Below header

୨୦୨୧ ଜନଗଣନାରେ ଜେନରାଲ ସହ SEBC ଓ OBC ରଖିବାକୁ ଦାବି, କେନ୍ଦ୍ର ଆଗରେ ଦାବି କରିବେ ରାଜ୍ୟ ସରକାର

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ କ୍ୟାବିନେଟରେ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି । ୨୦୨୧ ଜନଗଣନାରେ ସାଧାରଣବର୍ଗଙ୍କ ସହ ସାମାଜିକ ଓ ଅର୍ଥନୈତିକ ପଛୁଆ ଶ୍ରେଣୀ ଓ ଜାତିଙ୍କ ପାଇଁ ସ୍ୱତନ୍ତ୍ର ଗଣନା କରିବାକୁ ଦାବି କରିବ ଓଡ଼ିଶା । ଏଥିପାଇଁ କ୍ୟାବିନେଟରେ ସଙ୍କଳ୍ପ ପାରିତ ହୋଇଛି । କ୍ୟାବିନେଟ ବୈଠକ ପରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି । ରାଜ୍ୟରେ କେତେ SEBC ଓ OBC ଅଛନ୍ତି, ସେହି ସଂଖ୍ୟା ଜାଣିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି । ୧୯୩୧ ମସିହା ପରଠାରୁ ଜାତି ଭିତ୍ତିକ ଗଣନା ହୋଇନାହିଁ । ତେଣୁ ସାଧାରଣ ଜନଗଣନା ସମୟରେ SEBC ଓ OBC ରଖିବାକୁ ରାଜ୍ୟ ସରକାର ଦାବି କରିବେ । ଫଳରେ ସେମାନଙ୍କ ପାଇଁ ହେଉଥିବା ଯୋଜନା ଠିକ୍‌ ଭାବେ ପହଁଚିପାରିବ । ଏହି ସଂଖ୍ୟା ଜାଣିବା ପରେ ସେମାନେ କିଭଳି ଉପରକୁ ଉଠି ପାରିବେ, ସେନେଇ ରାଜ୍ୟ ସରକାର ଯୋଜନା କରିବେ । ଗରିବ ଓ ଦୁର୍ବଳ ଶ୍ରେଣୀଙ୍କ ବିକାଶ ମହାତ୍ମା ଗାନ୍ଧୀଙ୍କ ଲକ୍ଷ୍ୟ ରହିଥିଲା । ୧୫୦ ତମ ମହାତ୍ମା ଗାନ୍ଧୀ ଜନ୍ମ ଜୟନ୍ତୀ ପାଳନ କରାଯାଉଥିବାରୁ SEBC ଓ OBCଙ୍କୁ ସାମିଲ କରାଯାଉ ବୋଲି ଓଡ଼ିଶା ସରକାର ଦାବି କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.