ଫେସବୁକ୍‌ ୟୁଜର୍ସଙ୍କ ପାଇଁ ଖୁସି ଖବର, ବ୍ଲକ ହୋଇଯାଇଛି କି ଆପଣଙ୍କ ଆକାଉଣ୍ଟ ତାହେଲେ ଏହି ଫିଚରକୁ କରନ୍ତୁ ବ୍ୟବହାର

ସୋସିଆଲ ମିଡିଆ ଆପ୍‌ କଥା ଯଦି ଆମେ କହିବା ତାହେଲେ ଫେସବୁକର ନାମ ନିଶ୍ଚୟ ନିଆଯିବ। ମେଟା କମ୍ପାନୀର ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ନିକଟରେ ଅନେକ ନୂଆ ଅପଡେଟ୍ସ ଏବଂ ଫିଚର୍ସକୁ ଜାରି କରିଛି। ଯାହା ବିଷୟରେ ଜାଣିବା ପରେ ଆପଣ ଖୁସିରେ ଝୁମି ଉଠିବେ। ଏହି ଫିଚର୍ସ ମଧ୍ୟରୁ ଗୋଟେ ଫିଚର ଏମିତି ରହିଛି ଯାହା ସାହାଯ୍ୟରେ ଆପଣ ନିଜ ଫେସବୁକ ଆକାଉଣ୍ଟକୁ ରିଟ୍ରାଇଭ୍‌ କରିପାରିବେ। ଯଦି କୌଣସି କାରଣ ବସତଃ ଆପଣ ନିଜର ଆକାଉଣ୍ଟକୁ ଆକ୍ସେସ୍‌ କରିପାରିବେନାହିଁ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ସବୁକିଛି।

ଫେସବୁକର ପେରେଣ୍ଟ କମ୍ପାନୀ ମେଟା ଫେସବୁକ୍‌ ପାଇଁ ଅନେକ ପ୍ରକାର ନୂଆ ଫିଚର୍ସ ଜାରି କରାଯାଇଛି। ଯେଉଁଥିରେ ଗୋଟିଏ ଖାସ୍‌ ଫିଚର୍ସ ସେହି ୟୁଜର୍ସଙ୍କ ପାଇଁ ଯେଉଁମାନେ ନିଜ ଆକାଉଣ୍ଟକୁ କୌଣସି କାରଣରୁ ଆକ୍ସେସ କରିପାରୁନାହାଁନ୍ତି। ଏହି ଫିଚର ଏକ ଖାସ୍‌ ଲାଇଭ୍‌ ଚାଟ ସପୋର୍ଟ ଫିଚର, ଯେଉଁଥିରେ ୟୁଜରଙ୍କୁ ଏକ ରିଲେସନସିପ ମ୍ୟାନେଜର ମିଳିବ ଯାହା ସହ କଥା ହୋଇ ସେ ନିଜର ଆକାଉଣ୍ଟକୁ ଅନଲକ କିମ୍ବା ଆକ୍ସେସ୍‌ କରିପାରିବେ।

facebookଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଫିଚରକୁ ଏବେ ସୁଦ୍ଧା ସମସ୍ତ ୟୁଜର୍ସଙ୍କ ପାଇଁ ଜାରି କରାଯାଇନାହିଁ। ବର୍ତ୍ତମାନ ଏହି ଫିଚରକୁ ସେହି ୟୁଜର୍ସଙ୍କ ସହ ଟେଷ୍ଟ କରାଯିବ ଯେଉଁମାନେ ଇଂରାଜୀ କହୁଛନ୍ତି। କାହିଁକିନା ଏହି ଫିଚର କେବଳ ସେହି ଲୋକଙ୍କ ପାଇଁ ଯେଉଁମାନେ ଇଂରାଜୀରେ କଥା ହେଉଛନ୍ତି। ନିଜର ପ୍ରଥମ ଟେଷ୍ଟରେ କମ୍ପାନୀ ସେହି ୟୁଜର୍ସଙ୍କ ଉପରେ ଫୋକସନ କରୁଛି ଯେଉଁମାନେ ନିଜର ଆକାଉଣ୍ଟର ଆକ୍ସେସ କୌଣସି ଅନୟୁଜୁଆଲ ଆକ୍ଟିଭିଟୀ କାରଣରୁ ହରାଇ ବସିଛନ୍ତି କିମ୍ବା ଆକାଉଣ୍ଟକୁ କମ୍ୟୁନିଟୀ ଷ୍ଟାଣ୍ଡାର୍ଡସ ବିରୋଧ କାରଣରୁୁ ସସପେଣ୍ଡ କରାଯାଇଛି। ଏହି ଫିଚର ସେହି ଲୋକଙ୍କ ପାଇଁ ମଧ୍ୟ ଯେଉଁମାନଙ୍କ ଆକାଉଣ୍ଟସ ବ୍ଲକ ହୋଇଯାଇଛି।

କେମିତି କାମ କରିବ ଏହି ଫିଚର

ଯଦି ଆପଣ ଭାବୁଛନ୍ତି ଏହି ଫିଚର କେଉଁଭଳି କାମ କରିବ ତାହେଲେ ଆମେ ଆପଣଙ୍କୁ କହିବାକୁ ଚାହିଁବୁ ଯେ ଯଦି ଆପଣଙ୍କୁ ଫେସବୁକରେ ନିଜ ଆକାଉଣ୍ଟକୁ ନେଇ କୌଣସି ସମସ୍ୟା ରହିଛି ତାହେଲେ ଆପଣ ଫେସବୁକ ‘ଚାଟ୍‌ ଟୁ ଅସ୍‌’ ଅପ୍ସନ ଉପରେ କ୍ଲିକ କରିପାରିବେ। ଯେମିତି ହିଁ ଆପଣ ଏହି ଅପ୍ସନ ଉପରେ କ୍ଲିକ କରିବେ, ଆପଣଙ୍କ ସ୍କ୍ରୀନ ଉପରେ ଏକ ନୂଆ ଓିଣ୍ଡୋ ଖୋଲିଯିବ ଯେଉଁଥିରେ ଆପଣଙ୍କୁ ଏକ କଷ୍ଟମର କେୟାର ଏଗଜୁକୁଟିଭଙ୍କସହ କନେକ୍ଟ କରିଦିଆଯିବ। ଆପଣ ସେହି ରିଲେସନସିପ ମ୍ୟାନେଜରଙ୍କ ସହ କଥା ହୋଇ ଏବଂ ତାଙ୍କର ସାହାଯ୍ୟ ଦେଇ ନିଜର ଆକାଉଣ୍ଟକୁ ପୁର୍ନବାର ଫେରିପାଇବେ। ଏହି ଫିଚର କେବଳ ଫେସବୁକ ଆପ୍‌ ପାଇଁ ଉପଲବ୍ଧ ରହିଛି, େଓ୍ଵବ ଭର୍ସନରେ ଏହାକୁ ୟୁଜ କରିପାରିବେ।

ମେଟା ଜଣାଇଛି ଯେ ବହୁତ ଜଲଦି ଏହି ଫିଚରକଚ ଆହୁରି ବି ଅଧିକ ୟୁଜର୍ସଙ୍କ ପାଇଁ ଜାରୀ କରାଯିବ ଏବଂ କିଛି ସମୟ ପରେ ୟୁଜର୍ସଙ୍କୁ ଏହି ଫିଚରକୁ ଟେଷ୍ଟ କରିବାର ସୁଯୋଗ ମଧ୍ୟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.