କେନ୍ଦ୍ରାପଡ଼ା: ପାଣି ପାଇଁ ଯନ୍ତ୍ରୀ ଅଟକ, ଟାୟାର ଜାଳି ରାସ୍ତା ଅବରୋଧ କଲେ ଚାଷୀ
କେନ୍ଦ୍ରାପଡ଼ା(କେନ୍ୟୁଜ୍): ପାଣି ପାଇଁ ଯନ୍ତ୍ରୀ ଅଟକ। ଚାଷଜମିକୁ କେନାଲ ପାଣି ନଆସିବାରୁ ରାସ୍ତାରୋକ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ୨ଟି ପଞ୍ଚାୟତର ଶତାଧିକ ଚାଷୀ ତେନ୍ଦ୍ରାପଡ଼ା-ଓରତ ରାସ୍ତାର ପସ୍ତା ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଚାଷୀମାନେ ବର୍ଷ ବର୍ଷ ଧରି ଜଳକର ଦେଉଥିବା ସହ ଚାଷ ଜମିକୁ ପାଣି ପାଉନଥିବା ଅଭିଯୋଗ କରିଛନ୍ତି। ସେପଟେ ଚାଷୀଙ୍କୁ ବୁଝାଇବା ପାଇଁ ଜଳସମ୍ପଦ ବିଭାଗ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଚାଷୀମାନେ ଯନ୍ତ୍ରୀଙ୍କୁ ଅଟକ ରଖିଥିଲେ। ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଶୀଘ୍ର ଚାଷ ଜମିକୁ ପାଣି ଦିଆଯିବାକୁ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା।