ଜଳେଶ୍ଵରର ଦିବ୍ୟଜ୍ୟୋତି, ମାତ୍ର ୧୩ ବର୍ଷ ବୟସରେ ହାସଲ କରିପାରିଛନ୍ତି ଦୁଇ ଶହରୁ ଅଧିକ ଟ୍ରଫି

ଜଳେଶ୍ଵର: ବଣମଲ୍ଲୀ ବଣରେ ଫୁଟି ମଉଳିଯିବା ପୂର୍ବରୁ ବେଳେ ବେଳେ ତାର ମହକ ଲୋକମାନଙ୍କୁ ଆକର୍ଷିତ କରିଥାଏ । ଆମେ ଏଠି କୌଣସି ସତ ସତିକା ବଣମଲ୍ଲୀ କଥା କହୁନୁ , ଆମେ କହୁଛି ଜଳେଶ୍ଵର ବ୍ଲକ ଅନ୍ତର୍ଗତ ରାଇବଣିଆ ଅଞ୍ଚଳର ଦିବ୍ୟଜ୍ୟୋତିଙ୍କ କଥା। ତାଙ୍କ ନାଟି ଯେମିତି , କାମ ମଧ୍ୟ ସେମିତି। ନିଜର ଜ୍ୟୋତିକୁ ପରିପ୍ରକାଶ କରି ମାତ୍ର ୧୩ବର୍ଷ ବୟସରେ ହାସଲ କରି ପାରିଛନ୍ତି ଦୁଇଶହ ରୁ ଉଧିକ ଟ୍ରଫି ଏବଂ ମାନପତ୍ର।

ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ଅନ୍ତର୍ଗତ ମାଙ୍କିଡିଆ ଗ୍ରାମର ଦିବ୍ୟଜ୍ୟୋତି କୋଇଲା। ଗ୍ରାମରେ ଥିବା ବିଶେଶ୍ବର ନୋଡାଲ ଉପ୍ରା ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର । ମାତ୍ର ୧୩ ବର୍ଷ ବୟସରେ ସେ ହାସଲ କରି ପାରିଛନ୍ତି ୨ ଶହ ରୁ ଅଧିକ ଟ୍ରଫି ଏବଂ ମାନପତ୍ର। ଭଲ ପାଠ ପଢୁଥିବାରୁ ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପରୀକ୍ଷା ରେ ପ୍ରଥମ ସ୍ଥାନ ଅଧିକାର କରି ଆସୁଛନ୍ତି। ତେବେ ପିଲାଟି ଦିନରୁ ନାଚ ଗୀତ ପାଇଁ ତାଙ୍କର ଆଗ୍ରହ ରହିଥିବାରୁ ମା ଜ୍ୟୋତ୍ସ୍ନାରାଣୀ ତାଙ୍କୁ ନୃତ୍ୟ ଶିକ୍ଷା ଦେଇଥିଲେ। ମା ଙ୍କର ପ୍ରେରଣା ଏବଂ ଗୁରୁ ସୁଶାନ୍ତ ବେହେରାଙ୍କ ଠାରୁ ନୃତ୍ୟଶିକ୍ଷା କରି ସେ ଏହି ଛୋଟ ବୟସରେ ଓଡଶୀ ଏବଂ ବିଭିନ୍ନ ନୃତ୍ୟ ରେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ କୃତିତ୍ବ ହାସଲ କରି ପାରିଛନ୍ତି।

