Below header

ହ୍ଵାଟସଅପ୍‌, ଇନଷ୍ଟାଗ୍ରାମ ସହିତ ନିଜ ନାମ ଯୋଡିବାକୁ ଯାଉଛି ଫେସବୁକ !

ସୋସିଆଲ ମିଡିଆ ୟୁଜର୍ସଙ୍କ ପାଇଁ ଅଲଗା-ଅଲଗା ପ୍ଲାଟଫର୍ମକୁ ଏକୀକ୍ରୁତ କରିବା ଦିଗରେ ପ୍ରଥମ ପଦକ୍ଷେପ ଉଠାଇ ଫେସବୁକ୍‌, ଇନଷ୍ଟାଗ୍ରାମ ଏବଂ ହ୍ଵାଟସଅପ ସହିତ ନିଜ ନାମ ଯୋଡୁଛି। ରିପୋର୍ଟ ଅନୁଯାୟୀ ଇଷ୍ଟାଗ୍ରାମ ଜଲଦି ‘ଇନଷ୍ଟାଗ୍ରାମ ଫର୍ମ ଫେସବୁକ୍‌’ ଏବଂ ‘ହ୍ଵାଟସ୍‌ଅପ୍‌ ଫର୍ମ ଫେସବୁକ୍‌’ବନାଇବ।

ଏହି ଦୁଇ ଆପର ଏହି ନୂଆ ନାମ ଆପଲ୍‌ ଆପ୍‌ ଷ୍ଟୋର ଏବଂ ଗୁଗଲ ପ୍ଲେ ଷ୍ଟୋରରେ ଦେଖାଦେବ। ଜଣେ ପ୍ରବକ୍ତାଙ୍କ କହିବାନୁଯାୟୀ‘ଆମେ ସେହି ଉତ୍ପାଦ ଏବଂ ସେବା ବିଷୟରେ ସ୍ପଷ୍ଟ ହେବାକୁ ଚାହୁଁଛନ୍ତି ଯାହା ଫେସବୁକର ଅଂଶ ଅଟେ।

facebook-mark-zuckerberg

ୟୁଏସ ଫେଡେରାଲ ଟ୍ରେଡ୍‌ କମିଶନ (ଏଫଟିସି) ଏହାର ଯାଞ୍ଚ କରୁଛି ଯେ ଫେସବୁକ ଦ୍ୱାରା ଇନଷ୍ଟାଗ୍ରାମ ଏବଂ ହ୍ଵାଟସଅପର ଅଧିଗ୍ରହଣ କାହିଁକି କରାଯିବ। ଏଫଟିସି ଏହା ଯାଞ୍ଚ କରିବାକୁ ଚାହୁଁଛି ଯେ ଫେସବୁକକୁ ଚ୍ୟାଲେଞ୍ଚ ମିଳିବା ପୂର୍ବରୁ ସେ ନିଜର ସମର୍ଥ ସୋସିଆଲ ମିଡିଆ ପ୍ରତିଦ୍ୱନ୍ଦୀକୁ ନଷ୍ଟ କରିବାକୁ ଚାହୁଁନାହିଁ ତ ?

ଏହାସହ ପଢନ୍ତୁ : ଜୁକରବର୍ଗ ଦେଲେ ପ୍ରତିଶୃତି, WhatsApp ଭଳି ସୁରକ୍ଷିତ ହେବ ଫେସବୁକ୍ ଏବଂ କେହି ପଢ଼ି ପାରିବେ ନାହିଁ ମେସେଜ୍

ଫେସବୁକର ମୁଖ୍ୟ କାଯ୍ୟର୍କାରୀ ଅଧିକାରୀ(ସିଇଓ) ମାର୍କ ଜୁକରବର୍ଗ ପୂର୍ବରୁ ଏହି ବିଷୟରେ ଘୋଷଣା କରିସାରିଛନ୍ତି ଯେ ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍ଵାଟସଅପକୁ ଏକୀକରଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.