ଟେସଲା କମ୍ପାନୀରେ ନିଜ ପଦବୀକୁ ନେଇ ଭୟରେ ଏଲସ ମସ୍କ, ରହିଛି ମାତ୍ର ୧୩%ର ମାଲିକାନା

ଟେସଲାର ସିଇଓ ଏଲନ ମସ୍କ ଟେସଲା କମ୍ପାନୀରେ ତାଙ୍କ ପଦରୁ ବହିଷ୍କୃତ ହେବା ସମ୍ଭାବନାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ଟେସଲାରେ ମାତ୍ର ୧୩ ପ୍ରତିଶତ ମାଲିକଥିବା ଥିବା ମସ୍କ ଏସବୁକୁ ନେଇ ଗୁରୁତ୍ୱାରୋପ କରିଥିଲେ । କମ୍ପାନୀରେ ତାଙ୍କର ଏତେ ଛୋଟ ଅଂଶ ରହିଥିବାରୁ ତାଙ୍କୁ ଅନ୍ୟ ଅଶୀଂଦାର ଦ୍ୱାରା ଭୋଟ କରାଯାଇ ତାଙ୍କୁ କମ୍ପାନୀରୁ ବହିଷ୍କୃତ କରାଯାଇପାରେ ।

ନିଜ ପଦବୀକୁ ନେଇ ଭୟଭୀତ ଟେସଲାର ସିଇଓ ଏଲନ ମସ୍କ । ମସ୍କ ଟେସଲା କମ୍ପାନୀରେ ତାଙ୍କ ପଦରୁ ବହିଷ୍କୃତ ହେବା ସମ୍ଭାବନାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ରିପୋର୍ଟ ଅନୁଯାୟୀ, ଏକ କଲ୍‌ ସମୟରେ ମସ୍କ ଟେସଲାରେ ଥିବା ଅଂଶ ଏବଂ ତାଙ୍କ ଦାୟିତ୍ୱକୁ ନେଇ ଆଲୋଚନା କରିଥିଲେ । ଟେସଲାରେ ମାତ୍ର ୧୩ ପ୍ରତିଶତ ମାଲିକଥିବା ଥିବା ମସ୍କ ଏସବୁକୁ ନେଇ ଗୁରୁତ୍ୱାରୋପ କରିଥିଲେ ।

ସେ କହିଥିଲେ, କମ୍ପାନୀରେ ତାଙ୍କର ଏତେ ଛୋଟ ଅଂଶ ରହିଥିବାରୁ ତାଙ୍କୁ ଅନ୍ୟ ଅଶୀଂଦାର ଦ୍ୱାରା ଭୋଟ କରାଯାଇ ତାଙ୍କୁ କମ୍ପାନୀରୁ ବହିଷ୍କୃତ କରାଯାଇପାରେ । ଗ୍ଲାସ ଲୁଇସ ଏବଂ ସଂସ୍ଥାର ଅନ୍ୟ ଅଶୀଂଦାରମାନେ ଏଭଳି ନିଷ୍ପତ୍ତି ନେଇପାରନ୍ତି ବୋଲି ମସ୍କ ଭୟଭୀତ ରହିଛନ୍ତି । କିଛି ମାତ୍ରାରେ ସେମାନଙ୍କୁ ଆଇଏସ ଗୋଷ୍ଠୀ ସହିତ ତୁଳନା କରିବା ସହିତ କମ୍ପାନୀର କାମ ପ୍ରଭାବିତ ହୋଇପାରେ ବୋଲି କହିଛନ୍ତି ।

କମ୍ପାନୀ ଉପରେ ନିଜର ନିୟନ୍ତ୍ରଣ ଏବଂ ପ୍ରଭାବ ବଜାୟ ରଖିବା ପାଇଁ ମସ୍କ ଉଦ୍‌ବେଗ ପ୍ରକାଶ କରିଛନ୍ତି । ସେ ତାଙ୍କ ଅଂଶଧନକୁ ଅତିକମରେ ୨୫ ପ୍ରତିଶତକୁ ବୃଦ୍ଧି କରିବାକୁ ଚେଷ୍ଟା କରିପାରନ୍ତି । ପୂର୍ବରୁ ମସ୍କଙ୍କୁ ଅଂଶଧନ କିଣିବା ପାଇଁ ପରାମର୍ଶ ଦିଆଯାଇଥିଲା । ଯାହାର ଅର୍ଥନୈତିକ ଫାଇଦା ମିଳିଥାନ୍ତା ।

ଟ୍ୟାକ୍ସ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟର ଅଧିଗ୍ରହଣକୁ ସମର୍ଥନ କରିବା ପାଇଁ ସେ ନିକଟରେ ଟେସଲାର ପ୍ରାୟ ୪୦ ବିଲିୟନ ଡଲାରେ ଷ୍ଟକ ବିକ୍ରି କରିଥିଲେ, ଯାହାକୁ ସେ ପରେ ଏକ୍ସ ନାମରେ ନାମିତ କରିଥିଲେ ।

ସୂଚନାଯୋଗ୍ୟ, ନିକଟରେ ଟେସଲା ସିଇଓ ଏଲନ୍ ମସ୍କ, ମେଟା ପ୍ଲାଟଫର୍ମର ସିଇଓ ମାର୍କ ଜୁକରବର୍ଗ, ଆଲଫାବେଟ୍(ଗୁଗୁଲ୍) ସିଇଓ ସୁନ୍ଦର ପିଚାଇ ଏବଂ ଅନ୍ୟାନ୍ୟ ବୈଷୟିକ କମ୍ପାନୀର ସିଇଓଙ୍କୁ ନେଇ ଆମେରିକାରେ ଏକ ବୈଠକ ବସିଥିଲା । ଏହି ବୈଠକରେ, ଏଲନ୍ ମସ୍କ ଏଆଇର ବିପଦପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.