boAt ଲଞ୍ଚ କଲା ଗେମିଂ ହେଡଫୋନ Immortal 700, ଜାଣନ୍ତୁ କ’ଣ ରହିଛି ଦାମ୍‌ ଏବଂ ଫିଚର୍ସ

ଭାରତୀୟ ବଜାରର ଦିନକୁ ଦିନ ନୂଆ ନୂଆ ହେଡଫୋନ ଲଞ୍ଚ ହେଉଛି। ଆଉ ଆଜିର ଯୁବପିଢିଙ୍କ ମଧ୍ୟରେ ଏହାର ଚାହିଦା ମଧ୍ୟ ବଢିବାକୁ ଲାଗିଛି। ଜଣାଶୁଣା କମ୍ପାନୀ ବୋଟ୍‌ ଏକ ନୂଆ ଗେମିଂ ହେଡଫୋନ ଲଞ୍ଚ କରିଛି। boAt ପକ୍ଷରୁ Immortal ଗେମିଂ ସଡିଓ ସିରିଜରେ ଏକ ନୂଆ ଗେମିଂ ହେଡଫୋନ ଲଞ୍ଚ କରିଛି। ଯାହାର ନାମ boAt Immortal 700 ରହିଛି। ଏହା ଆମାଜନ ଇଣ୍ଡିଆରେ ମିଳୁଛି।

ଭାରତରେ ଏହି ନୂଆ ହେଡଫୋନର ଦାମ୍‌ ୨,୪୯୯ ଟଙ୍କା ରହିଛି। ଗେମ୍‌ ଖେଳୁଥିବା ପିଲାଙ୍କ ପାଇଁ ଏହା ଡିଜାଇନ କରାଯାଇଛି। ଏଥିରେ ଅଡିଓ ଗିଅରରେ ୫୦ ମିମି ଡ୍ରାଇଭର ଏବଂ ୭.୧ ଭର୍ଚୁଆଲ ଚ୍ୟାନେଲ ସରାଉଣ୍ଡ ସାଉଣ୍ଡ ସପୋର୍ଟ ରହିଛି।

ହେଡଫୋନରେ ଏକ କେବଲ୍‌ ଝୁଲିବା ଭଳି ରହିଛି। ଏଥିରେ ଏକ ଇନ ଲାଇନ ରିମୋଟ କଣ୍ଟ୍ରୋଲ ରହିଛି। ଯାହା ଅଡିଓ, ମାଇକ ଏବଂ ଆରଜିବି ଏଲଇଡି ମୋଡର ଆଡଜଷ୍ଟ କରିବାର ସୁବିଧା ରହିଛି। boAt Immortal 700 ରେ ଏକ ଗୋଲ ଆକାରର ଆରଜିବି ଏଲଇଡି ସହିତ ଲାଲ ଏବଂ କଳା ରଙ୍ଗର ଅପସନ ରହିଛି। ହେଡଫୋନରେ ଏକ ସଫ୍ଟ ଏବଂ କମ୍ଫଟ ଇଅରମଫ ରହିଛି, ଯାହା ଝାଳ ବୋହିବାକୁ ଦିଏ ନାହିଁ।

boAt Immortal 700 ରେEXx ଟେକ୍ନିଲୋଜି ସହିତ ଆଡଜଷ୍ଟବେଲ ମାଇକ ସହିତ ଆସିଥାଏ। ଯାହା ଭଲ ସାଉଣ୍ଡ କ୍ୱାଲିଟି ଦେଇଥାଏ। ୟୁଜର୍ସ boAt ପ୍ଲଗଇନ ବ୍ଲେଜ ଆପ୍ଲିକେସନ ଜରିଆରେ ଅଡିଓକୁ କଷ୍ଟମାଇଜ କରିଥାଏ। କନେକ୍ଟିଭିଟି ପାଇଁ କମ୍ପାନୀ ସିଙ୍ଗଲ ୟୁଏସବି ଅପସନ ମଧ୍ୟ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.