ଛାଡପତ୍ର ପାଇଁ ସ୍ୱାମୀଙ୍କୁ ନପୁଂସକ କରିବାକୁ ଚାହୁଁଥିଲେ ସ୍ତ୍ରୀ, ପ୍ରେମିକଙ୍କ ସହ ରଚିଥିଲେ ଭୟାନକ ଷଡଯନ୍ତ୍ର

ବିବାହ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଗଢି ଉଠିଥିବା ଏକ ନିବିଡ ସର୍ମ୍ପକ ଯାହାଦ୍ୱାରା ଉଭୟେ ସାତ ଜନ୍ମ ପର୍ଯ୍ୟନ୍ତ ଏକାଠି ରହିବାର ପ୍ରତିଜ୍ଞା ନେଇଥାନ୍ତି । କିନ୍ତୁ ଆଜିକା ସମୟରେ ସାତ ଜନ୍ମ ତ ଦୂରର କଥା ସାତ ମାସ ପର୍ଯ୍ୟନ୍ତ ମଧ୍ୟ ସ୍ୱାମୀ-ସ୍ତ୍ରୀ ଏକାଠି ରହିପାରୁ ନାହାନ୍ତି। ଛୋଟ ଛୋଟ କଥାକୁ ନେଇ ସବୁବେଳେ କଳି ଲାଗି ରହୁଛି ଓ ସେହି କଳି ଶେଷରେ ଛାଡପତ୍ରରର ରୂପ ନେଉଛି । ମହାରାଷ୍ଟ୍ରର ପୁନେ ସହରରେ ଏହି ଛାଡପତ୍ରକୁ ନେଇ ଏମିତି ଏକ ଅଦ୍ଭୁତ ଘଟଣା ସାମନାକୁ ଆସିଛି । ଏଠାକାର ବାସିନ୍ଦା ସ୍ୱାମୀ ତାଙ୍କ ସ୍ତ୍ରୀ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ଯେ, ସେ ତାଙ୍କ ଗୁପ୍ତଅଙ୍ଗକୁ କାଟି ତାଙ୍କୁ ନପୁସଂକ ବନାଇବାକୁ ଚେଷ୍ଟା କରୁଥିଲେ ।

husband wife2

ପତ୍ନୀ ତାଙ୍କ ପ୍ରେମିକ ସହ ମିଶି ତାଙ୍କ ସ୍ୱାମୀଙ୍କର ଗୁପ୍ତ ଅଙ୍ଗକୁ କାଟିବାର ଯୋଜନା କରୁଥିଲେ ଯାହାଦ୍ୱାରା ସେ ଖୁବ ସହଜରେ ଛାଡପତ୍ର ପାଇ ପାରିବେ ବୋଲି ପିଡୀତ ସ୍ୱାମୀ ଅଭିଯୋଗ କରିଛନ୍ତି। ପୀଡିତ ସ୍ୱାମୀଙ୍କର ନାମ ସୁଭାଷ ସୁରାଲେ ଓ ସେମାନଙ୍କ ବିବାହ ଚଳିତ ବର୍ଷ ମାର୍ଚ୍ଚ ମାସରେ ହୋଇଥିଲା । ସୁଭାଷଙ୍କ କହିବା ଅନୁସାରେ ତାଙ୍କ ସ୍ତ୍ରୀ ଜଣେ ସୋଫ୍ଟେଓ୍ଵର ଇନଂଜିନିୟର । ଏକ ବହୁରାଷ୍ଟ୍ରରୀୟ କମ୍ପାନୀରେ କାର୍ଯ୍ୟରତ ମଧ୍ୟ ଅଛନ୍ତି | ବାହାଘର ପରେ ଲକଡାଉନ ଯୋଗୁଁଉଭୟେ ସ୍ୱାମୀ ସ୍ତ୍ରୀ ହନିମୁନରେ ଯାଇ ପାରିନଥିଲେ ।

କିନ୍ତୁ ପରେ ଦୁହେଁ ମହାବଲେଶ୍ୱର ଯାଇଥିବା ସମୟରେ ସେଠାରେ କୌସ୍ତୁଭ ନାମକ ବ୍ୟକ୍ତିଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା । ପରେ କୌସ୍ତୁଭ ସୁଭାଷଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ ଓ ତିନି ଜଣ ମିଶି ହୋଟେଲରେ ଖୁବ ମଜା ମସ୍ତି ମଧ୍ୟ କରିଥିଲେ । ଏହାର କିଛି ଦିନ ପରେ କୌସ୍ତୁଭଙ୍କ ଚାକିରି ଚାଲି ଯିବାରୁ ସୁଭାଷଙ୍କୁ ତାଙ୍କ ଘରେ ରହିବାର ଅନୁମତି ମାଗିଥିଲେ ଓ ଜଣେ ବନ୍ଧୁ ଭାବରେ ସୁଭାଷ ତାଙ୍କୁ ଅନୁମତି ମଧ୍ୟ ଦେଇଥିଲେ ।

husband wife3

କିନ୍ତୁ କିଛି ଦିନ ପରେ ଘଟଣା ଏକ ଭିନ୍ନ ମୋଡ ନେଇଥିଲା । ସୁଭାଷଙ୍କ ପତ୍ନୀଙ୍କ ପ୍ରେମରେ ପଡି ଯାଇଥିଲେ କୌସ୍ତୁଭ । କିଛି ଦିନ କୌସ୍ତୁଭ ତାଙ୍କ ଘରେ ରହିଲା ପରେ ଦିନେ ହଠାତ୍‌ ସୁଭାଷ କୌସ୍ତୁଭର ଫୋନରେ ନିଜ ସ୍ତ୍ରୀର କିଛି ଫଟୋ ଦେଖି ସନ୍ଦେହ କରିଥିଲେ। ଏହା ପରେ ଉଭୟ କଥାବାର୍ତ୍ତା ହୋଇଥିବା ମେସେଜକୁ ଦେଖି ସୁଭାଷ ଜାଣି ପାରିଥିଲେ ଯେ କୌସ୍ତୁଭ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ବାହାଘର ପୂର୍ବରୁ ପ୍ରେମ ସର୍ମ୍ପକ ରହିଥିଲା । କିନ୍ତୁ ଜାତି ଭିନ୍ନ ହୋଇଥିବାରୁ ସେ ଦୁହେଁ ବିବାହ କରି ପାରିନଥିଲେ। ଏହା ସହିତ ସୁଭାଷଙ୍କ ଗୁପ୍ତାଙ୍ଗକୁ କାଟି ତାଙ୍କୁ ନପୁଂସକ ବନାଇବାର ଯୋଜନା କରୁଥିବାର ସେ ଦୁହିଁଙ୍କ ବାର୍ତ୍ତାଳାପରୁ ଜାଣି ପାରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.