ପଚା ଅଣ୍ଡା ଖାଉନାହାନ୍ତି ତ ଆପଣ? ୨ ମିନିଟ୍‌ରେ ଚେକ୍‌ କରନ୍ତୁ ଅଣ୍ଡାର କ୍ୱାଲିଟି

ଅଣ୍ଡାରେ ପ୍ରଚୁର ପରିମାଣର ଭିଟାମିନ୍‌ ଓ ପ୍ରୋଟିନ୍‌ ରହିଥାଏ, ଯାହା ଶରୀରକୁ ଶକ୍ତି ଯୋଗାଏ। ଶୀତଦିନେ ଶରୀରକୁ ଗରମ ରଖିବାକୁ ମଧ୍ୟ ଡାକ୍ତରମାନେ ଅଣ୍ଡା ଖାଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ କେବେ ଆପଣ ଅଣ୍ଡା ଖାଇବା ପୂର୍ବରୁ ଏହାର କ୍ୱାଲିଟି ଚେକ୍‌ କରିବା କଥା ଚିନ୍ତା କରିଛନ୍ତି କି? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଖରାପ କ୍ୱାଲିଟିର ଅଣ୍ଡା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

ଆପଣ ମାତ୍ର ୨ ମିନିଟ୍‌ରେ ଅଣ୍ଡାର କ୍ୱାଲିଟି ଚେକ୍‌ କରି ଜାଣିପାରିବେ ଏହା ଖାଇବାଯୋଗ୍ୟ କି ନାହିଁ। ଏହି ଟେଷ୍ଟ କରିବା ପରେ ହିଁ ଅଣ୍ଡା ଖାଇବା ଉଚିତ। ନଚେତ୍‌ ଅଣ୍ଡାର ଲାଭ ମିଳିବା ପରିବର୍ତ୍ତେ ଶରୀରର କ୍ଷତି ହୋଇପାରେ। ତେବେ ଆସନ୍ତୁ ଜାଣିବା ଅଣ୍ଡାର କ୍ୱାଲିଟି ଚେକ୍‌ କରିବେ କେମିତି…

egg

ଏଥିପାଇଁ ପ୍ରଥମେ ଏକ କାଚ ଗ୍ଲାସରେ ଅଧାରୁ ଅଧିକ ପାଣି ନେଇ ଗୋଟିଏ ଟେବୁଲ ଉପରେ କିମ୍ବା ସମତଳ ସ୍ଥାନରେ ରଖନ୍ତୁ। ଏବେ ଏଥିରେ ଅଣ୍ଡାକୁ ଧୀରେ ପକାନ୍ତୁ। ଦେଖିବେ ଯଦି ଅଣ୍ଡା ପାଣିରେ ନ ଭାସି ତଳକୁ ଯାଇ ସିଧା ରହୁଛି ତେବେ ତାହା ଭଲ କ୍ୱାଲିଟିର ଅଣ୍ଡା। ଏହାକୁ ଆପଣ ଖାଇପାରିବେ। କିନ୍ତୁ ଯଦି ଅଣ୍ଡାଟି ପାଣିରେ ନ ବୁଡ଼ି ଉପରେ ଭାସୁଛି ତେବେ ବୁଝିଯାଆନ୍ତୁ ଯେ ଏହା ଖରାପ କ୍ୱାଲିଟିର ତଥା ଖାଇବା ଅଯୋଗ୍ୟ ଅଣ୍ଡା। ଏଭଳି ଅଣ୍ଡା ଖାଇବା ଦ୍ୱାରା ଫୁଡ୍‌ ପଏଜନିଂ ହେବା ଆଶଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.