Below header

ଓଡିଆ ଅଭିଯୁକ୍ତକୁ ସୁରଟ ଅଦାଲତରେ ମୃତ୍ୟୁ ଦଣ୍ଡାଦେଶ, ନିଜ ଝିଅକୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା

ଗଞ୍ଜାମ(କେନ୍ୟୁଜ୍): ନିଜ ଝିଅକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁରଟ ଅଦାଲତ ଦୋଷୀ ଟୁକୁନା ଦାସକୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି । ଟୁକୁନାର ଘର ସୋରଡ଼ା ବ୍ଲକ ପଟାବାବୁଲି ଗାଁରେ । ଟୁକନା ପ୍ରଥମେ ନିଜ ସ୍ତ୍ରୀକୁ ଛାଡ଼ ଶାଳୀକୁ ଦ୍ୱିତୀୟ ବିବାହ କରିଥିଲା । ଏହାପରେ ଦ୍ୱିତୀୟ ସ୍ତ୍ରୀ ଓ ପ୍ରଥମ ସ୍ତ୍ରୀଙ୍କ ଝିଅକୁ ଧରି ସୁରଟ ପଳାଇଥିଲା । ସେଠାରେ ନିଜ ଝିଅକୁ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଗତ ୨୦୧୭ ମସିହା ଜୁନ୍‌ ୧୭ ତାରିଖ ସୁରଟ ପୋଲିସ ଅଭିଯୁକ୍ତ ଟୁକୁନା ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗତକାଲି କୋର୍ଟ ତାକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.