ଆଜିର ମ୍ଯାଚରେ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସର ବ୍ଯାଟିଂ ଓ ସନରାଇଜର୍ସ ହାଇଦ୍ରାବାଦ ବୋଲିଂ ମଧ୍ୟରେ ହେବ କଡାକଡି ଟକ୍କର

ଆଇପିଏଲ୍-୨୦୨୧ ଆଜିର ମ୍ଯାଚରେ ମୁହାଁମୁହିଁ ହେବେ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ଲଗାତର ଭାବେ ୨ଟି ମ୍ୟାଚ୍ରେ ପରାଜିତ ହୋଇଥିବା ଡେଭିଡ୍ ୱାର୍ଣ୍ଣରଙ୍କ ସନରାଇଜର୍ସ ଏହି ମ୍ୟାଚ୍ ଜିତି ପଏଣ୍ଟ ଖାତା ଖୋଲିବା ଲକ୍ଷ୍ୟରେ ରହିବ । ଅନ୍ୟ ପଟରେ ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ଜାରି ରଖିବାକୁ ପ୍ରୟାସ କରିବ । ଶନିବାର ମୁମ୍ବାଇର ଶକ୍ତିଶାଳୀ ବ୍ୟାଟିଂ ଏବଂ ସନରାଇଜର୍ସ ବୋଲିଂ ମଧ୍ୟରେ କଡ଼ା ଟକ୍କର ହେବ ।

ସନରାଇଜର୍ସ: ରିଦ୍ଧିମାନ ଶାହା, ଡେଭିଡ ୱାର୍ଣ୍ଣର (ଅଧିନାୟକ), ମନୀଷ ପାଣ୍ଡେ, ଜନି ବେୟାରଷ୍ଟୋ, ଅବଦୁଲ ସମଦ, ପ୍ରିୟମ ଗର୍ଗ/ଅଭିଷେକ ଶର୍ମା, ଜାସନ ହୋଲ୍ଡର, ରସିଦ ଖାନ, ଭୁବନେଶ୍ୱର କୁମାର, ସାହାବାଜ ନଦୀମ, ଟି ନଟରାଜନ ।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), କ୍ୱିଣ୍ଟନ ଡି’କକ୍, ସୂର୍ଯ୍ୟକୁମାର ଯାଦବ, ଇଶାନ୍ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, କିରେନ ପୋଲାର୍ଡ଼, କୃନାଲ ପାଣ୍ଡ୍ୟା, ମାର୍କୋ ଜାନସେନ, ରାହୁଲ ଚହର, ଯଶପ୍ରୀତ୍ ବୁମରା, ଟ୍ରେଣ୍ଟ ବୋଲ୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.