ଉତ୍ତରାଖଣ୍ଡ: ଭାରସାମ୍ୟ ହରାଇ ଘାଇକୁ ଖସିଲା ସ୍କୁଲ୍ ଭ୍ୟାନ୍, ୯ ଛାତ୍ରଛାତ୍ରୀ ମୃତ

ଉତ୍ତରାଖଣ୍ଡ : ତେହରୀ ଜିଲ୍ଲାର ପ୍ରତାପନଗର କଙ୍ଗସାଲି ମଦନନେଗି ମୋଟର ମାର୍ଗରେ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ସ୍କୁଲ୍ ଗାଡି ଭାରସାମ୍ୟ ହରାଇ ଘାଇ ମଧ୍ୟକୁ ଖସିପଡିଥିବା ଜଣାପଡିଛି। ଦୁର୍ଘଟଣାରେ ୯ଜଣ ଛୁଆଙ୍କର ମୃତ୍ୟୁ ହୋଇଥିବାବେଳେ ୮ଜଣ ଗରୁତର ଆହତ ହୋଇଛନ୍ତି ।

school busସୂଚନା ମୁତାବକ ଘଟଣାଟି ତେହରୀ ଜିଲ୍ଲା ପ୍ରତାପନଗର ବ୍ଳକରେ ଘଟିଛି । ଯେଉଁଠାରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଏନେଇ ଜଣାପଡିବା ପରେ ତୁରନ୍ତ ଘଟଣାସ୍ଥଳରେ ଏସଡିଆର,ପୋଲିସ୍ ଏବଂ ପ୍ରଶାସନ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ ସ୍କୁଲ ଭ୍ୟାନରେ ସମୁଦାୟ ୧୭ଜଣ ଛାତ୍ରଛାତ୍ରୀ ଯାତ୍ରା କରୁଥିଲେ । ତେବେ ଦୁଇ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବାବେଳେ ବାକି ୭ଜଣଙ୍କର ମୃତ୍ୟୁ ହସ୍ପିଟାଲରେ ହୋଇଥିଲା । ଅନ୍ୟପଟେ ସମସ୍ତ ଆହତଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.