ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ନାରଙ୍ଗୀ ଏବଂ ନାଲି ରଙ୍ଗର ଦେଖାଯାଇଥାଏ କାହିଁକି ?

ଯେତେବେଳେ ଆକାଶ ସମ୍ପୂର୍ଣ୍ଣ ସଫା ହୋଇଥାଏ ସେତେବେଳେ ନୀଳ ରଙ୍ଗର ନଜର ଆସିଥାଏ। ସେହିଭଳି ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ନାରଙ୍ଗୀ ଏବଂ ନାଲି ରଙ୍ଗର ଦେଖାଯାଇଥାଏ। ଏପରି କାହିଁକି ହୋଇଥାଏ? ଏହାକୁ ଆପଣ ଭୌତିକ ରୂପେ ବୁଝିପାରିଛନ୍ତି। ନାହିଁ ନା! କାରଣ ଏହା ସମ୍ପୂର୍ଣ୍ଣ ଭିନ୍ନ। ତେବେ ପ୍ରଥମେ ଆମେ ଆପଣଙ୍କ କହିବାକୁ ଯାଉଛୁ, ସୂର୍ଯ୍ୟାସ୍ତ ସମୟରେ ଆକାଶ ଯେଭଳି ଦେଖାଯାଇଥାଏ ସେହି ଦୃଶ୍ୟ ଆପଣ ଏକ କପ କ୍ଷୀରରେ ମଧ୍ୟ ଦେଖି ପାରିବେ। ଆଜି ଆମେ ଆପଣଙ୍କ ଏହି ବିଷୟରେ ନିଶ୍ଚିତ କହିବୁ କିନ୍ତୁ ଏହାପୂର୍ବରୁ ପ୍ରଥମେ ଜାଣିରଖନ୍ତୁ ଆକାଶ କେବେ ଏବଂ କେଉଁ ସମୟରେ ନୀଳ ରଙ୍ଗ ଦେଖାଯାଇଥାଏ। ସେହିଭଳି ସୂର୍ଯ୍ୟାସ୍ତ ସମୟରେ ଆକାଶ କାହିଁକି ନାରଙ୍ଗୀ ଏବଂ ନାଲି ରଙ୍ଗ ହୋଇଥାଏ।

111

ସଫା ବା ଧଳା ଆକାଶ ପ୍ରାୟତଃ ନୀଳ ରଙ୍ଗ ଦେଖାଯାଇଥାଏ କାହିଁକି?

ସୂର୍ଯ୍ୟଙ୍କ ଠାରୁ ଆସୁଥିବା କିରଣ ପୃଥିବୀର ବାତାବରଣରେ ପ୍ରବେଶ କରିବା ସମୟରେ ବାତାବରଣର କଣିକାରେ ବାଜି ଚାରିଆଡେ ବିଖରିତ ହୋଇଥାଏ। କିନ୍ତୁ ଏହି କଣିକା ଶ୍ୱେତ ପ୍ରକାଶକୁ ନୀଳ ରଙ୍ଗରେ ପରିବର୍ତ୍ତିତ କରିଦେଇଥାଏ। ନୀଳ ରଙ୍ଗର ତରଙ୍ଗ ଦୈର୍ଘ୍ୟ କମ ହୋଇଥାଏ। ଏହିକାରଣରୁ ଅଧିକ ଦୂରକୁ ଯାଇପାରିନଥାଏ ଅର୍ଥାତ ଦୂରରୁ ଦେଖାଯାଇନଥାଏ। ଏହିକାରଣରୁ ସଫା ଆକାଶରେ ନୀଳ ରଙ୍ଗ ସହଜରେ ଦେଖାଯାଇଥାଏ।

sun 1

 

ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଆକାଶ ନାଲି ଏବଂ ନାରଙ୍ଗୀ ରଙ୍ଗ କାହିଁକି ଦେଖାଯାଏ?

ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟ କ୍ଷୀତିଜ ନିକଟବର୍ତ୍ତୀ ହୋଇଥାନ୍ତି। ସେହି ସମୟରେ ସୂର୍ଯ୍ୟଙ୍କ କିରଣ ଅଧିକ ଦୂର ପର୍ଯ୍ୟନ୍ତ ପଡିଥାଏ। ନୀଳ ଏବଂ ବାଇଗଣୀ ରଙ୍ଗ ତୁଳନାରେ ନାଲି ରଙ୍ଗ କମ ବ୍ୟାପିଥାଏ। ନୀଳ ଏବଂ ବାଇଗଣୀ ରଙ୍ଗ ବାୟୁମଣ୍ଡଳର କଣିକା ସହ ଧକ୍କା ହୋଇ ଉପରେ ବ୍ୟାପିଥାଏ କିନ୍ତୁ ସନ୍ଧ୍ୟା କିମ୍ବା ସକାଳ ସମୟରେ ଏହା ଅଧିକ ଦୂର ପର୍ଯ୍ୟନ୍ତ ବ୍ୟାପିଥିବାରୁ ଆମମାନଙ୍କ ଆଖିକୁ ଦେଖାଯାଇନଥାଏ। ସେହିଭଳି ନାଲି ରଙ୍ଗ ବିକାଶ କମ ହୋଇଥିବାରୁ ଏହା ଅଧିକ ଦୂର ପର୍ଯ୍ୟନ୍ତ ପହଞ୍ଚିପାରିନଥାଏ। ଏହି କାରଣରୁ ସକାଳ ଏବଂ ସନ୍ଧ୍ୟା ସମୟରେ କେବଳ ଆମକୁ ନାଲି ଏବଂ ନାରଙ୍ଗୀ ରଙ୍ଗ ନଜର ଆସିଥାଏ।

22

ଏକ କପ କ୍ଷୀରରେ ଏପରି ଦେଖନ୍ତୁ ଦୃଶ୍ୟ:

ଖୀରର ଏକ କପ୍ ରେ ମଧ୍ୟ ଫିଜିକ୍ସର ସେହି ନିୟମ ଲାଗୁ ହୋଇଥାଏ, ଯାହା ଆକାଶରେ ପ୍ରକାଶିତ ତରଙ୍ଗରେ ଲାଗୁ ହୋଇଥାଏ। ଏକ ସଫା ଗ୍ଲାସରେ ପାଣି ଭର୍ତ୍ତି କରିଦିଅନ୍ତୁ। ଏହାପରେ ଗୋଟେ ଗୋଟେ ବୁନ୍ଦା କରି କ୍ଷୀର ସେଥିରେ ମିଶାନ୍ତୁ। ପ୍ରତ୍ୟେକ ବୁନ୍ଦା ପକାଇବା ପରେ ପାଣି ଏବଂ କ୍ଷୀରକୁ ଭଲଭାବେ ମିଶାନ୍ତୁ। ଉପରେ ଠିକ ବଲ ଦେଖାଯାଉଥିବା ସ୍ଥାନରେ ହିଁ କପ ରଖନ୍ତୁ। ସେ ପର୍ଯ୍ୟନ୍ତ ପାଣିରେ ଏକ-ଏକ ବୁନ୍ଦା କ୍ଷୀର ପକାନ୍ତୁ ଯେ ପର୍ଯ୍ୟନ୍ତ କପରେ ବଲ ନାଲି କିମ୍ବା ନାରଙ୍ଗୀ ଦେଖାଯାଇନାହିଁ। ବିଶେଷ ରୂପେ ଏହି ଉପାୟ ରାତି ସମୟରେ କଲେ ଖୁବ ଭଲ ହୋଇଥାଏ। ରାତିରେ ଜଳୁଥିବା ଆଲୋକକୁ ଛାଡି ସବୁ ଆଲୋକକୁ ବନ୍ଦ କରିଦିଅନ୍ତୁ।ଏହାପରେ ଯଦି ଆପଣ କପକୁ ସାଇଡ଼ରୁ ଦେଖିବେ କପ ଭିତର ଆପଣଙ୍କୁ ନୀଳ ରଙ୍ଗ ନଜର ଆସିବ ଯେପରି ଧଳା ଆକାଶରେ ଦେଖାଯାଇଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.