କୁଆଡ଼େ ଗଲେ ବ୍ରହ୍ମପୁରର ଡାକ୍ତର ସୁମିତ୍ ସାହୁ, ୪ଦିନ ହେଲା ମିଳୁନି ପତ୍ତା

ବ୍ରହ୍ମପୁର(କେନ୍ଯୁଜ୍): କୁଆଡ଼େ ଗଲେ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ । ଚାରି ଦିନ ହେଲା ତାଙ୍କର ପତ୍ତା ମିଳୁନାହିଁ । ଆସିକା ଚିନିଶିଳ୍ପ ଗେଷ୍ଟ ହାଉସ୍‌ ଛାଡି ସୁମିତ କେଉଁଆଡେ ଚାଲିଯାଇଛନ୍ତି। ଏପଟେ ସ୍ୱାମୀଙ୍କ ଅପେକ୍ଷାରେ ତପସ୍ୱିନୀ । ସ୍ୱାମୀଙ୍କୁ ଫେରାଇ ଆଣିବାକୁ ଗୁହାରୀ କରିଛନ୍ତି। ସୁମିତ ଫେରାର ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ତପସ୍ୱିନୀ । ସୁମିତଙ୍କ ଫେରାର ପଛରେ ତାଙ୍କ ସାଙ୍ଗଙ୍କ ଷଡଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି।

ସୁମିତ ସ୍କୁଟିରେ ଘରୁ ବାହାରି ଯାଇଥିଲେ । ବହୁ ସମୟ ପରେ ଘରକୁ ନଫେରିବାରୁ ଆସ୍କା ଆଇଆଇସିଙ୍କୁ ଜଣାଇଥିଲେ ତପସ୍ୱିନୀ । ଏହାପରେ ମେଡିକାଲକୁ ଫୋନ୍‌ କରି ବୁଝିବାରୁ ଛୁଟିରେ ଯାଇଥିବା କହିଥିଲେ ମେଡିକାଲ ଷ୍ଟାଫ୍‌ । ସେପଟେ ବାଲିସିରା ମେଡିକାଲ ଇନଚାର୍ଜ କହିଛନ୍ତି, ମାନସିକ ଚାପରେ ଥିବା କହି ସୁମିତ ୫ଦିନ ଛୁଟି ନେଇଛନ୍ତି । ସୁମିତଙ୍କ ଫୋନ୍‌ ସୁଇଚ୍‌ ଅଫ ଅଛି । ତାଙ୍କ ସହ କୌଣସି ଯୋଗାଯୋଗ ହୋଇ ପାରୁନାହିଁ। ଏପଟେ ସୁମିତଙ୍କୁ ପାଇବା ପାଇଁ ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହେବେ ତପସ୍ୱିନୀ। ଏଥିପାଇଁ ସେ ବ୍ରହ୍ମପୁର ଅଭିମୁଖେ ଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.