ସୁପର ମାର୍କେଟରେ ଚୋରି କରିବାକୁ ପହଞ୍ଚିଲା କୁକୁର, ଜିନିଷ ଉଠାଇବା ପରେ ଦେଖନ୍ତୁ କ’ଣ ହେଲା…

ସୁପରମାର୍କେଟକୁ କୌଣସି ଜିନିଷ କିଣାକିଣି କରିବାକୁ ଯିବା ବେଳେ ସେଠାକାର ସିକ୍ୟୁରିଟି କେତେ ଟାଇଟ୍‌ ଥାଏ, ତାହା ସମସ୍ତେ ଦେଖିଛନ୍ତି। ସେଠାରେ ଆପଣଙ୍କ ସମସ୍ତ କାର୍ଯ୍ୟ ଉପରେ କ୍ୟାମେରାର ନଜର ରହିଥାଏ। ତେବେ ଏବେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସମସ୍ତଙ୍କ ସାମ୍ନାରେ ସୁପରମାର୍କେଟ ଭିତରୁ ଏକ କୁକୁର ଜିନିଷ ଚୋରି କରିନେଉଥିବା ଦେଖିବାକୁ ମିଳିଛି। ସୁପରମାର୍କେଟରେ ଲାଗିଥିବା କ୍ୟାମେରାରେ ଚୋରିର ସମସ୍ତ ଦୃଶ୍ୟ କଏଦ ହୋଇଛି। ଭିଡିଓଟି ବ୍ରାଜିଲର ଏକ ସୁପରମାର୍କେଟର ବୋଲି ଜଣାଯାଇଛି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ କୁକୁର ସୁପରମାର୍କେଟ ଭିତରକୁ ପଶୁଛି। ଧୀରେ ଧୀରେ ସେ କୁକିସ୍‌ ଥୁଆ ହୋଇଥିବା ଥାକ ପାଖରେ ପହଞ୍ଚି ଏକ ପ୍ୟାକେଟ୍‌କୁ ମୁହଁରେ ଉଠାଇ ଦୌଡ଼ିବାକୁ ଲାଗୁଛି। ପାଖରେ ଥିବା ଲୋକେ କୁକୁରକୁ ଦେଖୁଥିବା ଫୁଟେଜ୍‌ରେ ନଜର ଆସିଛି। ୟୁଟ୍ୟୁବ୍‌ରେ ଏହି ଭିଡିଓ ସେୟାର କରାଯାଇଛି।

ଏହାସହ ପଢ଼ନ୍ତୁ: ଗଣ୍ଠିବାତ ସମସ୍ୟା ଭୋଗୁଛନ୍ତି କି? ନିୟମିତ ସେବନ କରନ୍ତୁ ଏହି ୩ଟି ଜିନିଷ, ମାସକରେ ବୃଦ୍ଧିପାଇବ ହାଡ଼ରସ

ଏ ନେଇ ଷ୍ଟୋର୍‌ର ମାଲିକ ପାଓଲୋ କାରଦୋସୋ କହିଛନ୍ତି ଯେ କୁକୁର ପ୍ୟାକେଟ୍‌କୁ ଉଠାଇ ଷ୍ଟୋର ବାହାରକୁ ଚାଲିଯାଇଥିଲା ସତ, ମାତ୍ର ସେଠାରେ ସେ ପ୍ୟାକେଟ୍‌କୁ ଛାଡ଼ି ପଳାଇଥିଲା। କିଛି ସମୟ ପରେ କୁକର ଫେରିବାରୁ ମାଲିକ ତାକ କୁକିଜ୍‌ ଖୁଆଇଥିବା କହିଛନ୍ତି। ସେ କହିଛନ୍ତି କୁକୁର ଜିନିଷ ଛାଡ଼ିଯିବା କାମକୁ ଗ୍ରାହକଙ୍କ ସମେତ ସେ ନିଜେ ମଧ୍ୟ ଖୁବ୍‌ ପସନ୍ଦ କରିଛନ୍ତି।