତ ଜଡିତ ଏହି ଦୁଇ ମହାନପୁରୁଷଙ୍କ ଆଶ୍ଚର୍ଯ୍ୟଜନକ ଯୋଗସୂତ୍ର ସମ୍ବନ୍ଧରେ ଜଣାପଡ଼ିଛି । ସାରା ବିଶ୍ୱରେ ବୈଜ୍ଞାନିକମାନେ କରୋନା ଭୂତାଣୁ ସଂକ୍ରମଣର ଚିକିତ୍ସା ଲାଗି ଔଷଧ ଏବଂ ପ୍ରତିଶେଧକ ଟିକା ପ୍ରସ୍ତୁତି ପାଇଁ ଚେଷ୍ଟା ଚଳାଇଥିବା ବେଳେ ହାଇଡ୍ରୋକ୍ସିକ୍ଳୋରୋକ୍ୱିନ୍‌ ଔଷଧ ସର୍ବାଧିକ ଚର୍ଚ୍ଚାରେ ରହିଛି ।

Leave A Reply

Your email address will not be published.