କରୋନା ମହାମାରୀ ସମୟରେ ଅନଲାଇନ ମାଧ୍ୟମରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ନୃତ୍ୟ ପରୀକ୍ଷା ଦେଇ ବହୁ ସାର୍ଟିଫିକେଟ ଏବଂ ଟ୍ରଫି ହାସଲ କରିଛନ୍ତି ଦିବ୍ୟଜ୍ୟୋତି। ଖାଲି ନୃତ୍ୟ ନୁହେଁ ଗୀତ ଚିତ୍ରାଙ୍କନ , ବକ୍ତୃତା ଇତ୍ୟାଦି ପ୍ରତିଯୋଗୀତରେ ମଧ୍ଯ ଜିଲ୍ଲା ଏବଂ ରାଜ୍ୟସ୍ତରରେ ଅନେକ ସଫଳତା ମିଳିଥିଛି ତାଙ୍କୁ। ହେଲେ ଭବିଷ୍ୟତରେ ସେ ଜଣେ ଡାକ୍ତର ହୋଇ ଗରୀବ ଲୋକ ମାନଙ୍କ ସେବା କରିବା ପାଇଁ ଇଛା ରଖିଥିବା କହିଛନ୍ତି।

divyaଅନ୍ଯପଟେ ବିଶେଷ କରି ନୃତ୍ୟ ପ୍ରତି ତାଙ୍କର ରହିଛି ବିଶେଷ ଦୁର୍ବଳତା । ମା ଜ୍ୟୋତ୍ସ୍ନାରାଣୀଙ୍କ ର ମଧ୍ୟ ପିଲାଟି ଦିନରୁ ନୃତ୍ୟ ଶିକ୍ଷା ପ୍ରତି ଦୁର୍ବଳତା ରହିଥିଲା। ମାତ୍ର ପରିବାର ଲୋକଙ୍କ ପ୍ରତିବନ୍ଧକ ଯୋଗୁଁ ତାଙ୍କ ସ୍ୱପ୍ନ ପୂରଣ ହୋଇ ପାରି ନଥିଲା । ମାତ୍ର ଏବେ ପୁଅ ଦିବ୍ୟଜ୍ୟୋତିର ଏଥିପ୍ରତି ଆଗ୍ରହ ଦେଖି ତାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ପୁଅକୁ ନୃତ୍ୟଶିକ୍ଷା ଦେଉଛନ୍ତି। ମା ଙ୍କ ପ୍ରେରଣା ପାଇ ପୁଅ ଏତେ କମ ବୟସରେ ମଧ୍ୟ ନୃତ୍ୟ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି। ପାଠ ପଢା ପରେ ଅବସର ସମୟକୁ ନଷ୍ଟ ନକରି ନୃତ୍ୟ ଶିକ୍ଷାରେ ଲାଗି ପଡନ୍ତି। ଯଦି ସରକାରୀ ସ୍ତରରେ ଦିବ୍ୟଜ୍ୟୋତିଙ୍କୁ କିଛି ସହାୟତା ମିଳିପାରନ୍ତା ତାହାଲେ ସେ ଭବିଷ୍ୟତରେ ଜଣେ ଭଲ ନୃତ୍ୟଶିଳ୍ପୀ ହୋଇ ପାରନ୍ତେ ବୋଲି କହିଛନ୍ତି ମା ଜ୍ୟୋତ୍ସ୍ନାରାଣୀ ।

ଗ୍ରାମାଞ୍ଚଳରେ ରହିଥିବା ପିଲାମାନଙ୍କର ପ୍ରତିଭାର ବିକାଶ କ୍ଷେତ୍ରରେ ସରକାର ଯଦି ଭଲ ପ୍ଲାଟଫର୍ମ ପ୍ରସ୍ତୁତ କରନ୍ତେ, ତାହାଲେ ଗ୍ରାମାଞ୍ଚଳରେ ଥିବା ବଣମଲ୍ଲୀର ବାସ୍ନା ସାରା ଦୁନିଆଁ କୁ ସୁଗନ୍ଧିତ କରି ପାରନ୍ତା, ଏଥିରେ କୌଣସି ଦ୍ବନ୍ଦ ନାହିଁ ।

ବାଲେଶ୍ଵର ଜିଲ୍ଲା ଜଳେଶ୍ଵରରୁ ରାଧାଗୋବିନ୍ଦ ଦାସ, କେନ୍ଯୁଜ୍

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.