Below header

ବ୍ଲଡ ଅକ୍ସିଜେନ ସେନ୍ସର ସହିତ boAt ଲଞ୍ଚ କଲା ପ୍ରଥମ ସ୍ମାର୍ଟଓ୍ଵାଚ, ମୂଲ୍ୟ ମାତ୍ର ୧,୯୯୯ ଟଙ୍କା

boAt ଭାରତୀୟ ବଜାରରେ ନିଜର ପ୍ରଥମ ସ୍ମାର୍ଟଓ୍ଵାଚ Storm ଲଞ୍ଚ କରିଛି। ଏହା ଏକ ବଜେଟ ସ୍ୱାର୍ଟଓ୍ଵାଚ, ଯାହାର ମୂଲ୍ୟ ୧,୯୯୯ ଟଙ୍କା ରହିଛି। ଏହା ଇଣ୍ଡ୍ରୋକ୍ଟେରୀ ମୂଲ୍ୟ ଅର୍ଥାତ୍‌ ପରେ ଏହାର ମୂଲ୍ୟ ବଦଳିଯାଇ ପାରିବ। ଇଚ୍ଛୁକ ଗ୍ରାହକ ଏହି ଘଣ୍ଟାକୁ ଫ୍ଲିପକାର୍ଟ ଏବଂ ବୋଟର ଅଧିକାରକ େଓ୍ଵବସାଇଟ୍‌ରୁ କିଣିପାରିବେ। ଏହାର ବିକ୍ରି ଆସନ୍ତାକାଲିରୁ ୧୨ରୁ ଆରମ୍ଭ ହେବ।

ସ୍ପେସିଫିକେସନ:

ଏହି ଘଣ୍ଟାରେ ୧.୩ ଇଞ୍ଚର କଲର୍ଡ ଟଚ ଡିସପ୍ଲେ ଦିଆଯାଇଛି। ୟୁଜର୍ସଙ୍କୁ ଏହି ଘଣ୍ଟାରେ ୧୦୦ରୁ ମଧ୍ୟ ଅଧିକ ଫେସେସ ଅପସନ ମିଳିବ। ଏଥିରେ ରିଅଲ ଟାଇମ ବ୍ଲଡ ଅକ୍ସିଜେନ ଲେବ ମନିଟର କରିବା ସହିତ SPO 2 ସେନସର ମଧ୍ୟ ଦିଆଯାଇଛି। ଏହାସହିତ ୨୪/୭ ହାର୍ଟରେଟ ମନିଟରିଂ ଫିଚର ମଧ୍ୟ ରହିଛି।

watch

ଏହି ସ୍ମାର୍ଟଓ୍ଵାଚରେ ମହିଳାମାନଙ୍କ ପାଇଁ ପିରିଅଡ୍ସ ଟ୍ରାକର ଫିଚର ମଧ୍ୟ ରହିଛି। କମ୍ପାନୀ ଦାବି ମୁତାବକ ଏଥିରେ ୧୦ ଦିନର ବ୍ୟାଟେରୀ ଲାଇଫ ମଧ୍ୟ ମିଳିବ। ଗ୍ରାହକଙ୍କ ଏହାକୁ ଦୁଇଟି କଲର ଅପସନ ଅର୍ଥାତ୍‌ ବ୍ଲୁ ଏବଂ ବ୍ଲାକ ରଙ୍ଗର ସ୍ମାର୍ଟଓ୍ଵାଚ କିଣିପାରିବେ।

boAt Storm ୫୦ ମିଟର ଓ୍ଵାଟର ରେସିଷ୍ଟାଣ୍ଟ ଏବଂ ୯ ସ୍ପୋଟର୍ସ ମୋଡ ମଧ୍ୟ ରହିଛି। ଏହା ମଧ୍ୟରେ ମ୍ୟୁଜିକ, ଭଲ୍ୟୁମ, ଟ୍ରାକ୍ସ ଏବଂ କଲସ ମଧ୍ୟ କଣ୍ଟ୍ରୋଲ କରିପାରିବେ। ଏହାଛଡା ଫାଇଣ୍ଡ ମାଇଁ ଫୋନ ଫିଚର ଏବଂ ନୋଟିଫିକେସନ ଚେକ୍‌ କରିବାର ସୁବିଧା ରହିଛି। ୟୁଜର୍ସଙ୍କ ଏହି ସ୍ମାର୍ଟଓ୍ଵାଚକୁ କଣ୍ଟ୍ରୋଲ କରିବା ପାଇଁ boAt ProGear ଆପ୍‌ ଡାଉନଲୋଡ କରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.