Below header

ଲଞ୍ଚ ହେବାକୁ ଯାଉଛି ଭାରତର ପ୍ରଥମ ୧୬ ରାମ୍ ଜିବି ବିଶିଷ୍ଟ ସ୍ମାର୍ଟ ଫୋନ, ଜାଣନ୍ତୁ ଆଉ କଣ ସବୁ ରହିଛି ଫିଚର୍ସ

ଗେମିଙ୍ଗ ସ୍ମାର୍ଟ ଫୋନ ତିଆରି କରୁଥିବା ସ୍ମାର୍ଟଫୋନ କମ୍ପାନୀ ବ୍ଲାକ ସାର୍କ (Black shark) ନିଜର ନୂଆ ସ୍ମାର୍ଟ ଫୋନ Black shark-3 ଲଞ୍ଚ କରିବାକୁ ଯାଉଛି। ଲଞ୍ଚ ହେବା ପୂର୍ବରୁ ଏହାର ଫିଚର ସମ୍ବନ୍ଧରେ ଗୋଟିଏ ପରେ ଗୋଟିଏ ତଥ୍ୟ ଗୁପ୍ତଭାବେ ପଦାକୁ ଅସିବାରେ ଲାଗିଛି। ଏହି ମଧ୍ୟରେ ଗୋଟିଏ ରିପୋର୍ଟରେ ପ୍ରକାଶ ପାଇଛି ଯେ Black shark-3ରେ ୧୬ ଜିବି ରାମ୍  ସହିତ 5G ନେଟୱାର୍କର support ରହିବ।

Related image

ଆପଣଙ୍କର ମନେଥିବ ଯେତେବେଳେ ମୋବାଇଲ ନୂଆ ନୂଆ ବଜାରକୁ ଆସିଲା ସେଥିରେ କେବଳ ୨୪୫ ଏମବିର ରାମ୍ ରହୁଥିଲା। କିନ୍ତୁ ଏବେ ଅତି ସାଧାରଣ ଫୋନଟିରେ ପାଖାପାଖି ୧ ଜିବିର ରାମ୍ ରହୁଛି। ଏବେ One Plus ଓ Samsung ଭଳି କମ୍ପାନୀ ୧୨ ଜିବି ରାମର ଫୋନ ଲଞ୍ଚ କରୁଛି। ବ୍ଲାକ ସାର୍କକୁ ନେଇ କୁହାଯାଇଛି ଯେ ଏହି ଫୋନରେ ୧୬ ଜିବିର ରାମ୍ ମିଳିବ ଓ ଏଥିରେ Qualcomm’s Snapdragon 865 processor ରହିବ।  ଏହା ସହିତ ରିପୋର୍ଟରେ କୁହାଯାଇଛି ଯେ Black Shark3 ସହିତ Black Shark2କୁ ମଧ୍ୟ ଲଞ୍ଚ କରାଯିବ।

କଣ ବାସ୍ତବରେ ଆପଣଙ୍କୁ ୧୬ ଜିବିର ରାମ୍ ଆବଶ୍ୟକ ପଡିଥାଏ?

ଆପଣ କେବେ ଭାବିଛନ୍ତି କି ଆପଣଙ୍କ ଏମିତି ଏକ  ଫୋନର ଆବଶ୍ୟକ ରହିଛି କି ଯେଉଁଥିରେ ୧୬ ଜିବି ରାମ୍ ରହିଥିବ । ରାମ୍ କେବଳ ଆପର ଷ୍ଟୋରେଜକୁ ନେଇ କାଲକୁଲସନ କରାଯାଏ ନାହିଁ। ଆଜିର ସମୟରେ  ସ୍ମାର୍ଟଫୋନର Memory ମଧ୍ୟ ରାମର ଭାଗ ହିସାବରେ ଯାଇଥାଏ ।  ଏମିତିରେ ଆପଣଙ୍କୁ ଫାଷ୍ଟ କ୍ୟାମେରା ମିଳିଥାଏ। ଫାଷ୍ଟ କ୍ୟାମେରାର ଅର୍ଥ ତାହାର shutter speed ରେ ହୋଇଥାଏ ।

Image result for black shark 3

କୌଣସି ଫୋନରେ ୧୬ ଜିବି ରାମ୍ ରହିବାର ଅର୍ଥ ହେଉଛି ସେଥିରେ  ଡଜନ ହେବ Heavy App ରଖିପାରିବେ, Heavy  Gamingରେ ଆପଣଙ୍କୁ କୌଣସି ପ୍ରକାର ଅସୁବିଧା ହେବ ନାହିଁ। cached Memoryକୁ ମଧ୍ୟ ବାରମ୍ବାର କ୍ଲିୟର କରିବାକୁ ପଡିବ ନାହିଁ। ଏହା ବ୍ୟତିତ ଉତ୍ତମ ବ୍ୟାଟେରୀ ଲାଇଫ ମିଳିବ ଓ ବ୍ୟାକଗ୍ରାଉଣ୍ଡ ଆପକୁ ମଧ୍ୟ  ବନ୍ଦ କରିବାକୁ ପଡିବ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.