Below header

ଫେସବୁକର ଫେସ ସ୍କାନ ଟେକ୍ନୋଲୋଜି ବିବାଦ, ପ୍ରାଇଭେସି ଉପରେ ହସ୍ତକ୍ଷେପ ବୋଲି କହିଲା ଆମେରିକୀୟ କୋର୍ଟ

ଫେସବୁକର ଫେସ ସ୍କାନ ଟେକ୍ନୋଲୋଜି ଉପରେ ଉଠିଥିବା ବିବାଦ ଥମିବାର ନାଁ ନେଉନି । ଡାଟା ଦୁରୁପଯୋଗ ମାମଲାରେ ଫେସବୁକର ଅପିଲକୁ ନାମଞ୍ଜୁର କରିଦେଇଛି ଆମେରିକାର ଇଲିନୋଇସ ରାଜ୍ୟର କୋର୍ଟ । ଇଲିନୋଇସର ଲୋକେ ଫେସବୁକ ଉପରେ ୨.୪୮ ଲକ୍ଷ କୋଟି ଟଙ୍କାର କେସ କରିଛନ୍ତି।

ଏହାସହ ପଢନ୍ତୁ ଯେକୌଣସି ଫିଙ୍ଗରପ୍ରିଣ୍ଟରେ ଖୋଲି ଯାଉଛି ସାମସଙ୍ଗ ଗ୍ୟାଲେକ୍ସି S10, ଅତିଶୀଘ୍ର ଅପଡେଟ ଜାରି କରିବ କମ୍ପାନୀ

ଯଦି ଫେସବୁକ ଏହି ମାମଲାରେ ହାରିଯାଉଛି ତାହେଲେ ତାକୁ ୭୦ ଲକ୍ଷ ଲୋକଙ୍କୁ ବ୍ୟକ୍ତିପିଛା ୭୧,୦୦୦ ରୁ ନେଇ ୩.୫୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଭରିବାକୁ ପଡିବ। ବର୍ତ୍ତମାନ ଏହି ମାମଲାରେ ସୁପ୍ରିମ କୋର୍ଟର ହସ୍ତକ୍ଷେପ ପରେ ଶୁଣାଣି ହେବ ବୋଲି ସୂଚନା ମିଳିଛି।

Image result for facebook-face-scan-technology-controversies

ଫେସବୁକ ଉପରେ ଆରୋପ ହେଉଛି ଯେ ଇଲିନୋଇସ ରାଜ୍ୟର ଲୋକେ ନିଜ ଫଟୋକୁ ଫେସିଆଲ ରେକଗ୍ନିସନ ସ୍କାନ କରିବାର ଅନୁମତି ଦେଇନଥିଲେ। ଏହାସହିତ କମ୍ପାନୀ ଏହା ମଧ୍ୟ ସୂଚନା ଦେଇନଥିଲା ଯେ ୨୦୧୧ ମସିହାରେ ମ୍ୟାପିଂ ଆରମ୍ଭ ହେବ ପରେ ଡାଟା କେତେ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରହିବ।

ଶୁଣାଣି ସମୟରେ କୋର୍ଟ କହିଥିଲା ଯେ ଫେସିଆଲ ରେକଗ୍ନିସନ ସ୍କାନ ଟେକ୍ନୋଲୋଜି ଲୋକମାନଙ୍କ ପ୍ରାଇଭେସି ଉପରେ ହସ୍ତକ୍ଷେପ କରୁଛି। ଏହାସହିତ କୋର୍ଟ କହିଛି ଯେ ଫେସବୁକର ଏହି ଟେକ୍ନୋଲୋଜି ଇଲିନୋଇସର ବାୟୋମେଟ୍ରିକ ଇନଫର୍ମେଶନ ପ୍ରାଇଭେସି ଆକ୍ଟର ଉଲ୍ଲଙ୍ଘନ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.