Below header

Facebookରୁ ମାତ୍ର ୪ ମିନିଟରେ ମିଳିଯିବ ଆପଣଙ୍କ ମନଲାଖି ଜୀବନସାଥି, ଜାଣନ୍ତୁ କେମିତି

ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବେ ଆପଣଙ୍କୁ ମନ ଲାଖି ଜୀବନସାଥି ପାଇବାରେ ଆପଣଙ୍କୁ ସାହାଯ୍ୟ କରିବ। ଫେସବୁକ ବହୁତ ଜଲଦି ଡେଟିଙ୍ଗ୍ ଆପ୍ ନେଇ ଆସୁଛି। ଏଠାରେ ୟୁଜର୍ସ ନିଜ ମନ ଲାଖି ପାତ୍ର ଖୋଜି ତାଙ୍କ ସହିତ ଡେଟ୍ କରିପାରିବେ। ଏହି ଆପର ନାମ ସ୍କାର୍କଡ ରଖାଯାଇଛି। ବର୍ତ୍ତମାନ ଏହି ଆପ୍ ଟେଷ୍ଟିଙ୍ଗ୍ ଫେଜରେ ଅଛି। ଫେସବୁକର ଦାବି ମୁତାବକ ଏହି ଆପ୍ ଅନ୍ୟ ସମସ୍ତ ଡେଟିଙ୍ଗ୍ ଆପ ଠାରୁ ଅଲଗା ହେବ। ଏହାକୁ ଆକ୍ସେସ କରିବା ବି ବହୁତ ଚ୍ୟାଲେଜିଙ୍ଗ୍ ହେବ।

କମ୍ପାନୀର କହିବାନୁଯାୟୀ ଏହି ଆପରେ ୟୁଜର୍ସଙ୍କ ପାଇଁ ଭିଡିଓ ସ୍ପିଡ୍ ଡେଟିଙ୍ଗ୍ ଅଫର କରାଯିବ। ଏହି ସ୍ପାର୍କଡ ଆପ୍ ୟୁଜର୍ସଙ୍କ ପାଇଁ ଫ୍ରି ରହିବ। ଆପଣ ଏହି ଫେସବୁକ ଆକାଉଣ୍ଟ ସହିତ ଲଗଇନ୍ କରିପାରିବେ। ଏହି ଆପରେ ପ୍ରଥମ ଭିଡିଓ ଡେଟ ଚାରି ମିନିଟର ରହିବ। ଯେଉଁଥିରେ ସେ ନିଜ ବିଷୟରେ କହିବେ। ଏହି ଭିଡିଓକୁ ଅନ୍ୟ ୟୁଜର୍ସଙ୍କୁ ଦେଖାଯିବ। ଯଦି କେହି ୟୁଜର୍ସ ଆପଣଙ୍କ ଭିଡିଓ ଦେଖିବା ପରେ ତାଙ୍କୁ ଆପଣ ପସନ୍ଦ ଆସିଲେ ତାହେଲେ ତାଙ୍କ ସହିତ ଡେଟିଂ କରିବାର ଆପଣଙ୍କୁ ମୌକା ମିଳିବ।

ପ୍ରଥମ ଡେଟ ପରେ ଦୁହେଁ ଯଦି ପୁଣି ଥରେ ଭିଡିଓ ଡେଟକୁ ଆସିବେ ତାହେଲେ ଦ୍ୱିତୀୟ ଭିଡିଓ ୧୦ ମିନିଟର ରହିବ। ଏହି ଭିଡିଓ ଥରେ ଅପଲୋଡ ହେବା ପରେ ଫେସବୁକର ଟିମ ଏହାକୁ ଯାଞ୍ଚ କରିବ। ଏହାପରେ ଯାଇ ଆପଣଙ୍କୁ ଏହି ଡେଟିଙ୍ଗ୍ ଆପରେ ଏଣ୍ଟ୍ରି ମିଳିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଡେଟିଙ୍ଗ୍ ଆପ୍ ଜରିଆରେ ଲୋକ କେବଳ ଜଣେ ଜଣଙ୍କ ସମ୍ପର୍କରେ ଆସିବେନି ବରଂ ଏହି ଡେଟିଂରେ ମ୍ୟାଚ୍ ହେବା ପରେ ଆପଣଙ୍କ ପାଖରେ ଇନଷ୍ଟାଗ୍ରାମ, ଆଇମେସେଜ କିମ୍ବା ଇ-ମେଲ ଜରିଆରେ କଥା ହେବାକୁ ମଉକା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.